ପିତାମ୍ବର ଆଚାର୍ଯ୍ୟ ହେଲେ ନୂଆ ଆଡଭୋକେଟ ଜେନେରାଲ
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟଙ୍କୁ ବଡ଼ ଦାୟିତ୍ବ ଦିଆଯାଇଛି। ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟଙ୍କୁ ଆଡଭୋକେଟ ଜେନେରାଲ(ଏଜି) ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟଙ୍କୁ ନୂଆ ଏଜି ଭାବେ ରାଜ୍ୟପାଳ ରଘୁବର ଦାସ ନିଯୁକ୍ତି ଦେଇଥିବା ଆଇନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Copy and paste this URL into your WordPress site to embed
Copy and paste this code into your site to embed