www.samajalive.in
Sunday, December 7, 2025
14.1 C
Bhubaneswar

ଜପମାଳା; ଜାଣନ୍ତୁ କେଉଁ ମାଳାର କ’ଣ ରହିଛି ମହତ୍ତ୍ବ !

ପ୍ରାର୍ଥନା କରିବାର ଭିନ୍ନ ଭିନ୍ନ ଉପାୟ ରହିଥିବା ବେଳେ ମନ୍ତ୍ର ଜପ କରିବା ସବୁଠୁଁ ପ୍ରଭାବଶାଳୀ ବୋଲି ବିଶ୍ବାସ ରହିଛି । କାରଣ ଏହା ଦ୍ବାରା ବହୁତ ଶୀଘ୍ର ମନକୁ ଏକଗ୍ରତା କରିଥାଏ । ସେହିପରି ଭିନ୍ନ ଭିନ୍ନ ମନ୍ତ୍ର ଜପ କରିବା ଦ୍ବାରା ଭିନ୍ନ ଭିନ୍ନ ସୁଫଳ ମଧ୍ୟ ମିଳିଥାଏ । ସେଥିପାଇଁ ମନ୍ତ୍ର ଜପ କରିବା ସମୟରେ ଭିନ୍ନ ଭିନ୍ନ ମାଳାର ବ୍ୟବହାର କରିବା ଉଚିତ୍ । ତେବେ ଆସନ୍ତୁ ଜାଣିବା କେଉଁ ମାଳାର କ’ଣ ମହତ୍ତ୍ବ ରହିଛି ।                                             pic courtesy thebhakti
ରୁଦ୍ରାକ୍ଷ ମାଳା: ଶାସ୍ତ୍ରରେ ଏହି ମାଳାକୁ ସର୍ବଶ୍ରେଷ୍ଠ ମାଳା ବୋଲି ବର୍ଣ୍ଣନା କରାଯାଇଛି । ଏହି ମାଳା ଦ୍ବାରା ଯେକୌଣସି ମନ୍ତ୍ର ଜପ କରିବା ସହଜ ହୋଇଥାଏ ଏବଂ ମନ୍ତ୍ର ଜପର ପୂର୍ଣ୍ଣ ଫଳ ପ୍ରାପ୍ତି ହୋଇଥାଏ । ଭଗବାନ ଶିବଙ୍କ ମନ୍ତ୍ର ସହ ଯେକୌଣସି ଦେବୀ ଓ ଦେବତାଙ୍କ ମନ୍ତ୍ର ଜପ କରିପାରିବେ । ମହାମୃତ୍ୟୁଞ୍ଜୟ ମନ୍ତ୍ର ରୁଦ୍ରାକ୍ଷମାଳାରେ ଜପ କରନ୍ତୁ ।

pic courtesy AstroVidhi

ହଳଦୀ ମାଳା: ମନର ଇଚ୍ଛା ପୁରା କରିବା ପାଇଁ ହଳଦୀ ମାଳା ପ୍ରୟୋଗ କରନ୍ତୁ । ଗୁରୁଦେବ ବୃହସ୍ପତ୍ତି ଏବଂ ବଗଲାମୁଖୀ ମନ୍ତ୍ର ହଳଦୀ ମାଳାରେ ଜପ କରନ୍ତୁ । ହଳଦୀ ମାଳାରେ ଜପ କରିବା ଦ୍ବାରା ବିଦ୍ୟା, ସନ୍ତାନ ଏବଂ ଜ୍ଞାନ ପ୍ରାପ୍ତି ହୋଇଥାଏ ।                                                 pic courtesy panditbooking
ସ୍ପଟିକ ମାଳା: ସ୍ପଟିକମାଳାର ବ୍ୟବହାର ଧନ ପ୍ରାପ୍ତି ଏବଂ ମନର ଏକଗ୍ରତା ପାଇଁ କରାଯାଏ । ମା’ ଲକ୍ଷ୍ମୀଙ୍କ ମନ୍ତ୍ର ଏହି ମାଳାରେ ଜପ କରାଯାଏ । ଉଚ୍ଚ ରକ୍ତଚାପ ଥିଲେ ଏହି ମାଳାକୁ ଧାରଣ କରିପାରିବେ ।

- Advertisement -
pic courtesy panjab kesari

ଚନ୍ଦନ ମାଳା: ଚନ୍ଦନ ମାଳା ଦୁଇ ପ୍ରକାର । ଗୋଟିଏ ଧଳା ଚନ୍ଦନ ଏବଂ ଅନ୍ୟଟି ଲାଲ ବା ନାଲି ଚନ୍ଦନ । ମା’ ଦୁର୍ଗାଙ୍କ ମନ୍ତ୍ର ଲାଲ ବା ନାଲି ମାଳା ଦ୍ବାରା ଜପ କରଯାଏ । ଧଳା ଚନ୍ଦନ ମାଳାରେ ଭଗବାନ କୃଷ୍ଣଙ୍କ ମନ୍ତ୍ର ଜପ କରାଯାଏ । ରାହୁ ମହାଦଶା ଥିଲେ ଧଳା ଚନ୍ଦନ ମାଳା ଧାରଣ କରିପାରିବେ । ତୁଳସୀ ମାଳା: ତୁଳସୀ ମାଳାରେ ଦେବୀ ଓ ଭଗବାନ ଶିବଙ୍କ ମନ୍ତ୍ର ଜପ କରାଯାଏ ନାହିଁ । ତୁଳସୀ ମାଳା ଧାରଣା କରିବା ବେଳେ ସର୍ବଦା ବୈଷ୍ଣବ ରହିବା ଉଚିତ୍ । ତୁଳସୀ ମାଳାରେ ସର୍ବଦା ଭଗବାନ ବିଷ୍ଣୁଙ୍କ ମନ୍ତ୍ର ଜପ କରାଯାଏ । ତେଣୁ ଏହି ମାଳା ବହୁତ ମହତ୍ତ୍ବପୂର୍ଣ୍ଣ ଅଟେ ।

pic courtesy Abhimantrit.com

କମଲଗଟ୍ଟେ ମାଳା: ଏହି ମାଳାର ପ୍ରୟୋଗ ଧନ ଓ ବୈଭବ ପ୍ରାପ୍ତି ପାଇଁ କରାଯାଏ । ଶତ୍ରୁର ବିନାଶ ପାଇଁ ମଧ୍ୟ ଏହି ମାଳାର ପ୍ରୟୋଗ କରାଯାଏ । ମନ୍ତ୍ର ଜପ କରିବା ପରେ ଏହି ମାଳାକୁ ପୂଜା ସ୍ଥାନରେ ରଖିବା ଉଚିତ୍ ।

ମାଳା ବ୍ୟବହାର ସମୟରେ ଆପଣାନ୍ତୁ ଏହି ସାବଧାନତା
ସର୍ବଦା ମାଳାରେ ୧୦୮ ବା ୨୭ଟି ଦାନା ରହିବା ଆବଶ୍ୟକ ।
ପ୍ରତିଟି ଦାନା ପରେ ଗଣ୍ଠି ରହିବା ଆବଶ୍ୟକ ।
ମନ୍ତ୍ର ଜପ ସମୟରେ ମାଳା ଢାଙ୍କି ହୋଇ ବା ଘୋଡେଇ ହୋଇ ରହିବା ଆବଶ୍ୟକ ।
ମାନ୍ତ୍ର ଜପ କରିବା ସମୟରେ ତର୍ଜନୀ ଆଙ୍ଗୁଳୀ ସ୍ପର୍ଶ କରିବା ଉଚିତ୍ ନୁହେଁ ।
ସର୍ବଦା ନିଜ ମାଳାରେ ଜପ କରନ୍ତୁ, ଅନ୍ୟକୁ ପ୍ରୟୋଗ କରିବାକୁ ଦିଅନ୍ତୁ ନାହିଁ ।
ମନ୍ତ୍ର ଜପ ପରେ ମାଳାକୁ ମନ୍ଦିରରେ ରଖନ୍ତୁ, ଏହାକୁ ଧାରଣ କରନ୍ତୁ ନାହିଁ ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories