www.samajalive.in
Sunday, December 7, 2025
26.1 C
Bhubaneswar

ନିର୍ବାଚନ ସମୟରେ ଜବତ ଟଙ୍କା କେଉଁଠାରୁ ଆସିଛି ଓ ଆୟର ଉତ୍ସ ନେଇ ତଦନ୍ତ ହେବ : ଜଷ୍ଟିସ ଅରଜିତ୍‍ ପଶାୟତ

କଟକ : ଅର୍ଥନୈତିକ ଅପରାଧ ମାମଲାଗୁଡିକର ତ୍ୱରିତ ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରାଯିବା ଉପରେ ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରଜିତ୍‍ ପଶାୟତ ଗୁରୁତ୍ୱାରୋପ କରିଛନ୍ତି। ଚଳିତ ସାଧାରଣ ନିର୍ବାଚନ ସମୟରେ ଦେଶର ଭିନ୍ନ ଭିନ୍ନ ସ୍ଥାନରୁ ରେକର୍ଡ ସଂଖ୍ୟକ ତିନି ହଜାର ଆଠ ଶହ କୋଟି ଟଙ୍କା ଜବତ ହୋଇଥିବା ମଙ୍ଗଳବାର ଅନୁଷ୍ଠିତ ଏସଆଇଟି ବୈଠକରୁ ଜଣାପଡିଛି । ଏହି ଟଙ୍କା କେଉଁଠାରୁ ଆସିଛି ଏବଂ ସେମାନଙ୍କ ଆୟର ଉତ୍ସ କ’ଣ ସେ ନେଇ ତଦନ୍ତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ବିଭାଗୀୟ ଅଧିକାରୀମାନେ ଏହାର ତଦନ୍ତ କରିବା ସହ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି ଜଷ୍ଟିସ୍‍ ପଶାୟତ କହିଛନ୍ତି। ଦେଶ ତଥା ଦେଶ ବାହାରେ ଗଚ୍ଛିତ ଥିବା କଳାଧନ ଓ ଏହାର ଉତ୍ସଗୁଡ଼ିକର ତଦନ୍ତ ପାଇଁ ଗଠିତ ହୋଇଥିବା ସ୍ବତନ୍ତ୍ର ତଦନ୍ତକାରୀ ସଂସ୍ଥା ବା ଏସ୍‍ଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ କଟକରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।

କଟକରେ ଜଷ୍ଟିସ ପଶାୟତଙ୍କ ତେଲେଙ୍ଗା ବଜାରସ୍ଥିତ ବାସଭବନରେ ଅନୁଷ୍ଠିତ ଏସ୍‍ଆଇଟି ବୈଠକ ପରେ ସେ କହିଛନ୍ତି, କଳାଟଙ୍କା ମାମଲାରେ ସଂପୃକ୍ତ ସଂସ୍ଥା ବା ବ୍ୟକ୍ତି ବିଶେଷ ବିରୋଧରେ ଜରିମାନା, ଦଣ୍ଡବିଧାନ କରିଦେଲେ ତାହା ଯଥାର୍ଥ ହେବ ନାହିିଁ । ଏପରି ସ୍ପର୍ଶକାତର ପ୍ରସଙ୍ଗରେ ଦୋଷୀ ବିରୋଧରେ ଉପଯୁକ୍ତ ଦଣ୍ଡବିଧାନ ହେବା ଉଚି୍‍ତ । ଏହି ମର୍ମରେ ନିର୍ବାଚନ ଆଇନରେ ସଂଶୋଧନ ହେବା ଆବଶ୍ୟକ ବୋଲି ଜଷ୍ଟିସ୍‍ ପଶାୟତ କହିବା ସହ ନିର୍ବାଚନ କମିଶନଙ୍କୁ ଏ ସମ୍ପର୍କରେ ପ୍ରସ୍ତାବ ଦିଆଯିବ ବୋଲି ମତବ୍ୟକ୍ତ କରିଛନ୍ତି।

- Advertisement -

ସେହିପରି କଳାଟଙ୍କା ସମ୍ପର୍କିତ ତଦନ୍ତର ଅଗ୍ରଗତି ସମ୍ପର୍କରେ ସେ କହିଛନ୍ତି ଯେ କଳାଧନ ସମ୍ପର୍କିତ ଆଇନ ୨୦୧୫ରେ ଆସିବା ପରେ ଏହାର ବହୁଳ ପ୍ରଭାବ ପଡିଛି । ଓଡିଶାରେ କଳାଧନ ତଦନ୍ତର ଅଗ୍ରଗତି ସମ୍ପର୍କରେ ଜଷ୍ଟିସ୍‍ ପଶାୟତ କହିଛନ୍ତି, ମାଇକ୍ରୋ ଫାଇନାନ୍‍ସ୍‍ କମ୍ପାନୀ ଲିମିଟେଡ୍‍ ସମ୍ପର୍କରେ ସିବିଆଇ ତଦନ୍ତ ଜାରି ରହିଛି। ଅନ୍ୟପକ୍ଷରେ ବର୍ତ୍ତମାନ ସୁଇସ୍‍ ବ୍ୟାଙ୍କ୍‍ରୁ ଜମାକାରୀଙ୍କ ସହମତିରେ ତଥ୍ୟ ହାସଲ ସହଜ ହେଉଥିବାରୁ ଏହାର ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହେବାରେ ସଫଳ ହେଉଛି । ଖୁବ୍‍ ଶିଘ୍ର ଏସ୍‍ଆଇଟି ଏହାର ସପ୍ତମ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିବ ବୋଲି ଜଷ୍ଟିସ ପଶାୟତ କହିଛନ୍ତି।

ଏହି ବୈଠକରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଆୟକର ବିଭାଗ, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ, ନାର୍କୋଟିକ୍‍ କଣ୍ଟ୍ରୋଲ୍‍ ବ୍ୟୁରୋ, ରେଜିଷ୍ଟ୍ରାର ଅଫ୍‍ କମ୍ପାନିଜ୍‍ ଆଣ୍ଡ୍‍ ଲିକ୍ୟୁଡେଟର୍‍ ଭଳି କେନ୍ଦ୍ରୀୟ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଭାଗ ନେଇଥିଲେ। ସେହିପରି ରାଜ୍ୟ ପୁଲିସ୍‍ ମହାନିର୍ଦ୍ଦେଶକ
ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା, ଓଡ଼ିଶା ଦୁର୍ନୀତି ନିବାରଣ ବିଭାଗ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ, ରାଜ୍ୟ ଅପରାଧ ଶାଖା ନିୟନ୍ତ୍ରଣ ବିଭାଗ
ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ ଉପାଧ୍ୟାୟଙ୍କ ସମେତ ଖଣି ବିଭାଗ ନିର୍ଦ୍ଦେଶାଳୟର ଅଧିକାରୀ ମଧ୍ୟ ଏଥିରେ ଉପସ୍ଥିତ ଥିଲେ। କଟକରେ ଏସ୍‍ଆଇଟିର ଏହା ଅଷ୍ଟମ ବୈଠକ ଓ ଏହାର ଛଅଟି ଅନ୍ତରୀଣ ରିପୋର୍ଟ ଏବେ ସୁଦ୍ଧା ସୁପ୍ରିମକୋର୍ଟକୁ ପ୍ରଦାନ କରାଯାଇଛି ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories