www.samajalive.in
Sunday, December 7, 2025
26.1 C
Bhubaneswar

ଶ୍ରୀ ଜଗନ୍ନାଥଙ୍କ ସେବା ପାଇଁ ସାକ୍ଷୀଗୋପାଳରୁ ସେନାପଟା ଓ ବାହୁଟ ଶ୍ରୀକ୍ଷେତ୍ର ଗଲା

ସୁଆଣ୍ଡୋ: ସତ୍ୟବାଦୀ ସଂସ୍କୃତି ସୁରକ୍ଷା ମଞ୍ଚ ପକ୍ଷରୁ ବଉଳ କାଠ ମେଣାଣି ଶୋଭାଯାତ୍ରା ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ରୀ ଜଗନ୍ନାଥଙ୍କ ସେବା ପାଇଁ ସାକ୍ଷୀଗୋପାଳରୁ ସେନାପଟା ଓ ବାହୁଟ ଶ୍ରୀକ୍ଷେତ୍ରକୁ ପଠାଯାଇଛି।

ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଆଧାରରେ ସାକ୍ଷୀଗୋପାଳର ତିଳତଣ୍ଡୁଳିତ ବକୁଳବନରୁ ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ପାଇଁ ବଉଳ କାଠ କାହିଁ କେଉଁ କାଳରୁ ସଂଗ୍ରହ କରାଯାଇ ଆସୁଛି। ସୋମବାର ନିର୍ଜଳା ଏକାଦଶୀ ତିଥି ଅପରାହ୍ନରେ କାଠ ଶଗଡିକୁ ପଟୁଆରରେ ନିଆଯାଇ ବ୍ଲକ ଛକ ଠାରେ ଶ୍ରୀକ୍ଷେତ୍ର ଅଭିମୁଖେ ମେଲାଣି ଦିଆଯାଇଛି। ଏହି ଅବସରରେ ଶ୍ରୀମନ୍ଦିରରୁ ଆସିଥିବା ଶ୍ରୀଜୀଉଙ୍କ ଆଜ୍ଞାମାଳ ଶ୍ରୀ ମହାପ୍ରସାଦ ଧୂପଦୀପ ବୃକ୍ଷରେ ଲାଗି କରିବା ଗ୍ରାମବାସୀଙ୍କ ହରିବୋଲ ହୁଳହୁଳି ମଧ୍ୟରେ ଭୋଇ ସେବକ ଧୃବଚରଣ ଭୋଇ ନଡିଆ ବାଡେଇ ଅନୁକୂଳ କରି ବୃକ୍ଷ ଛେଦନ କରିଥିଲେ। ଶଗଡିଆ ବାନାମ୍ବର ପ୍ରଧାନ ଓ କପିଳ ସ୍ଵାଇଁ କାଠଗଣ୍ଡିକୁ ଶଗଡ଼ରେ ଲଦି ବଳଦ ଯୋଚି ଆସିଥିଲେ। ବକୁଳବନଠାରୁ ସତ୍ୟବାଦୀ ସଂସ୍କୃତି ସୁରକ୍ଷା ମଞ୍ଚ ଆନୁକୂଲ୍ୟର ହରିନାମ କିର୍ତ୍ତନ, ଘଣ୍ଟ , ମର୍ଦ୍ଦଳ, ମୃଦଙ୍ଗବାଦ୍ୟ ଓ ନୃତ୍ୟ ମେଢ ସହିତ ଶ୍ରୀରାଧାମଣ୍ଡଳ ଧର୍ମପ୍ରାଣ ଜନତା ଶ୍ରୀ ଜଗନ୍ନାଥଙ୍କ ସେବା ପାଇଁ ସାକ୍ଷୀଗୋପାଳରୁ ସେନାପଟା ଓ ବାହୁଟ ଶ୍ରୀକ୍ଷେତ୍ରକୁ ପଠାଇଥିଲେ।

- Advertisement -

ସତ୍ୟବାଦୀ ସଂସ୍କୃତି ସୁରକ୍ଷା ମଞ୍ଚ ପକ୍ଷରୁ ବଉଳ କାଠ ମେଣାଣି ଶୋଭାଯାତ୍ରା କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଚେୟାରମ୍ୟାନ, ବିଡିଓ, ତହସିଲଦାର, ଥାନା ଆଇଆଇସି ଓ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। କରୋନା କଟକଣାକୁ ନଜର ରଖି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories