www.samajalive.in
Tuesday, December 9, 2025
15.1 C
Bhubaneswar

ଶାବରୀମାଳା ମନ୍ଦିରରେ ପ୍ରବେଶ ବିବାଦ: ଭକ୍ତ ତୁଳନାରେ କର୍ମୀ ଅଧିକ

ଥିରୁଭାନନ୍ଥପୁରମ୍‍: ଶାବରୀମାଳା ମନ୍ଦିରରେ ୧୦ ବର୍ଷରୁ ୫୦ ବର୍ଷର ମହିଳାଙ୍କ ପ୍ରବେଶକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏବେ ଆଉ ଏକ ଖବର ପଦାକୁ ଆସିଛି। ଗତ ସୋମବାର ଓ ମଙ୍ଗଳବାର ଦିନ ଛିଥିରା ଆଟ୍ଟମ ଉତ୍ସବ ପାଇଁ ମୋଟ ୭,୩୦୦ ଜଣ ଭକ୍ତ ମନ୍ଦିରକୁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୨୦୦ ଜଣ ଭକ୍ତ ଭଗବାନ ଆୟାପ୍ପାଙ୍କୁ ଦର୍ଶନ ପାଇଁ ଯାଇଛନ୍ତି। ବାକି ୭,୧୦୦ ଜଣ ବିଭିନ୍ନ ଦଳୀୟ କର୍ମୀ ବୋଲି ଜଣାପଡ଼ିଛି। ପୁଲିସ ସୂତ୍ରରୁ ଏହି ସୂଚନା ମିିଳିଛି।
ମନ୍ଦିରକୁ ଆସିଥିବା ଲୋକମାନଙ୍କ ମଧ୍ୟରୁ କେଉଁମାନେ ପ୍ରକୃତରେ ଭଗବାନ ଆୟାପ୍ପାଙ୍କ ଦର୍ଶନ ପାଇଁ ଆସିଛନ୍ତି ଓ କେଉଁମାନେ ବିକ୍ଷୋଭରେ ଭାଗ ନେଇଛନ୍ତି ସେମାନଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ଏକ ସ୍ୱତନ୍ତ୍ର ସଫ୍ଟୱେର ବ୍ୟବହାର କରୁଛି। ଚିହ୍ନଟ ପରେ ଗଣ୍ଡଗୋଳକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି। ଆସନ୍ତା ୧୬ ତାରିଖରେ ପୁଣି ମନ୍ଦିର ଖୋଲିବାକୁ ଯାଉଥିବା ବେଳେ ସେତେବେଳେ ଅଧିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ପୁଲିସ କହିଛି।
ସୂଚନାଯୋଗ୍ୟ, ୧୦ ରୁ ୫୦ ବର୍ଷର ବୟସର ମହିଳାଙ୍କ ମନ୍ଦିର ପ୍ରବେଶ ଅଧିକାର ରହିଛି ବୋଲି ସୁପ୍ରିମକୋର୍ଟ ରାୟ ଦେବା ପରେ ବିବାଦ ଉପୁଜିଛି। ସ୍ଥାନୀୟ ଲୋକ ଓ ସଂଗଠନ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ମହିଳାଙ୍କୁ ମନ୍ଦିର ଭିିତରକୁ ଛାଡ଼ୁ ନାହାନ୍ତି। ସେଠାରେ ଆଇଜି, ୫ ଜଣ ଏସ୍‍ପି ଓ ୧୪ ଜଣ ଡିଏସ୍‍ପିଙ୍କ ନେତୃତ୍ୱରେ ୨ ହଜାରରୁ ଊଦ୍ଧ୍ୱର୍ ପୁଲିସ ଓ ସୁରକ୍ଷା ବଳ ଯବାନ ନିୟୋଜିତ ହୋଇଛନ୍ତି। ପୁଲିସ ଏ ପର୍ଯ୍ୟନ୍ତ ୩,୭୪୧ ଜଣ ବିକ୍ଷୋଭକାରୀଙ୍କୁ ଗିରଫ କରିଥିବା ବେଳେ ୫୫୦ ମାମଲା ରୁଜୁ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories