‘ସୋସିଆଲ ମିଡିଆ ଆକାଉଣ୍ଟ ସହ ଆଧାର ଲିଙ୍କ୍‌ ବାଧ୍ୟତାମୂଳକ ହେବା ଜରୁରୀ’

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ମିଥ୍ୟା ଖବର, ଅପମାନଜନକ ଓ ଅଶ୍ଳୀଳ ଫଟୋ, ଭିଡିଓ ଏବଂ ଜାତୀୟତା ବିରୋଧୀ ଲେଖା ଆଖି ପିଛୁଳାକେ ଭାଇରାଲ ହେଉଛି। ଏହା ଏକପ୍ରକାର ସାଇବର ଅପରାଧ ହୋଇଥିଲେ ହେଁ କିଏ ଏହାକୁ ଭାଇରାଲ କରୁଛି ତାହା ଜାଣିବା ମୁସ୍କିଲ ହେଉଛି। ତେଣୁ ଏହାକୁ ରୋକିବା ଲାଗି ଆଗକୁ ସୋସିଆଲ ମିଡିଆ ଆକାଉଣ୍ଟ ସହିତ ବ୍ୟବହାରକାରୀ ନିଜର ଆଧାର କାର୍ଡ ଲିଙ୍କ୍‌ କରିବାକୁ ପଡ଼ିପାରେ। ସୁପ୍ରିମକୋର୍ଟରେ ଏ ସମ୍ପର୍କିତ ଆଗତ ଏକ ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ଆଟର୍ନି ଜେନେରାଲ କେ. କେ. ବେଣୁଗୋପାଳ ମଧ୍ୟ ଏହାକୁ ବାଧ୍ୟତାମୂଳକ କରିବା ଉଚିତ ବୋଲି ଯୁକ୍ତି ବାଢ଼ିଛନ୍ତି।

prayash

ସୂଚନା ମୁତାବକ, ଫେସ୍‌ବୁକ, ହ୍ବାଟ୍ସଆପ୍‌ ଭଳି ସୋସିଆଲ ମିଡିଆ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟର ହାଇକୋର୍ଟରେ ଏ ନେଇ ପିଟିଶନ ଦାୟର କରାଯାଇଥିଲା। ୨ଟି ପିଟିଶନ ମାଡ୍ରାସ ହାଇକୋର୍ଟରେ ଦାୟର କରାଯାଇଥିବାବେଳେ ମୁମ୍ବଇ ଏବଂ ଓଡ଼ିଶା ହାଇକୋର୍ଟରେ ଗୋଟିଏ ଲେଖାଏ ପିଟିଶନ ହୋଇଥିଲା। ଏସବୁ ପିଟିଶନକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରି ଏକତ୍ର ଶୁଣାଣି କରିବା ଲାଗି ଫେସବୁକ୍‌ ଏବଂ ହ୍ବାଟ୍ସଆପ ପକ୍ଷରୁ ଆବେଦନ କରାଯାଇଛି। ସୋସିଆଲ ମିଡିଆ ଆକାଉଣ୍ଟରେ ବ୍ୟବହାରକାରୀ ତାଙ୍କ ପ୍ରୋଫାଇଲରେ ଆଧାର ଲିଙ୍କ କଲେ ଏହା ଅଧିକ ନିର୍ଭୁଲ ହେବ ବୋଲି ଫେସବୁକ୍‌ ପକ୍ଷରୁ କୁହାଯାଇଛି। ସୁପ୍ରିମକୋର୍ଟ ଏହାର ଶୁଣାଣି କରି କେନ୍ଦ୍ର ସରକାର, ଗୁଗୁଲ, ଟ୍ବିଟର ଏବଂ ୟୁଟ୍ୟୁବ ସମେତ ଆବେଦନକାରୀଙ୍କୁ ମଧ୍ୟ ନୋଟିସ୍‌ ଜାରି କରିଛନ୍ତି। ତେବେ ସୋସିଆଲ ମିଡିଆ ଆକାଉଣ୍ଟ ସହିତ ଆଧାର ନମ୍ବର ଲିଙ୍କ କରିବା ଆବେଦନକୁ ବିଭିନ୍ନ ରାଜ୍ୟ ସରକାର ଗ୍ରହଣ କରିପାରୁ ନାହାନ୍ତି। ଜନତାଙ୍କ ବ୍ୟକ୍ତିଗତ ତଥ୍ୟ ଏବଂ ଗୋପନୀୟତା ପ୍ରଘଟ ହେବା ଆଶଙ୍କା ରହିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। କିନ୍ତୁ ଫେସ୍‌ବୁକ୍‌ ପକ୍ଷରୁ ରାଜ୍ୟର ପରାମର୍ଶକୁ ବିରୋଧ କରାଯାଇଛି।

kalyan agarbati

Comments are closed.