www.samajalive.in
Sunday, December 7, 2025
23.1 C
Bhubaneswar

ଗରିବଙ୍କ କଲ୍ୟାଣ ପାଇଁ ଏକାଠି ହୁଅନ୍ତୁ ସେଲ୍‌ କର୍ମଚାରୀ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ଵର: ସେଲ୍‌ର କର୍ମଚାରୀମାନଙ୍କ ପାଇଁ ସ୍ବୟଂସେବୀ ଯୋଜନା ତଥା ପୋର୍ଟାଲ ‘ସର୍ଭିସ’କୁ ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସାମାଜିକ କାର୍ଯ୍ୟ ପ୍ରତି କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ଲାଗି ଏହି ସର୍ଭିସ ଆରମ୍ଭ କରାଯାଇଥିବାବେଳେ ସମାଜର ଗରିବଙ୍କ କଲ୍ୟାଣ ପାଇଁ କର୍ମଚାରୀମାନେ ଏକାଠି ହେବା ସହିତ ଦେଶ ନିର୍ମାଣରେ ଆଗେଇ ଆସିବାକୁ କେନ୍ଦ୍ରମନ୍ତ୍ରୀ କର୍ମଚାରୀମାନଙ୍କୁ ଆହ୍ବାନ କରିଛନ୍ତି।

ସୂଚନା ଅନୁସାରେ, ଏହି ‘ସର୍ଭିସ’ ଯୋଜନା କେବଳ ସେଲ୍‌ର କର୍ମଚାରୀମାନଙ୍କ ପାଇଁ ପ୍ରଯୁଜ୍ୟ। ସାମାଜିକ କାର୍ଯ୍ୟ ପ୍ରତି କର୍ମଚାରୀଙ୍କୁ ଏହି ଯୋଜନା ଉତ୍ସାହିତ କରିବ। ଶିକ୍ଷା, ସ୍ବାସ୍ଥ୍ୟ, ନାରୀ ସଶକ୍ତୀକରଣ, କନ୍ୟା ସନ୍ତାନଙ୍କଠାରେ ଦେଖାଯାଉଥିବା କୁପୋଷଣ କ୍ଷେତ୍ରରେ ଏହି ଯୋଜନାରେ ଧ୍ୟାନ ଦିଆଯିବ। ସେଲ୍‌ ଏବଂ ସେଲ୍‌ ଦ୍ବାରା ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମର ବିକାଶ କରାଇବା ଦିଗରେ ଏହି ଯୋଜନା ଆରମ୍ଭ କରାଯାଇଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories