ଜ୍ୟୋତିର୍ଲିଙ୍ଗର ବିକାଶ ହେଉଛି ଭାରତର ଆଧ୍ୟାତ୍ମିକ ସ୍ପନ୍ଦନର ବିକାଶ – ମୋଦୀ
ଡେସ୍କ: ପ୍ରଭୁ ଶିବଶଙ୍କରଙ୍କ ସାନିଧ୍ୟ ଲାଭ କରିବା ସାଧାରଣ କଥା ନୁହେଁ, ଏହା ଅଲୌକିକ ଏବଂ ଅସାଧାରଣ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଆଜି ମଧ୍ୟପ୍ରଦେଶରେ ଉଜୟିନୀ ଠାରେ ନବନିର୍ମିତ ମହାକାଳଲୋକର ଲୋକାର୍ପଣ କରିବା ପରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ଏହା କହିଛନ୍ତି। ସେ କହିଛନ୍ତି, ନବନିର୍ମିତ ମହାକାଳଲୋକ ଅବିସ୍ମରଣୀୟ ଏବଂ ଅବିଶ୍ୱସନୀୟ। ଉଜୟିନୀ ଭାରତର ଆଧ୍ୟାତ୍ମିକ ନୈତିକତା କେନ୍ଦ୍ର ବୋଲି ସେ କହିଛନ୍ତି। ସେ କହିଛନ୍ତି, ସଫଳତାର ଶିଖରରେ ପହଞ୍ଚିବାକୁ ହେଲେ ଜାତି ଏହାର ସାଂସ୍କୃତିକ ଉଚ୍ଚତାକୁ ସ୍ପର୍ଶ କରେ ଏବଂ ନିଜର ପରିଚୟ ସହିତ ଗର୍ବର ସହିତ ଠିଆ ହୁଏ। ଶ୍ରୀ ମୋଦୀ କହିଛନ୍ତି, ଜ୍ୟୋତିର୍ଲିଙ୍ଗର ବିକାଶ ହେଉଛି ଭାରତର ଆଧ୍ୟାତ୍ମିକ ସ୍ପନ୍ଦନର ବିକାଶ।
ଏଥିପାଇଁ ଆଜି ଦିନ ସାରା ରାଜ୍ୟରେ ଦୀପାବଳୀ ଉତ୍ସବ ଭଳି ଆଲୋକ ପ୍ରଜ୍ୱଳିତ କରାଯାଇଛି। ରାଜ୍ୟର ୫୨ଟି ଯାକ ଜିଲ୍ଲାରେ ସବୁ ମନ୍ଦିର ଓ ଧର୍ମସ୍ଥଳୀ ଗୁଡ଼ିକରେ ମାଟିର ଦୀପାଳିରେ ଆଲୋକ ପ୍ରଜ୍ୱଳିତ କରାଯାଇଛି। ମହାକାଳଲୋକ ଉଦ୍ଘାଟନ ହେବା ପରେ ସେହି ଅଞ୍ଚଳରେ ଧାର୍ମିକ ପର୍ଯ୍ୟଟନ ଜରିଆରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଉଜୟିନୀ ସହର ଚାରିପଟେ ମଣ୍ଡୁ, ଓମ୍କାରେଶ୍ୱର ଏବଂ ମଣ୍ଡସୁର୍ର ବିଶ୍ୱବିଖ୍ୟାତ ପଶୁପତିନାଥ ମନ୍ଦିର ରହିଛି। ଯାହାଫଳରେ ସମ୍ପୂର୍ଣ୍ଣ ମାଲୁଆ ଅଞ୍ଚଳରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଜଣାପଡିଛି।
A memorable day as Shri Mahakal Lok is being inaugurated. This will add to Ujjain's vibrancy. https://t.co/KpHLKAILeP
— Narendra Modi (@narendramodi) October 11, 2022
Comments are closed.