www.samajalive.in
Tuesday, December 9, 2025
15.1 C
Bhubaneswar

ଏଏନ-୩୨ର ଭଗ୍ନାଂଶ ମିଳିବା ପରେ ବାୟୁସେନାର ବଡ଼ ଧରଣର ସର୍ଚ୍ଚ ଅପରେଶନ ଆରମ୍ଭ

ଇଟାନଗର: ଗତ ୩ ତାରିଖରେ ନିଖୋଜ ହୋଇଥିବା ବାୟୁସେନା ବିମାନ ଏଏନ-୩୨ର ଭଗ୍ନାଂଶ ଠାବ ହେବା ପରେ ବାୟୁସେନା ପକ୍ଷରୁ ବଡ଼ ଧରଣର ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଛି। ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଯେଉଁ ଅଞ୍ଚଳରୁ ଭଗ୍ନାଂଶ ମିଳିଛି ସେହି ଅଞ୍ଚଳରେ ସର୍ଚ୍ଚ ଅପରେଶନ କରାଯାଉଛି। ବିମାନରେ ଥିବା ସଦସ୍ୟମାନଙ୍କୁ ମଧ୍ୟ ଠାବ କରିବା ଲାଗି ଉଦ୍ୟମ ଚାଲିଛି। ସର୍ଚ୍ଚ ଅପରେଶନରେ କେତେକ ଏମଆଇ-୧୭ ଏବଂ ସେନାର ଏଏଲଏଚ ହେଲିକପ୍ଟର ସାମିଲ ହୋଇଛି ବୋଲି ପ୍ରତିରକ୍ଷା ଲୋକସମ୍ପର୍କ ଅଧିକାରୀ ୱିଙ୍ଗ କମାଣ୍ଡର ରତ୍ନାକର ସିଂହ ସୂଚନା ଦେଇଛନ୍ତି।

ନିଖୋଜ ବିମାନର ଭଗ୍ନାଂଶ ଯେଉଁ ସ୍ଥାନରେ ଠାବ କରାଯାଇଛି ତାହା ସି ୟୋମି ଜିଲାର ପାୟୁମ ରିଜିଅନ ଅନ୍ତର୍ଗତ ଗାଟେର ୧୨ରୁ ୧୫ କିଲୋମିଟର ପଶ୍ଚିମ ଏବଂ ଲିପୋର ୧୬ କିଲୋମିଟର ଉତ୍ତରରେ ଅବସ୍ଥିତ ବୋଲି ଚିହ୍ନଟ କରାଯାଇଛି। ମଙ୍ଗଳବାର ଅପରାହ୍ନରେ ଭାରତୀୟ ବାୟୁସେନା, ସେନା ଏବଂ ପ୍ରଶାସନ ପକ୍ଷରୁ ଆକାଶମାର୍ଗରେ ମିଳିତ ଅପରେଶନ ଚାଲିଥିବାବେଳେ ଏହି ଭଗ୍ନାଂଶ ଠାବ କରାଯାଇଛି। ତେବେ ଯଦିଓ ଭଗ୍ନାଂଶ ଠାବ ହୋଇଛି, ବିମାନରେ ଥିବା ୧୩ ସଦସ୍ୟଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories