OMC 1 banner

ଭୁବନେଶ୍ୱରରେ ସିରିଜ ଦୁର୍ଘଟଣା, ପଛକୁ ପଛ ପିଟି ହେଲା ୪ଟି କାର

ଭୁବନେଶ୍ୱର: ରାଜଧାନୀରେ ସିରିଜ ଦୁର୍ଘଟଣା। ଖାରବେଳ ନଗରରେ ସିରିଜ ଦୁର୍ଘଟଣା ଘଟି ପଛକୁ ପଛ ୪ଟି କାର ପିଟି ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ କୌଣସି ମୃତାହତ କିମ୍ବା କେହି ଆହତ ହୋଇନଥିବା ସୂଚନା ମିଳିଥିବାବେଳେ ୪ଟି କାର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

ବିଜେପି ରାଜ୍ୟ କାର୍ଯ୍ୟାଳୟ ନିଟକରେ ଏହି ଦୁର୍ଘଟଣା ଘଟିଛି। ଖାରବେଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଜଣେ ନିଶାଶକ୍ତ ଯୁବକଙ୍କ ପାଇଁ ଏହି ସିରିଜ କାର ଦୁର୍ଘଟଣା ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି।

Comments are closed.