ଭୁବନେଶ୍ବର : ସ୍କୋଡା ଅଟୋ ଇଣ୍ଡିଆ ନିଜର ନେଟୱାର୍କ ବିସ୍ତାର କରି ଆଜି ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଦୁଇଟି ନୂଆ ଟଚ୍ପଏଣ୍ଟର ଉଦ୍ଘାଟନ କରିଛି। ଏହି ଦୁଇଟି ସେଲ୍ସ୍ ଏବଂ ସର୍ଭିସ୍ ସେଣ୍ଟର ‘ଏମ୍ପୋରିଓ ଆଲ୍ଲିଡ଼ ପ୍ରାଇଭେଟ ଲିମିଟେଡ଼’ ଦ୍ୱାରା ଚଳାଚଳିତ ହେବ । ଏହା ସହିତ ଓଡ଼ିଶାରେ ସ୍କୋଡା ଅଟୋ ଇଣ୍ଡିଆର ମୋଟ ଛଅଟି ଟଚ୍ପଏଣ୍ଟ ସେଣ୍ଟର ହୋଇଛି । ୪୨୫୦ ବର୍ଗଫୁଟ ଅଞ୍ଚଳରେ ୬ଟି ଗାଡ଼ି ପ୍ରଦର୍ଶନ ପାଇଁ ନିର୍ଦ୍ଧାରିତ ସ୍ଥାନ ସହିତ ସର୍ଭିସ୍ ଏବଂ ସ୍ପେୟାର୍ସ ପାଇଁ ଅତ୍ୟାଧୁନିକ ଡିଜାଇନ୍ ଅନୁଯାୟୀ ନିର୍ମାଣ ହୋଇଛି ଏହି ଟଚ୍ପଏଣ୍ଟ ସେଣ୍ଟର ।

ଏହି ଉଦ୍ଘାଟନ ସମୟରେ ସ୍କୋଡା ଅଟୋ ଇଣ୍ଡିଆର ବ୍ରାଣ୍ଡ ଡାଇରେକ୍ଟର ଅଶିଷ ଗୁପ୍ତା କହିଥିଲେ ଯେ, “ଭୁବନେଶ୍ୱର ଓ ଓଡ଼ିଶା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର। ଏହି ନୂତନ ଟଚ୍ପଏଣ୍ଟ ସେଣ୍ଟର ଆମ ଦେଶବ୍ୟାପୀ ନେଟୱାର୍କ ବିକାଶର ଏକ ପ୍ରମାଣ । ଏହା ଗ୍ରାହକଙ୍କୁ ଉତ୍କୃଷ୍ଟ ସେଲ୍ସ୍ ଓ ଆଫ୍ଟରସେଲ୍ସ୍ ଅନୁଭବ ଦେବା ଆମର ପ୍ରତିବଦ୍ଧତାକୁ ପ୍ରମାଣିତ କରିବ” । ଏମ୍ପୋରିଓ ଆଲ୍ଲିଡ଼ ପ୍ରାଇଭେଟ ଲିମିଟେଡ଼ର ଡିଲର୍ ପ୍ରିନ୍ସିପାଲ୍, ଅବିନାଶ ସାମଲ କହିଥିଲେ ଯେ, “ସ୍କୋଡା ଗୁଣବତ୍ତା, ଗ୍ରାହକ ସେବା ପାଇଁ ପରିଚିତ। ଭୁବନେଶ୍ୱରରେ ଏହି ନୂଆ ସୁବିଧା ସହ ଆମେ ସ୍କୋଡା ଅଟୋ ଇଣ୍ଡିଆର ବ୍ରାଣ୍ଡ ପାଇଁ ଗର୍ବିତ । ଆଗାମୀ ଦିନରେ ଆଉ ଅଧିକ ଓ ଉନ୍ନତ ଗ୍ରାହକ ସେବା ଦେବା ପାଇଁ ଆମେ ସର୍ବଦା ପ୍ରତିବଦ୍ଧ।”

ସ୍କୋଡା ଅଟୋ ଇଣ୍ଡିଆର କୁସାକ, ସ୍ଲାଭିଆ, କୋଡିଆକ ଓ ଇନିଆକ ପରି ଲୋକପ୍ରିୟ ଗାଡି ଏଠାରେ ଉପଲବ୍ଧ । ଗ୍ରାହକମାନେ ଅନେକ ଆଫ୍ଟରସେଲ୍ସ୍ ପ୍ରୋଗ୍ରାମ୍ – ସୁପର କେୟାର , ଏକ୍ସଟେଣ୍ଡେଡ୍ ୱାରାଣ୍ଟି, ଭାଲ୍ୟୁ ସର୍ଭିସ୍ ପ୍ଲାନ୍ ପରି ସୁବିଧା ଉପଭୋଗ କରିପାରିବେ। ଏବେ ସ୍କୋଡା ଅଟୋ ଇଣ୍ଡିଆର ୩୦୦ରୁ ଅଧିକ ଟଚ୍ପଏଣ୍ଟ ୧୭୬ଟି ସହରରେ ବ୍ୟାପିଛି, ଯାହା ଦେଶରେ ଗ୍ରାହକ ସମ୍ପର୍କ ବୃଦ୍ଧିରେ ମୂଳ ଭୂମିକା ଗ୍ରହଣ କରିଛି ।




