www.samajalive.in
Sunday, December 7, 2025
18.1 C
Bhubaneswar

ଜାହାଜରେ ଅଗ୍ନିକାଣ୍ଡ ଘଟଣା; ୬ ଜଣ ନିଖୋଜଙ୍କ ମଧ୍ୟରେ ଓଡିଆ ଯୁବକ

କଟକ: କେର୍ଚ ଷ୍ଟ୍ରେଟ୍‌ର ଗଭୀର ସମୁଦ୍ରରେ ଦୁଇଟି ଜାହାଜରେ ନିଆଁ ଲାଗିବା ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛଇ । ଏହା ସହ ବର୍ତ୍ତମାନ ସୁଦ୍ଧା ଅନ୍ୟ ୬ ଜଣ ନିଖୋଜ ଅଛନ୍ତି । ଏ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ବୁଧବାର ସୂଚନା ଦିଆଯାଇଥିଲା । ନିଖୋଜଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବକ ଥିବା ଜଣାପଡିଛି । ସେ ହେଉଛନ୍ତି ସମ୍ବଲପୁର ଜିଲାର ସିଦ୍ଧାର୍ଥ ମେହେର । ଦୁର୍ଘଟଣାଗ୍ରସ୍ତ ଜାହାଜରେ ସିଦ୍ଧାର୍ଥ କାର୍ଯ୍ୟରତ ଥିଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି । ସିଦ୍ଧାର୍ଥ ଯେଉଁ ଜାହାଜରେ ଥିଲା ସେଥିରେ ନିଆଁ ଲାଗିଯାଇଛି ବୋଲି ଗତ ୨୧ ତାରିଖ ରାତିରେ ଆମେ ଖବର ପାଇଥିଲୁ । ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ମେଲ୍‌ ଆସିଥିଲା ବୋଲି ସିଦ୍ଧାର୍ଥଙ୍କ ବାପା ସତ୍ୟନାରାୟଣ ମେହେର କହିଛନ୍ତି ।

ଜାହାଜର ବିସ୍ଫୋରଣ ହୋଇ ନିଆଁ ଲାଗିବା ସମୟରେ ୩ଜଣ ସାଙ୍ଗଙ୍କ ସହ ସିଦ୍ଧାର୍ଥ ସମୁଦ୍ରକୁ ଡେଇଁ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏପଯ୍ୟନ୍ତ ସିଦ୍ଧାର୍ଥଙ୍କର ପତ୍ତା ମିଳୁନାହିଁ । ସିଦ୍ଧାର୍ଥ ଲାଇଫ୍ ଜ୍ୟାକେଟ୍ ନେଇ ସମୁଦ୍ରକୁ ଡେଇଁଥିଲେ ବୋଲି ଉଦ୍ଧାର ହୋଇଥିବା ତାଙ୍କ ଦୁଇ ସାଙ୍ଗ କହିଛନ୍ତି ।

- Advertisement -

ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ରୁଷିଆରୁ କ୍ରିମିଆକୁ ଅଲଗା କରୁଥିବା କେର୍ଚ ଷ୍ଟ୍ରେଟ୍‌ର ଗଭୀର ସମୁଦ୍ରରେ ଦୁଇଟି ଜାହାଜରେ ନିଆଁ ଲାଗିଥିଲା। ଏହି ଦୁଇଟି ଜାହାଜ ମଧ୍ୟରୁ କାଣ୍ଡି ନାମକ ଜାହାଜରେ ୧୭ ଜଣ ଚାଳକ ସଦସ୍ୟ ରହିଥିବା ବେଳେ ୯ ଜଣ ତୁର୍କୀର ଏବଂ ୮ ଜଣ ଭାରତୀୟ ନାବିକ ଥିଲେ । ମାଷ୍ଟ୍ରେଓ ନାମକ ଅନ୍ୟ ଏକ ଜାହାଜରେ ୭ ଜଣ ତୁର୍କୀ ନାଗରିକ, ୭ ଜଣ ଭାରତୀୟ ଓ ଜଣେ ଲିବ୍ୟାର ନାଗରିକ ସମେତ ମୋଟ ୧୫ ଜଣ ନାବିକ ଥିବା ସୂଚନା ମିଳିଥିଲା । ବିସ୍ଫୋରଣ ଘଟି ନିଆଁ ଲାଗିବା ପରେ ଅନେକ ନାବିକ ଜାହାଜରୁ ଡେଇଁ ପଡିଥିଲେ ।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories