www.samajalive.in
Tuesday, December 9, 2025
23.1 C
Bhubaneswar

ଓଡ଼ିଶାରେ ପ୍ରଥମ ଜେଲ୍‌ରେ ସୋଲାର ପାନୀୟ ପ୍ରକଳ୍ପ ଶୁଭାରମ୍ଭ

ବ୍ରହ୍ମପୁର: ଜେଲ୍‌ରେ ରହୁଥିବା ଅନ୍ତେବାସୀଙ୍କୁ ଏଣିକି ୨୪ ଘଣ୍ଟା ଗରମ ପାଇଁ ମିଳିବ। ରାଜ୍ୟର ପ୍ରଥମ ଜେଲ୍‌ ଭାବେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଶୁକ୍ରବାର ଏକ ସୋଲାର ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ ହୋଇଛି। ଏହି କାରାଗାରରେ ଗଞ୍ଜାମ ସମେତ ଆଖପାଖ ଜିଲାର ପ୍ରାୟ ୧ ହଜାର ବନ୍ଦୀ ରହୁଛନ୍ତି। କରୋନା ମହାମାରୀ ଯୋଗୁ ବନ୍ଦୀଙ୍କୁ ଗରମ ପାଣି ଆବଶ୍ୟକ ପଡୁଛି। ସେହିପରି ଶୀତ ଦିନେ ମଧ୍ୟ ଗରମ ପାଣିର ଚାହିଦା ରହୁଛି। ଏପଟେ ବ୍ରହ୍ମପୁରରେ ଏମକେସିଜି ମେଡିକାଲ କଲେଜ ଥିବାରୁ ଉଚ୍ଚତର ଚିକିତ୍ସା ପାଇଁ ପ୍ରାୟ ସମୟରେ ଛୋଟ ଛୋଟ ଜେଲରୁ ମଣ୍ଡଳ କାରାଗାରକୁ ରୋଗୀଙ୍କୁ ସ୍ଥାନାନ୍ତର କରାଯାଉଛି। ଏହି ରୋଗୀଙ୍କ ପାଇଁ ସବୁବେଳେ ଗରମ ପାଣିର ଆବଶ୍ୟକତା ରହୁଛି। ସେହି ଦୃଷ୍ଟିରୁ ମଣ୍ଡଳ କାରାଗାରରେ ରହୁଥିବା ରୋଗୀଙ୍କ ପାଇଁ ୨୪ ଘଣ୍ଟିଆ ଗରମ ପାଣି ଉପଲବ୍ଧ କରାଇବାକୁ ଜେଲ କର୍ତ୍ତୃପକ୍ଷ ଯୋଜନା କରିଥିଲେ।

ସୋଲାର ସିଷ୍ଟମ ଦ୍ବାରା ପରିଚାଳିତ ହେଉଥିବା ପାଣି ଟାଙ୍କି ଜେଲ୍‌ରେ ସ୍ଥାପନ ପାଇଁ କିଛି ଦିନ ତଳେ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ କଏଦୀ ମଙ୍ଗଳ ପାଣ୍ଠିରୁ ଟଙ୍କା ବ୍ୟୟ କରାଯାଇଥିଲା। ଆଜି ମଣ୍ଡଳ କାରାଗାରର କଏଦୀ ୱାର୍ଡ, ମହିଳା ୱାର୍ଡ, ରୋଷେଇ ଘର ଓ ଡାକ୍ତରଖାନାରେ ୨୦୦ ଲିଟର ବିଶିଷ୍ଟ ୪ଟି ପାଣି ଟାଙ୍କି କାର୍ୟ୍ୟକ୍ଷମ କରାଯାଇଥିଲା। ଏହି ସୋଲାର ହଟ ୱାଟର ପ୍ରଳକ୍ପକୁ ମଣ୍ଡଳ କାରାଗାରର ବରିଷ୍ଠ ଅଧୀକ୍ଷକ କୁଳମଣି ବେହେରା ଉଦଘାଟନ କରିଥିଲେ। ଆଜି ଠାରୁ ବନ୍ଦୀମାନେ ପାଇପ ଯୋଗେ ୨୪ ଘଣ୍ଟିଆ ଗରମ ପାଣି ପାଇପାରୁଛନ୍ତି ବୋଲି ଜେଲର ଶଶିକାନ୍ତ ମହାଲିକ କହିଛନ୍ତି। ଆଗାମୀ ଦିନରେ ଏହି କାରାଗାରର ଅନ୍ୟ ସ୍ଥାନରେ ମଧ୍ୟ ସୋଲାର ସିଷ୍ଟମ ଲଗାଯିବା ଯୋଜନା ରହିଥିବା ସେ ସୂଚନା ଦେଇଥିଲେ।

Hot this week

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

Related Articles

Popular Categories