www.samajalive.in
Tuesday, December 9, 2025
26.1 C
Bhubaneswar

୭ଟି ଜିଲାର ୨୭ଟି ଆଦିବାସୀ ଅଧ୍ୟୁଷିତ ବ୍ଲକ୍‌ରେ କୃଷକଙ୍କ ଆୟବୃଦ୍ଧି, ୯୬୯ଟି କୃଷି ଓ ଅଣକୃଷିଭିତ୍ତିକ କ୍ଲଷ୍ଟର ମାଧ୍ୟମରେ ୧ ଲକ୍ଷ ୫୦ ହଜାର ଜନଜାତି ପରିବାର ଉପକୃତ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଅନୁସୂଚିତ ଜନଜାତି ପରିବାର ନିମନ୍ତେ ଏକ ନୂତନ ଜୀବିକା ଇକୋସିଷ୍ଟମ ଆରମ୍ଭ ହୋଇଛି। କରୋନା ମହାମାରୀ ସମୟରେ ଏହି ‘ମିଶନ ଜୀବିକା ପ୍ରକଳ୍ପ’ ଅନୁସୂଚିତ ଜନଜାତି ପରିବାରଗୁଡ଼ିକ ନିମନ୍ତେ ପୋଷଣୀୟ ଜୀବିକାକୁ ନିଶ୍ଚିତ କରିପାରିଛି। ଏହି ଜୀବିକା କାର୍ଯ୍ୟକ୍ରମ ଦ୍ୱାରା ସେମାନଙ୍କର ଆୟବୃଦ୍ଧି ସହିତ ଜୀବନଧାରଣର ମାନରେ ଉନ୍ନତି ହୋଇପାରିଛି।
‘ମିଶନ ଜୀବିକା ପ୍ରକଳ୍ପ’ କାର୍ଯ୍ୟକ୍ରମ ୭ଟି ଜିଲ୍ଲାର ୨୭ଟି ଆଦିବାସୀ ଅଧ୍ୟୁଷିତ ବ୍ଲକ୍‌ର ଜନଜାତି ବର୍ଗର କ୍ଷୁଦ୍ର ଓ ନାମମାତ୍ର କୃଷକ ପରିବାରର ଆୟ ବୃଦ୍ଧିରେ ସହାୟକ ହୋଇଛି। ଏହା ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବଭି ।ଗର କୃଷି ଉତ୍ପାଦନ ପୁଞ୍ଜର ସହଭାଗିତାରେ କାର୍ଯ୍ୟ କରୁଛି। ବଜାର ସହିତ ଉତ୍ପାଦନ କ୍ଳଷ୍ଟରକୁ ସଂଯୁକ୍ତ କରାଯାଇଛି। ୯୬୯ଟି କୃଷି ଓ ଅଣକୃଷିଭିତ୍ତିକ କ୍ଲଷ୍ଟର ମାଧ୍ୟମରେ ୧ ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ୱ ପରିବାର ଉପକୃତ ହେଉଛନ୍ତି। ଉପଯୁକ୍ତ ସମୟରେ ସେମାନଙ୍କୁ ଗୁଣାତ୍ମକ ତଥ୍ୟ ପ୍ରଦାନ, ପ୍ରଶିକ୍ଷଣ, ଦକ୍ଷତା ବିକାଶ ସହାୟତା ଓ ସମନ୍ୱୟରେ ବଜାର ସହାୟତା ଯୋଗାଇ ଦିଆଯାଉଛି। ମିଶନ ଜୀବିକା ଓ କୃଷି ଉତ୍ପାଦନ କ୍ଲଷ୍ଟର ପ୍ରୋଜେକଫର ସମନ୍ୱୟରେ ନାମମାତ୍ର ଜନଜାତି ଚାଷୀଙ୍କ ପାଇଁ ଏକ କ୍ରିୟାଶୀଳ ଫାର୍ମ କ୍ଲଷ୍ଟର ସୃଷ୍ଟି ହେବା ସହିତ ସେମାନେ ଲାଭବାନ୍‌ ହୋଇଛନ୍ତି। ଏହି ପୁଂଜରେ ଆରମ୍ଭ ହୋଇଥିବା ନୂତନ ବୈଷୟିକ ଜ୍ଞାନର ପ୍ରୟୋଗ ଫଳରେ ଉତ୍ପାଦିକା ଶକ୍ତି ବହୁଗୁଣିତ ହୋଇଛି ଓ ଫସଲ ଅମଳ ସହଜ ହୋଇପାରିଛି ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା ପ୍ରକାଶ କରିଛନ୍ତି ।


କୋଭିଡ୍‌ ମହାମାରୀ ସମୟରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ‘ମିଶନ ଜୀବିକା’ କାର୍ଯ୍ୟକ୍ରମରେ ବୈଷୟିକ ତଥ୍ୟ ପ୍ରଦାନ, ବିହନ ଓ ସାର ଯୋଗାଣ ଭଳି ବିଭିନ୍ନ ପଦକ୍ଷେପ ନିଆଯାଇ ନିଯୁକ୍ତି ସୃଷ୍ଟି ସହିତ ଜନଜାତିଙ୍କ ପୋଷଣୀୟ ଜୀବିକା ସମୃଦ୍ଧ ହୋଇପାରିଛି ବୋଲି ବିଭାଗୀୟ ନିର୍ଦ୍ଦେଶିକା(ଏସ୍‌ଟି) ତଥା ସିଇଓ, ଓଟିଡିଏସ୍‌ ଗୁହା ପୁନମ ତାପସ କୁମାର କହିଛନ୍ତି। ଏହି କାର୍ଯ୍ୟକ୍ରମର ସଫଳତାର କାହାଣୀ ଅନେକ ରହିଛି। ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂପୁର ବ୍ଲକ୍‌ର ସୁନାଖଣ୍ଡି ଓ ପାତ୍ରଗୁଡ଼ା ଗ୍ରାମରେ ‘ମିଶନ ଜୀବିକା’ର ହିତାଧିକାରୀମାନ ଙ୍କୁ ଉପଯୁକ୍ତ ସମୟରେ ତଥ୍ୟ ଓ ବୈଷୟିକ ସହାୟତା ଯୋଗାଇ ଦିଆଯାଇଛି। ହିତାଧିକାରୀମାନଙ୍କର ଇଚ୍ଛାଶକ୍ତି ଓ ପ୍ରଚେଷ୍ଟା ଯୋଗୁଁ ଏହି କାର୍ଯ୍ୟକ୍ରମ ଜନଜାତିମାନଙ୍କର ପୋଷଣୀୟ ଜୀବିକା ହୋଇପାରିଛି। ୩୫ ଏକର ଜମିରେ ସଫଳତାର ସହିତ କଲରା ଚାଷ କରାଯାଇପାରିଛି। ଏହା ଦ୍ୱାରା ୫୯ ଜଣ ହିତାଧିକାରୀ ଉପକୃତ ହୋଇଛନ୍ତି । ଖୁସିର ବିଷୟ ସଂପ୍ରତି ହିତାଧିକାରୀମାନେ ରାୟଗଡ଼ା ଜିଲ୍ଲାରେ ୩ ଟନ କଲରା ଉତ୍ପାଦନ ଓ ବିକ୍ରୟ କରିଛନ୍ତି ଏବଂ ପ୍ରତ୍ୟେକ ହିତାଧିକାରୀ ୨୫ ହଜାରରୁ ୩୫ ହଜାର ଟଙ୍କା ଲାଭ ପାଇଛନ୍ତି। ୨୦୨୧ ଜୁନ ମାସ ଶେଷ ସୁଦ୍ଧା କ୍ଲଷ୍ଟରର ମହିଳା ସଦସ୍ୟାମାନେ ଏକର ପିଛା ହାରାହାରି ୮୦ ହଜାର ଟଙ୍କା ପାଇବେ ବୋଲି ଆଶା ରଖିଛନ୍ତି। ଏହି ଯୋଜନାରେ ଉପକୃତ ହୋଇଥିବା କୃଷ୍ଣପାତ୍ରଗୁଡ଼ା କ୍ଲଷ୍ଟରର ୩୫ ବର୍ଷୀୟ କୁରୁଂଜି ନାସିକା ତାଙ୍କର ଖୁସି ବ୍ୟକ୍ତ କରି କହିଛନ୍ତି ଯେ ସେ ଏହି କାର୍ଯ୍ୟକ୍ରମ ଦ୍ୱାରା ବିହନ, ସାର ଓ ବୈଷୟିକ ସୁବିଧା ପାଉଛନ୍ତି। ସେ ଏହା ଦ୍ୱାରା ସ୍ୱାବଲମ୍ବୀ ହେବା ସହିତ ପରିବା ଚାଷ ଉପରେ ତାଙ୍କର ଆତ୍ମବିଶ୍ୱାସ ବୃଦ୍ଧିପାଇଛି ଏବଂ ସେ ଏବେ ଏକର ଜମିର ମାଲିକ । ସେ କେବଳ ନିଜ ଗ୍ରାମରେ ରୋଲ ମଡେଲ୍‌ ନୁହେଁ ବରଂ ଆଖପାଖ ଗ୍ରାମ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।

Hot this week

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

Related Articles

Popular Categories