www.samajalive.in
Sunday, December 7, 2025
13.1 C
Bhubaneswar

ମଣିଷପଣିଆକୁ ଲଜ୍ଜା, ଦୁଷ୍କର୍ମ ପୀଡିତା ନାବାଳିକାକୁ ସାହାଯ୍ୟ କଲେନି ଲୋକେ

ଡେସ୍କ: ଅର୍ଦ୍ଧନଗ୍ନ ଅବସ୍ଥାରେ ଦୁଷ୍କର୍ମ ପୀଡିତା ଜଣେ ୧୨ ବର୍ଷର ନାବାଳିକା ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ବୁଲି ବୁଲି ସାହାଯ୍ୟ ଭିକ୍ଷା କରୁଛି କିନ୍ତୁ ନିଜକୁ ଆଧୁନିକ ଓ ସଭ୍ୟ ବୋଲାଉଥିବା ଆଜିର ମଣିଷ ତାକୁ ଦୁଆର ପାଖରୁ ଫେରାଇ ଦେଉଛି। ସାହାଯ୍ୟ ପରିବର୍ତ୍ତେ କବାଟ ଫାଙ୍କରେ ଆଜିର ମଣିଷ ଦେଖୁଛି ବଂଚିବାକୁ ଚାହୁଁଥିବା ସେହି ଝିଅର ଦୁର୍ଦ୍ଦଶା। ଏମିତି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ଉଜ୍ଜୟିନୀ ସହରରେ।

ସିସି ଟିଭିରେ ରେକର୍ଡ ହୋଇଥିବା ସେହି ଦୃଶ୍ୟକୁ ଯେ କେହି ବି ଦେଖିବ, ସେ ନିଶ୍ଚୟ ସଭ୍ୟ ମଣିଷର ଅମାନୁଷିକ ବ୍ୟବହାର ଦେଖି ସ୍ତବ୍ଧ ହୋଇଯିବ। ସମ୍ପୃକ୍ତ ନାବାଳିକା ସହ ଦୁଷ୍କର୍ମ ପରେ ଦାଣ୍ଡି ଆଶ୍ରମ ନିକଟରେ ଛାଡି ଦିଆଯାଇଥିଲା। ଦୁଷ୍କର୍ମ ପରେ ନାବାଳିକା ଦେହରେ ବସ୍ତ୍ର ନ ଥିବା ବେଳେ ତାଙ୍କ ଦେହରୁ ରକ୍ତ ବୋହୁଥିଲା। ସେ ନିକଟସ୍ଥ ରାସ୍ତା କଡରେ ଲୋକମାନେ ରହୁଥିବା ଘରକୁ ଘର ଯାଇ ସାହାଯ୍ୟ କରିବା ପାଇଁ ଓ ତାକୁ ସହାୟତା କରିବା ପାଇଁ ନେହୁରା ହେଉଥିଲା। କିନ୍ତୁ ସମସ୍ତେ କବାଟ ବନ୍ଦ କରିଦେଉଥିଲେ।

- Advertisement -

କେବଳ ସେତିକି ନୁହେଁ, ସାହାଯ୍ୟ ନ ପାଇ ବେଳକୁ ବେଳ ଝିଅଟି ଦୁର୍ବଳ ହୋଇ ପଡୁଥିଲା। ଶେଷରେ ନିକଟରେ ଥିବା ଆଶ୍ରମର ଜଣେ ଅନ୍ତେବାସୀ ରାହୁଲ ଶର୍ମା ସମ୍ପୃକ୍ତ ନାବାଳିକାକୁ ପୁଲିସ ସହାୟତାରେ ହସ୍ପିଟାଲରେ ଭର୍ତ୍ତି କରାଇ ଥିଲେ ଓ ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଇନ୍ଦୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଡାକ୍ତରୀ ମାଇନା ପରେ ଝିଅଟି ସହ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ହୋଇଛି। ଘଟଣାର ଅଭିଯୁକ୍ତକୁ ଶୀଘ୍ର ଗିରଫ କରିବା ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ମଧ୍ୟପ୍ରଦେଶ ପୁଲିସ ଇତି ମଧ୍ୟରେ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଦୁଷ୍କର୍ମ ଶିକାର ହୋଇଥିବା ଝିଅ ଜଣଙ୍କ କେଉଁ ଅଂଚଳର ବୋଲି ସଠିକ ଭାବେ କହିପାରୁ ନ ଥିବା ବେଳେ ସେ ଉତ୍ତରପ୍ରଦେଶର ପ୍ରୟାଗରାଜ ଅଂଚଳର ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ଏହି ଘଟଣାରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଉଜ୍ଜୟିନୀ ପୁଲିସକୁ ରିପୋର୍ଟ ତଲବ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories