ଭୁବନେଶ୍ବର (ବ୍ୟୁରୋ) ଅନ୍ୟ ରାଜ୍ୟଗୁଡ଼ିକ ଅପେକ୍ଷା ଓଡ଼ିଶାରେ କରୋନା ସଂକ୍ରମଣ ଗତି ମନ୍ଥର । ରାଜ୍ୟରେ ଲୋକସଂଖ୍ୟା ୪.୫ କୋଟି ହୋଇଥିଲେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ୬୦ ମଧ୍ୟରେ ରହିଛି । ସେହିପରି ସାରା ଦେଶରେ ପ୍ରତି ୧୦୦ ନମୁନା ପରୀକ୍ଷାରେ ଆକ୍ରାନ୍ତଙ୍କ ସଂଖ୍ୟା ତୁଳନାରେ ଓଡ଼ିଶା ମଧ୍ୟ ଭଲ ସ୍ଥିତିରେ ଅର୍ଥାତ୍ ସବୁଠୁ ତଳେ ରହିଛି । ରାଜ୍ୟ ସ୍ବାସ୍ଥ୍ୟ ମିଶନ ନିର୍ଦେଶିକା ଶାଳିନୀ ପଣ୍ଡିତ ଦେଇଛନ୍ତି ଏହି ତଥ୍ୟ ।
ଶ୍ରୀମତୀ ପଣ୍ଡିତ ରଖିଥିବା ତଥ୍ୟ ଅନୁସାରେ ନମୁନା ପରୀକ୍ଷାକୁ ଆଧାର କଲେ ସାରା ଦେଶରେ ନମୁନା ଯାଞ୍ଚର ୫% ଲୋକ ସଂକ୍ରମିତ ହୋଇଛନ୍ତି । ସେହିପରି ଦିଲ୍ଲୀରେ ୧୦.୯%, ତାମିଲନାଡ଼ୁରେ ୯.୨%, ମଧ୍ୟପ୍ରଦେଶରେ ୭.୬% ଲୋକଙ୍କ ନମୁନା ପରୀକ୍ଷା ପଜିଟିଭ୍ ରହୁଛି । ମାତ୍ର ଓଡ଼ିଶାରେ ଏହି ଅନୁପାତ ମାତ୍ର ୧.୦୮% ବୋଲି ଶ୍ରୀମତୀ ପଣ୍ଡିତ କହିଛନ୍ତି ।
ତେବେ କୋଭିଡ୍- ଗତି ଓଡ଼ିଶାରେ ମନ୍ଥର ହେଉଛି ବା ଧିମା ବେଗରେ ଯାଉଥିବବେଳେ ଭାରତରେ ତୀବ୍ର ବେଗରେ ବଢୁଛି । ହେଲେ ଓଡ଼ିଶାରେ ଏହାକୁ ବନ୍ଦୀ କରି ରଖିବାର ଶ୍ରେୟ କେବଳ ଶୃଙ୍ଖଳିତ ଓଡ଼ିଶାବାସୀଙ୍କୁ ହିଁ ଯାଉଛି ବୋଲି କହିଛନ୍ତି ଶାଳିନୀ ପଣ୍ଡିତ ।



