ସିଡନୀ : ଅଷ୍ଟ୍ରେଲିଆର ମହାନ୍ ବ୍ୟାଟସମ୍ୟାନ୍ ଡନ୍ ବ୍ରାଡମ୍ୟାନ୍ ୧୯୨୮ରେ ନିଜ କ୍ୟାରିୟରର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ଏହି ମ୍ୟାଚ୍ରେ ବ୍ରାଡମ୍ୟାନ୍ ଯେଉଁ ଟୋପି ପିନ୍ଧିଥିଲେ ତାହା ନିଲାମ ହେବାକୁ ଯାଉଛି। ସୂଚନାଥାଉକି ଟେଷ୍ଟରେ ବ୍ରାଡମ୍ୟାନ୍ଙ୍କ ବ୍ୟାଟିଂ ଆଭରେଜ୍ ୯୯.୯୪, ଯାହାକି ଏକ ବିଶ୍ବ ରେକର୍ଡ। ପ୍ରଥମ ଟେଷ୍ଟ ମ୍ୟାଚ୍ରେ ବ୍ରାଡମ୍ୟାନ୍ ଯେଉଁ ଟୋପି ପିନ୍ଧିଥିଲେ ତାହାକୁ ସେ ୧୯୫୯ରେ ନିଜ ପଡୋଶୀ ପିଟର ଡୁନ୍ହାମ୍ଙ୍କୁ ଉପହାର ଦେଇଥିଲେ।
ସମୟକ୍ରମେ ଏହି ଟୋପି ଦକ୍ଷିଣ ଅଷ୍ଟ୍ରେଲିଆର ଲାଇବ୍ରେରୀରେ ପହଞ୍ଚିଥିଲା। ଏହି ଟୋପି ନିଲାମ ହେବ ବୋଲି ଜଣାପଡ଼ିଛି। ସୂଚନାଥାଉକି ପୂର୍ବରୁ ଅଷ୍ଟ୍ରେଲିଆର ମହାନ୍ ଲେଗ୍ସ୍ପିନର ସେନ୍ ୱାର୍ଣ୍ଣଙ୍କ ଟୋପି ୧୦ ଲକ୍ଷ ଅଷ୍ଟ୍ରେଲିଆନ୍ ଡଲାରରେ ନିଲାମ ହୋଇଥିଲା। ୨୦୦୩ରେ ବ୍ରାଡମ୍ୟାନ୍ଙ୍କ ଆଉ ଏକ ଟୋପି ୪ ଲକ୍ଷ ୨୫ ହଜାର ଓ ୨୦୧୫ରେ ଏକ ବ୍ଲେଜର୍ ୧ ଲକ୍ଷ ୩୨ ହଜାର ଅଷ୍ଟ୍ରେଲିଆନ୍ ଡଲାରରେ ନିଲାମ ହୋଇଥିଲା।



