www.samajalive.in
Sunday, December 7, 2025
23.1 C
Bhubaneswar

ସ୍ମାର୍ଟଫୋନ୍‍ ପାଇଁ ଛାଡ଼ପତ୍ର

ନୂଆଦିଲ୍ଲୀ: ଭୋପାଳର ଏକ ପରିବାର କୋର୍ଟରେ ଚାଲିଥିବା ଛାଡ଼ପତ୍ର ମାମଲା ଗଣମାଧ୍ୟମରେ ବେଶ୍‍ ଚର୍ଚ୍ଚିତ ହୋଇପଡ଼ିଛି। କାରଣ ଉଭୟ ଦମ୍ପତିଙ୍କ ମଧ୍ୟରେ ଛାଡ଼ପତ୍ରର କାରଣ ଥିଲା ସ୍ମାର୍ଟଫୋନ୍‍। ଛାଡ଼ପତ୍ର ଆବେଦନକାରୀ ପତ୍ନୀ ତାଙ୍କ ଆବେଦନରେ ଏ ସମ୍ପର୍କରେ ଉଲ୍ଲେଖ କରିଥିଲେ। ସ୍ୱାମୀ ନିଜେ ସ୍ମାର୍ଟଫୋନ ବ୍ୟବହାର କରୁଥିବାବେଳେ ତାଙ୍କୁ ଫିଚର ଫୋନ ଦେଇଛନ୍ତି ବୋଲି ଅଭିଯୋଗ କରି ଏହି ଛାଡ଼ପତ୍ର ଆବେଦନ କରାଯାଇ ଥିଲା। ଅପରପକ୍ଷରେ ପତ୍ନୀଙ୍କ ଅଭିଯୋଗର ଉତ୍ତରରେ ସ୍ୱାମୀଙ୍କ ପ୍ରତିକ୍ରିୟା ମଧ୍ୟ ବେଶ୍‍ ଚର୍ଚ୍ଚିର୍ତ ହୋଇଥିଲା। ପତ୍ନୀଙ୍କ ସେଲ୍ଫି ନିଶା ହେତୁ ଘରେ ରନ୍ଧନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍‍ ହୋଇଯାଇ ଥିଲା ବୋଲି ସ୍ୱାମୀ ଅଭିଯୋଗ କରିଛନ୍ତି।
ଭୋପାଳର ପରିବାର ଅଦାଲତରେ ବିଚାରପତି ଆର ଏନ ଚନ୍ଦଙ୍କ କୋର୍ଟରେ ଏହି ମାମଲା ବିଚାରାଧୀନ ରହିଛି। ମାମଲାଟି ପ୍ରଥମେ ଥାନା ଓ ପରେ କୋର୍ଟକୁ ଯାଇଥିଲା।
ମାମଲା କୋର୍ଟରେ ପହଞ୍ôଚବା ପରେ କୋର୍ଟ ପକ୍ଷରୁ ଉଭୟଙ୍କ ମଧ୍ୟରେ ଆପୋସ ସମାଧାନ ପାଇଁ କାଉନସିଲର ନିଯୁକ୍ତ କରାଯାଇ ଥିଲା। ଉଭୟଙ୍କ ପାଖକୁ କାଉନସିଲର ଯିବା ପରେ ମାମଲାର ପ୍ରକୃତ କାରଣ ଜଣା ପଡ଼ିଥିଲା। ସ୍ୱାମୀ ତାଙ୍କ ପତ୍ନୀଙ୍କୁ ଏକ ଫିଚର ଫୋନ ଦେଇଥିଲେ ମଧ୍ୟ ବିଭିନ୍ନ ଆଳରେ ତାହା ନେଇ ଯାଉଥିଲେ। ଏପରିକି ନିଜ ପରିବାରବର୍ଗଙ୍କ ସହ କଥା ହେବାକୁ ମଧ୍ୟ ମୋବାଇଲ ଦେଉ ନଥିଲେ। ଅଥଚ ନିଜେ ସ୍ମାର୍ଟଫୋନ ବ୍ୟବହାର କରୁଥିଲେ ବୋଲି ପତ୍ନୀ ଅଭିଯୋଗ କରିଥିଲେ। ଏହି ଅଭିଯୋଗର ଉତ୍ତରରେ ସ୍ୱାମୀ ତାଙ୍କ ପକ୍ଷ କାଉନସିଲରଙ୍କ ସମ୍ମୁଖରେ ରଖିଛନ୍ତି। ବିବାହ ସମୟରେ ପତ୍ନୀ ତାଙ୍କ ବାପଘରୁ ଏକ ସ୍ମାର୍ଟଫୋନ ନେଇ ଆସିଥିଲେ। ଦିନ ତମାମ ପତ୍ନୀ କେବଳ ସେଲ୍ଫି ନେଉଥିଲେ ଅଥବା ହ୍ୱାଟ୍ସଆପ୍‍ ଓ ଫେସବୁକ୍‍ରେ ସମୟ ଅତିବାହିତ କରୁଥିଲେ। ଏପରିକି ଘରେ ବୃଦ୍ଧ ପିତା ମାତାଙ୍କୁ ପାଉରୁଟି ଖାଇ ଭୋକ ମେଣ୍ଟାଇବାକୁ ପଡ଼ୁଥିଲା। ଫଳରେ ଘରେ କଳହ ବଢିବାରେ ଲାଗିଲା। ପ୍ରତି ଦିନର ଏଭଳି ଅବ୍ୟାବସ୍ଥାରେ ଅତିଷ୍ଠ ହୋଇ ସ୍ୱାମୀ ଶେଷରେ ପତ୍ନୀଙ୍କଠାରୁ ସ୍ମାର୍ଟଫୋନ ନେଇଯାଇ ତାଙ୍କୁ ଫିଚର ଫୋନ ଦେଇଥିବା ସ୍ୱୀକାର କରିଛନ୍ତି।
ଉଭୟ ପକ୍ଷର ଅଭିଯୋଗ ଶୁଣିବା ପରେ କୋର୍ଟ ପକ୍ଷରୁ ପତ୍ନୀକୁ ଏକ ସ୍ମାର୍ଟଫୋନ କିଣି ଦେବାକୁ ସ୍ୱାମୀଙ୍କୁ ନିର୍ଦେଶ ଦିଆଯାଇଛି। ଅପରପକ୍ଷରେ ଘରର ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବା ପରେ ଯାଇ ଫୋନ ଧରିବାକୁ ପତ୍ନୀଙ୍କୁ କୋର୍ଟ ନିର୍ଦେଶ ଦେଇଛନ୍ତି। ଆପୋସ ସମାଧାନ ରାଜିନାମାରେ ପତିପତ୍ନୀ ଦସ୍ତଖତ କରିଛନ୍ତି। ଉଭୟେ କୋର୍ଟ ନିର୍ଦେଶକୁ ପାଳନ କରୁଛନ୍ତି କି ନାହିଁ ଏହା ତର୍ଜମା କରିବା ପାଇଁ କାଉନସିଲରଙ୍କୁ ନଜର ରଖିବାକୁ ନିର୍ଦେଶ ଦିଆଯାଇଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories