www.samajalive.in
Wednesday, December 10, 2025
14.1 C
Bhubaneswar

ଦ୍ବିତୀୟ ଟେଷ୍ଟରୁ ବାଦ୍‌ ପଡ଼ିପାରନ୍ତି ଗିଲ୍‌ : ନୀତୀଶଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ କ୍ରିକେଟ ଦଳ ବିପର୍ଯ୍ୟୟ ଭୋଗିଥିଲା। ଆଘାତ ଯୋଗୁ ଅଧିନାୟକ ଶୁଭମନ ଗିଲ ପ୍ରଥମ ଇନିଂସରେ ୩ଟି ବଲ ଖେଳିଥିବାବେଳେ ଦ୍ବିତୀୟ ଇନିଂସରେ ବ୍ୟାଟିଂ କରିନଥିଲେ। ଆହତ ପାଇଁ ଗୁଆହାଟୀରେ ୨୨ରୁ ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟେଷ୍ଟରୁ ଗିଲ୍‌ ବାଦ୍‌ ପଡ଼ିବାର ସମ୍ଭାବନା ସୃଷ୍ଟି ହୋଇଛି। ରିପୋର୍ଟ ଅନୁଯାୟୀ ଟେଷ୍ଟରେ ଗିଲ୍‌ ଖେଳିବାର ସମ୍ଭାବନା କମ ରହିଛି। ଦ୍ୱିତୀୟ ମ୍ୟାଚ ପୂର୍ବରୁ ନୀତିଶ କୁମାର ରେଡ୍ଡିଙ୍କୁ ପୁନଃ ଟେଷ୍ଟ ଦଳରେ ସାମିଲ କରାଯାଇଛି। ରେଡ୍ଡିଙ୍କୁ ଇଡେନ ଗାର୍ଡେନ୍ସ ଟେଷ୍ଟ ପୂର୍ବରୁ ଦଳରୁ ମୁକ୍ତ କରାଯାଇଥିଲା। ଗିଲ ବାଦ ପଡ଼ିବା ପରେ ନୀତିଶ ଏବେ ଦଳକୁ ଫେରିଛନ୍ତି।

ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡିଙ୍କୁ କଲକାତା ଟେଷ୍ଟ ପୂର୍ବରୁ ବିସିସିଆଇ ମୁକ୍ତ କରିଥି ଭାରତ ‘ଏ’ ପାଇଁ ଖେଳିବାକୁ କହିଥିଲା। ସୋମବାର ରାତିରେ ନୀତୀଶ କଲକାତାରେ ଭାରତୀୟ ଦଳରେ ଯୋଗ ଦେଇଥିଲେ ହେଁ ମଙ୍ଗବାର ଅଭ୍ୟାସ କରିଥିଲେ। ନୀତୀଶ ଭାରତ ଏ ପାଇଁ ଦୁଇଟି ଲିଷ୍ଟ ଏ ମ୍ୟାଚ ଖେଳିଥିଲେ। ସେ ପ୍ରଥମ ମ୍ୟାଚରେ ୩୭ ରନ କରିଥିଲେ ଏବଂ ଗୋଟିଏ ୱିକେଟ ନେଇଥିବାବେଳେ ଦ୍ୱିତୀୟ ମ୍ୟାଚରେ ସେ ବ୍ୟାଟିଂ କିମ୍ବା ବୋଲିଂ କରିବାକୁ ପାଇନଥିଲେ। ଭାରତୀୟ କ୍ରିକେଟ ଦଳକୁ ଗୁଆହାଟୀ ଟେଷ୍ଟରେ କିଛି ବ୍ୟାଟିଂ ଶକ୍ତିର ଆବଶ୍ୟକତା ଅଛି। ଶୁଭମନ ଗିଲ ବେକ ଆଘାତରୁ ସୁସ୍ଥ ହେଉଛନ୍ତି ଏବଂ ତାଙ୍କର ଅଂଶଗ୍ରହଣ ଏପର୍ଯ୍ୟନ୍ତ ସନ୍ଦେହଜନକ। ଭାରତ ପାଖରେ ବେଞ୍ଚରେ ଦେବଦତ୍ତ ପାଡିକଲ ଏବଂ ସାଇ ସୁଦର୍ଶନଙ୍କ ବିକଳ୍ପ ଅଛନ୍ତି।

- Advertisement -

ଗୁଆହାଟୀରେ ଗିଲ୍‌ ନଖେଳିଲେ ସାଇ ସୁଦର୍ଶନ କିମ୍ବା ଦେବଦତ୍ତ ପାଡ଼ିକଲଙ୍କ ମଧ୍ୟରୁ ଜଣଙ୍କୁୂ ଖେଳାଇବାର ଆଶା କରାଯାଉଛି। କିନ୍ତୁ ଆଉ ଜଣେ ବାମହାତି ବ୍ୟାଟସମ୍ୟାନଙ୍କୁ ଖେଳାଇବା ଠିକ୍‌ ହେବ ନାହିଁ। ଏହି ଦୃଷ୍ଟିରୁ ଚୂଡାନ୍ତ ଏକାଦଶରେ ନୀତୀଶ ରେଡ୍ଡିଙ୍କୁ ସାମିଲ ନିମ୍ନକ୍ରମ ବ୍ୟାଟିଂକୁ ମଜବୁତ କରିବାର ଆଶା କରାଯାଉଛି। ଗିଲ୍‌ଙ୍କ ୪ ନମ୍ବର ସ୍ଥାନରେ ଧ୍ରୁବ ଜୁରେଲ ଖେଳିପାରନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ ତିନି ଦିନ ମଧ୍ୟରେ ଶେଷ ହୋଇଥିଲା। ସମସ୍ତଙ୍କ ନଜର ଏବେ ଗୁଆହାଟୀରେ ହେବାକୁ ଥିବା ମ୍ୟାଚ ଉପରେ। ପ୍ରଥମଥର ଏଠାରେ ଟେଷ୍ଟ ମ୍ୟାଚ ଖେଳାଯିବାକୁ ଯାଉଛି। ଭାରତୀୟ ଦଳ ଆଶା କରିବ ଯେ ଏହା ସେମାନଙ୍କ ପାଇଁ ଏକ ସ୍ମରଣୀୟ ମ୍ୟାଚ ହେବ। ଉକ୍ତ ମ୍ୟାଚକୁ ଜିତି ଭାରତ ଶୃଙ୍ଖଳାକୁ ୧-୧ ବରାବର କରିବାକୁ ଲକ୍ଷ୍ୟ ରଖିଛି।

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories