www.samajalive.in
Sunday, December 7, 2025
14.1 C
Bhubaneswar

ସର୍ପ ଦଂଶନରେ  ଯୁବକଙ୍କ ମୃତ୍ୟୁ

ବେଗୁନିଆ: ବେଗୁନିଆ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଲୋକିପୁର ଗ୍ରାମରେ ଆଜି ଜଣେ ଯୁବକ ନିଜେ ଚାଷ କରିଥିବା ବାଇଗଣ କିଆରୀରୁ ବାଇଗଣ ତୋଳୁଥିବାବେଳେ ସର୍ପଦଂଶନରେ ମୃତ୍ୟୁ ହୋଇଛି । ସମ୍ପୃକ୍ତ ଗ୍ରାମର ପର୍ଶୁରାମ ଶ୍ରୀଚନ୍ଦନଙ୍କ ପୁଅ ନିଶିଭୂଷଣ ଶ୍ରୀଚନ୍ଦନ(୩୫)ଆଜି ସକାଳୁ ମହାବୀର ମନ୍ଦିର ନିକଟରେ ସେ କରିଥିବା ବାଇଗଣ କିଆରୀରୁ ବାଇଗଣ ତୋଳିବାକୁ ଯାଇଥିଲେ । ସେ ବାଇଗଣ ତୋଳୁଥିବା ସମୟରେ ସର୍ପ ଦଂଶନରେ ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା  । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ସେ ବିବାହିତ ହୋଇଥିବାବେଳେ ତାଙ୍କର ବିଧବା ପତ୍ନୀଙ୍କ ସହିତ ୩ ବର୍ଷର ଗୋଟିଏ ପୁଅଟିଏ ଅଛି  ।
ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ ସ୍ଥାନରେ ବହୁ ଲୋକ ସର୍ପଦଂଶନରେ ମରୁଥିବା ଯୋଗୁଁ ସରକାର ପ୍ରତି ପିଏଚସି ଏବଂ ସିଏଚସିକୁ ୧୦ ବାଉଏଲ ଲେଖାଏଁ ସାପକାମୁଡ଼ା ଇଂଜେକସନ ଯୋଗାଇଦେଉଥିଲେ । କିନ୍ତୁ ଚଳିତ ବର୍ଷ ଠାରୁ ଆଉ ଉପଲବ୍ଧ ନହେବା ଯୋଗୁଁ ଲୋକମାନେ ସର୍ପଦଂଶନରେ ଆହତ ହୋଇ ଖୋର୍ଦ୍ଧା ଯିବାକୁ ପଡୁଛି । ଫଳରେ ଆହତ ମାନଙ୍କୁ ସଙ୍ଗେ ସଙ୍ଗେ ଚିକିସ୍ଥା କରା ନଯାଇ ଖୋର୍ଦ୍ଧା ନେବା ଭିତରେ ଜୀବନ ଚାଲି ଯାଉଛି । ତେଣୁ ଏଥିପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ଜନସାଧାରଣ ଦାବି କରିଛନ୍ତି ।

Hot this week

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

Related Articles

Popular Categories