www.samajalive.in
Saturday, December 6, 2025
26.1 C
Bhubaneswar

ଜ୍ୟୋତିର୍ଲିଙ୍ଗର ବିକାଶ ହେଉଛି ଭାରତର ଆଧ୍ୟାତ୍ମିକ ସ୍ପନ୍ଦନର ବିକାଶ – ମୋଦୀ

ଡେସ୍କ: ପ୍ରଭୁ ଶିବଶଙ୍କରଙ୍କ ସାନିଧ୍ୟ ଲାଭ କରିବା ସାଧାରଣ କଥା ନୁହେଁ, ଏହା ଅଲୌକିକ ଏବଂ ଅସାଧାରଣ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଆଜି ମଧ୍ୟପ୍ରଦେଶରେ ଉଜୟିନୀ ଠାରେ ନବନିର୍ମିତ ମହାକାଳଲୋକର ଲୋକାର୍ପଣ କରିବା ପରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ଏହା କହିଛନ୍ତି। ସେ କହିଛନ୍ତି, ନବନିର୍ମିତ ମହାକାଳଲୋକ ଅବିସ୍ମରଣୀୟ ଏବଂ ଅବିଶ୍ୱସନୀୟ। ଉଜୟିନୀ ଭାରତର ଆଧ୍ୟାତ୍ମିକ ନୈତିକତା କେନ୍ଦ୍ର ବୋଲି ସେ କହିଛନ୍ତି। ସେ କହିଛନ୍ତି, ସଫଳତାର ଶିଖରରେ ପହଞ୍ଚିବାକୁ ହେଲେ ଜାତି ଏହାର ସାଂସ୍କୃତିକ ଉଚ୍ଚତାକୁ ସ୍ପର୍ଶ କରେ ଏବଂ ନିଜର ପରିଚୟ ସହିତ ଗର୍ବର ସହିତ ଠିଆ ହୁଏ। ଶ୍ରୀ ମୋଦୀ କହିଛନ୍ତି, ଜ୍ୟୋତିର୍ଲିଙ୍ଗର ବିକାଶ ହେଉଛି ଭାରତର ଆଧ୍ୟାତ୍ମିକ ସ୍ପନ୍ଦନର ବିକାଶ।

ଏଥିପାଇଁ ଆଜି ଦିନ ସାରା ରାଜ୍ୟରେ ଦୀପାବଳୀ ଉତ୍ସବ ଭଳି ଆଲୋକ ପ୍ରଜ୍ୱଳିତ କରାଯାଇଛି। ରାଜ୍ୟର ୫୨ଟି ଯାକ ଜିଲ୍ଲାରେ ସବୁ ମନ୍ଦିର ଓ ଧର୍ମସ୍ଥଳୀ ଗୁଡ଼ିକରେ ମାଟିର ଦୀପାଳିରେ ଆଲୋକ ପ୍ରଜ୍ୱଳିତ କରାଯାଇଛି। ମହାକାଳଲୋକ ଉଦ୍‍ଘାଟନ ହେବା ପରେ ସେହି ଅଞ୍ଚଳରେ ଧାର୍ମିକ ପର୍ଯ୍ୟଟନ ଜରିଆରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଉଜୟିନୀ ସହର ଚାରିପଟେ ମଣ୍ଡୁ, ଓମ୍‍କାରେଶ୍ୱର ଏବଂ ମଣ୍ଡସୁର୍‍ର ବିଶ୍ୱବିଖ୍ୟାତ ପଶୁପତିନାଥ ମନ୍ଦିର ରହିଛି। ଯାହାଫଳରେ ସମ୍ପୂର୍ଣ୍ଣ ମାଲୁଆ ଅଞ୍ଚଳରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଜଣାପଡିଛି।

- Advertisement -

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories