www.samajalive.in
Tuesday, December 9, 2025
16.1 C
Bhubaneswar

ଚାକିରିରେ ବିଳମ୍ବ ହେଉଛି କି? ଆପଣାନ୍ତୁ ଏହି ଉପାୟ

ଅନେକ ସମୟରେ ଏପରି ଦେଖାଯାଏ,ଛୋଟ ଛୋଟ କାରଣରୁ ଚାକିରି କ୍ଷେତ୍ରରେ ସମସ୍ୟା ଲାଗିରହେ। କାର୍ଯ୍ୟରେ ସଠିକ୍‌‌ ଭାବେ ସଫଳତା ମିଳିପାରିନଥାଏ। କେତେକ ସମୟରେ ବାରମ୍ବାର ଚେଷ୍ଟା କରିବା ସତ୍ତେ୍ୱ ମଧ୍ୟ ଚାକିରିରେ ବିଳମ୍ବ ହେଉଥିବା ଦେଖାଯାଏା ତେବେ ବାସ୍ତୁରେ ଏପରି କେତେକ ସରଳ ଉପାୟ ବର୍ଣ୍ଣନା କରାଯାଇଛି, ଯାହାକୁ ଆପଣାଇବା ଦ୍ୱାରା ଚାକିରି କ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇଥାଏ। ଆର୍ଥିକ କ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇଥାଏ। ଜାଣନ୍ତୁ..
ଶୋଇବା ସମୟରେ ମୁଣ୍ଡ ଉପରକୁ ଏକ ମୟୁରପୁଚ୍ଛ ରଖନ୍ତୁ। ଏହା ଦ୍ୱାରା ଖୁବ ଶୁଭଫଳ ମିଳିଥାଏ। ଏହି ଉପାୟ ଆପଣାଇବା ଦ୍ୱାରା ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ। ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଲଗାତାର ଧନହାନୀ ହେଉଥିଲେ, ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
ଶୋଇବା ସମୟରେ ମୁଣ୍ଡ ଉପରେ ଏକ କଏନ୍‌‌ ରଖି ଦିଅନ୍ତୁ। ଏହାଦ୍ୱାରା ରୋଗରୁ ମୁକ୍ତି ମିଳିଥାଏ। ସ୍ୱାସ୍ଥ୍ୟ ଜନିତ ସମସ୍ୟା , ରୋଗ ଲାଗି ରହୁଥିଲେ ଦୂର ହୋଇଥାଏ। ଧନର ଅଭାବ ଦୂର ହୋଇଥାଏ।
କିଛି ରସୁଣକୁ ଶୋଇବା ସମୟରେ ମୁଣ୍ଡ ଉପରେ ରଖିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ। ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଉତ୍ତମ ନିଦ ହେବା ସହ କର୍ମକ୍ଷେତ୍ରରେ ଆସୁଥିବା ସମସ୍ୟା ଦୂର ହୋଇଥାଏ।
ଶୋଇବା ସମୟରେ ତକିଆ ତଳେ କିଛି ହଳଦୀ ଖଣ୍ଡ ରଖିବା ଦ୍ୱାରା କର୍ମକ୍ଷେତ୍ରରେ ଯୋଗ ଦେବାର ସୁଯୋଗ ଆସିଥାଏ। କର୍ମକ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇ ନୂତନ କର୍ମନିଯୁକ୍ତି ସୁଯୋଗ ମିଳେ। ଧନର ଅଭାବ ଦୂର ହୋଇଥାଏ। ଅନେକ ଦିନ ଧରି ଚାକିରି ପାଇଁ ଚେଷ୍ଟା କରୁଥିଲେ, ଏଥିରେ ସଫଳତା ମିଳିଥାଏ।
କିଛି ତୁଳସୀ ପତ୍ର ଓ ଗୁଜୁରାତିକୁ ଶୋଇବା ସମୟରେ ମୁଣ୍ଡ ଉପରକୁ ରଖି ଶୋଇବା ଦ୍ୱାରା ଜୀବନରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଭାଗ୍ୟରେ ସୁପରିର୍ତ୍ତନ ହୋଇଥାଏ। ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।

 

Hot this week

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

Related Articles

Popular Categories