www.samajalive.in
Sunday, December 7, 2025
26.1 C
Bhubaneswar

‘ସର୍କସ’, ‘ଫୌଜି’ ପରେ ଶାହାରୁଖଙ୍କର ଆଉ ଏକ ସିରିଏଲ ଦୂରଦର୍ଶନରେ

ସମାଜ ପୋର୍ଟାଲ ଡେସ୍କ : ଲକଡାଉନ ଯୋଗୁଁ  ସୁଟିଂ ନାହିଁ, କି ନୂଆ କିଛି ଫିଲ୍ମ ଅବା ଟିଭି ସିରିଏଲ ପ୍ରସାରଣ ହେଉନାହିଁ ।  ଏଭଳି କ୍ଷେତ୍ରରେ ଟିଭିରେ ପୁରୁଣା ଶୋ’ ବା ଧାରାବାହିକ ଗୁଡିକର ପୁନଃ ପ୍ରସାରଣ ହେଉଛି । ଚ୍ୟାନେଲ ଗୁଡିକ ମଧ୍ୟ ଏଥିରୁ ଲାଭବାନ ହେଉଛନ୍ତି । ବିଶେଷ କରି ଦୂରଦର୍ଶନରେ, ଅନେକ ସିରିଏଲ ସମସ୍ତ ରେକର୍ଡ ଭଙ୍ଗ କରି ଚ୍ୟାନେଲକୁ ଟିଆରପିର ଶୀର୍ଷ ତାଲିକାକୁ ନେଇ ଆସିଛି । ଏହି ସମୟରେ ଶାହରୁଖଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ ଖୁସି ଖବର ।

- Advertisement -

ଏହି କ୍ରମରେରେ ଶାହରୁଖ ଖାନଙ୍କ ଲୋକପ୍ରିୟ ସିରିଏଲ ‘ସର୍କସ’ ଏବଂ ତାପରେ ‘ଫୌଜି’ ଦୂରଦର୍ଶନରେ ପୁନର୍ବାର ପ୍ରସାରିତ ହୋଇଥିଲା । ଦର୍ଶକଙ୍କ ଉତ୍ସାହ ଜନକ ପ୍ରତିକ୍ରିୟା ପାଇବା ପରେ ବର୍ତ୍ତମାନ ଚ୍ୟାନେଲ ଶାହାରୁଖ ଖାନଙ୍କ ଆଉ ଏକ ସିରିଏଲ ପୁନଃ ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛି।

ଶାହାରୁଖ ଖାନଙ୍କ ଏହି ସିରିଏଲର ନାମ ହେଉଛି ‘ଦୂସରା କେୱଲ’। ୧୯୮୯ରେ ପ୍ରସାରିତ ଏହି ସିରିଏଲରେ ଶାହରୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଦୂରଦର୍ଶନ ପକ୍ଷରୁ ଏକ ଟୁଇଟରେ ଏହି ବିଷୟରେ ସୂଚନା ଦିଆଯାଇଛି । ସିରିଏଲର ଏକ ପ୍ରୋମୋ ମଧ୍ୟ ସେୟାର ହୋଇଛି। ଚ୍ୟାନେଲ କ୍ୟାପସନରେ ଲେଖିଛି – ଶୋ ‘ଦୂସରା କେୱଲ’, ଡିଡି ରେଟ୍ରୋରେ ମୁଖ୍ୟ ଭୂମିକାରେ ଶାହାରୁଖ ଖାନଙ୍କ ସହ ଖୁବ ଶୀଘ୍ର ଆସୁଛି।

ସୂଚନା ଯୋଗ୍ୟ ଯେ, ‘ଦୂସରା କେୱଲ’ରେ ଶାହରୁଖ ଖାନଙ୍କ ଚରିତ୍ରର ନାମ ରହିଛି କେୱଲ । ଏଥିରେ ସେ ଏକ ଗ୍ରାମୀଣ ଯୁବକ ଭୂମିକାରେ ଅଭିନୟ କରିଛନ୍ତି। ଯିଏକି ସହରକୁ ଚାଲି ଯାଆନ୍ତି ଏବଂ ଆଉ ଫେରନ୍ତି ନାହିଁ। ଏହି ସିରିଏଲରେ ଭେଟେରାନ ଅଭିନେତା ଅରୁଣ ବାଲି, ବିନିତା ମଲିକ ଏବଂ ନତାଶା ରାଣା ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ ।

ଉଲ୍ଲେଖନୀୟ କଥା ହେଉଛି, ଶାହରୁଖ ଖାନ ଦୀର୍ଘ ସମୟ ଧରି ବଡ଼ ପରଦାରେ ଦେଖା ଦେଇନାହାଁନ୍ତି । ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ୨୦୧୮ରେ ‘ଜିରୋ’। ତେଣୁ ଏହି ସମୟରେ, ଶାହରୁଖ ଖାନଙ୍କ ପୁରୁଣା ସିରିଏଲର ଦୂରଦର୍ଶନରେ ପୁନଃ ପ୍ରସାରଣ ପ୍ରଶଂସକଙ୍କ ପାଇଁ ଉପହାର ଠାରୁ କମ୍ ନୁହେଁ ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories