www.samajalive.in
Sunday, December 7, 2025
26.1 C
Bhubaneswar

ରୋଗ ବ୍ୟାଧିରୁ ମୁକ୍ତି ପାଇଁ ଶ୍ରାବଣରେ କରନ୍ତୁ ଏହି ଉପାୟ

ଶ୍ରାବଣ ମାସ ଏକ ପବିତ୍ର ମାସ ହୋଇଥିବାରୁ ଏହି ମାସରେ ମହାଦେବଙ୍କୁ ପ୍ରସନ୍ନ କରି କେତେକ ସମସ୍ୟାକୁ ଦୂର କରାଯାଇପାରିବ ବିଭିନ୍ନ ସମସ୍ୟା ମଧ୍ୟରୁ ଶାରୀରିକ ପୀଡା ବା ରୋଗ ହେଉଛି ଅନ୍ୟତମ ତେଣୁ ଯେକୌଣସି ରୋଗରୁ ରକ୍ଷା ପାଇବା ପାଇଁ ଶ୍ରାବଣ ମାସରେ ଆପଣାନ୍ତୁ ଏହି ଉପାୟ…..

ଶ୍ରାବଣ ମାସରେ ସକାଳେ ଶୀଘ୍ର ଉଠି ସ୍ନାନ କରନ୍ତୁ। ସ୍ନାନ ଜଳରେ ଦୁଇ ବୁନ୍ଦା ଗଙ୍ଗାଜଳ ପକାନ୍ତୁ । ସ୍ନାନ ସାରିବା ପରେ ସ୍ବଚ୍ଛ ବସ୍ତ୍ର ପରିଧାନ କରନ୍ତୁ ।

- Advertisement -

ଏହା ପରେ ଏକ ଥାଳିରେ ରକ୍ଷା ସୂତ୍ର, ଚାଉଳ, ଧୂପ, ଦୀପ, ଧଳା ଚନ୍ଦନ, କଦଳୀ ବା ହଳଦିଆ ରଙ୍ଗର କିଛି ଫଳ, ଧଳା ମିଠା, ଗଙ୍ଗାଜଳ ଏବଂ ପଞ୍ଚାମୃତ ଆଦି ନେଇ ମହାଦେବଙ୍କ ମନ୍ଦିରକୁ ଯାଆନ୍ତୁ ।

ଯଦି ସମ୍ଭବ ହୁଏ ଘର ଠାରୁ ଖାଲି ପାଦରେ ଶିବ ମନ୍ଦିର ଯାଆନ୍ତୁ ।

ମନ୍ଦିରରେ ପହଞ୍ଚି ବିଧି ଅନୁଯାୟୀ ପୂଜା କରନ୍ତୁ ।

ଗାଈ ଘିଅର ଦୀପ ଓ ଧୂପକାଠି ଜଳାଇବା ପରେ ସେଠାରେ ବସି ଶିବ ଚାଳିଶା ଏବଂ ଶିବାଷ୍ଟକ ପାଠ କରନ୍ତୁ ।

ଶେଷରେ ନିଜ ମନସ୍କାମନା ପୂରଣ ପାଇଁ ପ୍ରାର୍ଥନା କରି ଘରକୁ ଫେରନ୍ତୁ ।  

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories