www.samajalive.in
Sunday, December 7, 2025
23.1 C
Bhubaneswar

ଏସବୁ ଉତ୍ତର ଦିଗରେ ରଖିଲେ ; ହୋଇଥାଏ ଧନବୃଦ୍ଧି

ବାସ୍ତୁ ଅନୁଯାୟୀ ପ୍ରତ୍ୟେକ ଦିଗର ବିଶେଷ ମହତ୍ତ୍ୱ ରହିଛି। ବାସ୍ତୁରେ ଉତ୍ତର ଦିଗ ବିଷୟରେ ଅନେକ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ବର୍ଣ୍ଣନା କରାଯାଇଛି। ଜାଣନ୍ତୁ ଉତ୍ତର ଦିଗରେ କେଉଁ ଜିନିଷ ରଖିଲେ ଘରେ ଟଙ୍କାର ଅଭାବ ଦୂର ହେବା ସହ ସର୍ବଦା ଧନବୃଦ୍ଧି ହେବ।
ବାସ୍ତୁ ଅନୁଯାୟୀ ଉତ୍ତର ଦିଗ ଖୁବ ଶୁଭ। ଏହାକୁ ସକରାତ୍ମକ ଶକ୍ତିର ପ୍ରବେଶ ଦ୍ୱାର କୁହାଯାଏ। ଏହି ଦିଗକୁ ଦେବତାଙ୍କ ଦିଗ ମଧ୍ୟ କୁହାଯାଏ। ଏହି ଦିଗରେ ଧନର ଦେବତା କୁବେର ଓ ମା’ଲକ୍ଷ୍ମୀଙ୍କ ବାସ ରହିଥାଏ ବୋଲି ମାନ୍ୟତା ରହିଛି।
ବାସ୍ତୁ ଅନୁଯାୟୀ, ଆଲମିରାକୁ ସର୍ବଦା ଉତ୍ତର ଦିଗରେ ରଖନ୍ତୁ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ ଓ କୁବେରଙ୍କ ଆଶୀର୍ବାଦ ଓ କୃପା ସର୍ବଦା ମିଳିଥାଏ। ଆର୍ଥିକ ସମସ୍ୟା ଦୂର ହୋଇଥାଏ।
ମନି ପ୍ଲାଣ୍ଟକୁ ଘରେ ରଖିବା ଦ୍ୱାରା ଧନସମ୍ପତ୍ତି ବୃଦ୍ଧି ହୋଇଥାଏ ବୋଲି କୁହାଯାଏ। ତୁଳସୀ ବୃକ୍ଷକୁ ମଧ୍ୟ ଉତ୍ତର ଦିଗରେ ରଖିପାରିବେ। ଏହା ମଧ୍ୟ ଶୁଭଫଳ ପ୍ରଦାନ କରେ।
ବାସ୍ତୁ ଅନୁଯାୟୀ, ଘରର ରୋଷେଇ ଘରକୁ ଉତ୍ତର ଦିଗରେ ତିଆରି କରନ୍ତୁ। ଏହାଦ୍ୱାରା କଦାପି ଅନ୍ନର ଅଭାବ ହେବ ନାହିଁ। ଉତ୍ତର ଦିଗର କାନ୍ଥକୁ ହାଲକା ନୀଳ ରଙ୍ଗର କରନ୍ତୁ।

 

- Advertisement -

 

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories