www.samajalive.in
Monday, December 8, 2025
13.1 C
Bhubaneswar

ଶିମିଳିପାଳରେ କୁମ୍ଭୀର ସଂଖ୍ୟା ହ୍ରାସ

ବାରିପଦା: ଶିମଳିପାଳରେ ଏଥର କୁମ୍ଭୀର ଗଣନା ସମୟରେ କୁମ୍ଭୀରଙ୍କ ସଂଖ୍ୟା ୮୩ ବୋଲି ଜଣାପଡ଼ିବା ପରେ ସ୍ଥାନୀୟ ପରିବେଶପ୍ରେମୀଙ୍କ ମଧ୍ୟରେ ଉଦବେଗ ସୃଷ୍ଟି ହୋଇଛି। କାରଣ ଗତବର୍ଷ କୁମ୍ଭୀରଙ୍କ ସଂଖ୍ୟା ୮୭ଥିବା ଗଣନାରୁ ଜଣାପଡ଼ିଥିଲା। ସେହିପରି ୨୦୧୭ରେ ଶିମିଳିପାଳରେ ବନ୍ୟଜନ୍ତୁ ଗଣନା ସମୟରେ କୁମ୍ଭୀରଙ୍କ ସଂଖ୍ୟା ୭୭ ଥିବାବେଳେ ୨୦୧୮ରେ ଏମାନଙ୍କ ସଂଖ୍ୟା ୮୪କୁ ବୃଦ୍ଧି ପାଇଥିଲା ଏବଂ ୨୦୧୯ରେ କୁମ୍ଭୀରଙ୍କ ସଂଖ୍ୟା ୮୫ ଥିବା ବେଳେ ୨୦୨୦ରେ ଏହି ସଂଖ୍ୟା​‌େ​‌ର ହ୍ରାସ ଘଟି ୮୧ଟି କୁମ୍ଭୀର ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡ ଅଞ୍ଚଳରେ ରହିଥିବା ଜଣାପଡ଼ିଥିଲା।

ଏହାବାଦ ଏହି ଡିଭିଜନ ଅନ୍ତର୍ଗତ ମଧୁର ଜଳାଶୟ ଗୁଡ଼ିକରେ ଗତବର୍ଷ କୁମ୍ଭୀରଙ୍କ ସଂଖ୍ୟା ୭୪ ଥିଲାବେଳେ ଚଳିତବର୍ଷ ଏହିସଂଖ୍ୟା ବୃଦ୍ଧିପାଇ ୭୫ ହୋଇଛି ବୋଲି ବନଖଣ୍ଡ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ। ଚଳିତବର୍ଷ ଜାନୁଆରୀ ୫ରୁ ୮ ତାରିଖ ପର୍ଯ୍ୟନ୍ତ ଶିମିଳିପାଳରେ ୩ଦିନ ଧରି କୁମ୍ଭୀର ଗଣନା ହୋଇଥିବା ସମୟରେ ପୂର୍ବ ଓ ପଶ୍ଚିମ ଦେଓ ନଦୀ, ଖଇରୀଭଣ୍ଡନ, ବୁଢ଼ାବଳଙ୍ଗ, ଖଡ଼ଖାଇ, ଠକଠକି, ଉପର ବାରହାକାମୁଡ଼ା, ଚହଲା, ଜେନାବିଲ ଓ ନଅଣା ଆଦି ଅଞ୍ଚଳରେ ୮୩ଟି କୁମ୍ଭୀର ଦେଖିବାକୁ ମିଳିଛି ବୋଲି ପ୍ରକାଶ। ଏହି ସମସ୍ତ ମଧୁର ଜଳ ଅଞ୍ଚଳ ଶିମିଳିପାଳ ଦକ୍ଷିଣ ଓ ଉତ୍ତର ଏବଂ ବାରିପଦା ବନଖଣ୍ଡ ମଧ୍ୟରେ ଅନ୍ତର୍ଭୁକ୍ତ।

- Advertisement -

୧୯୭୦ରେ ଏକ ସର୍ବେକ୍ଷଣରୁ ଶିମିଳିପାଳରେ କୁମ୍ଭୀରଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ହ୍ରାସ ପାଇଥିବା ଜଣାପଡ଼ିଥିଲା। ଯାହାଫଳରେ ରାଜ୍ୟ ସରକାରଙ୍କ ସିଦ୍ଧାନ୍ତ କ୍ରମେ ଯଶୀପୁରର ରାମତୀର୍ଥ ଠାରେ ଏକ କୁମ୍ଭୀର ପ୍ରଜନନ କେନ୍ଦ୍ର ସ୍ଥାପିତ ହୋଇଥିଲା। ୧୯୭୯ରେ ଏହି ପ୍ରଜନନ କେନ୍ଦ୍ର ସ୍ଥାପିତ ହେବା ପରେ ଏହି ପ୍ରକଳ୍ପ ପାଇଁ ସର୍ବମୋଟ ୨୪ଟି ଅଣ୍ଡିରା ଓ ମାଈ କୁମ୍ଭୀରଙ୍କୁ ଚେନ୍ନଇରୁ ଆଣି ଏଠାରେ ରଖାଯାଇଥିଲା। ଏହି ପ୍ରକଳ୍ପ ଦ୍ୱାରା କୁମ୍ଭୀରଙ୍କ ଅଣ୍ଡାରୁ କୃତ୍ରିମ ପ୍ରଜନନ କରାଯାଇ କୁମ୍ଭୀରଙ୍କୁ ରାଜ୍ୟ ଓ ରାଜ୍ୟ ବାହାରକୁ ପଠାଯିବାର ବ୍ୟବସ୍ଥା ରହିଛି। ୧୯୮୪ ମସିହାରେ ପ୍ରଥମଥର ପାଇଁ ପ୍ରଜନନ ପ୍ରକ୍ରିୟା ଜରିଆରେ କୁମ୍ଭୀର ଜନ୍ମ ହୋଇଥିଲେ। ସେହିଦିନ ଠାରୁ ଏଯାବତ୍ ୧୫୦୦ ଅଣ୍ଡାରୁ ବାହାରିଥିବା ୭୦୦ କୁମ୍ଭୀରଙ୍କୁ ପୂର୍ବ ଓ ପଶ୍ଚିମ ଦେଓ ନଦୀ, ବୁଢ଼ାବଳଙ୍ଗ, ଖଇରୀ ଓ ପଳପଳା ନଦୀରେ ଛଡ଼ାଯାଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।

Hot this week

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

Related Articles

Popular Categories