www.samajalive.in
Sunday, December 7, 2025
18.1 C
Bhubaneswar

ଓଡ଼ିଶା ସ୍କାଉଟ୍ସ ଗାଇଡ୍ସ ସଙ୍ଗଠନର ନୂତନ କର୍ମକର୍ତ୍ତା

ଭୁବନେଶ୍ବର : ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍‌ସ ଏବଂ ଗାଇଡ୍ସ ସଙ୍ଗଠନର ରାଜ୍ୟ ପରିଷଦ ବୈଠକ ସୋମବାର ରାଜ୍ୟ ମୁଖ୍ୟାଳୟ ସଭାଗୃହରେ ଆୟୋଜିତ ହୋଇଯାଇଛି। ଏଥିରେ ସଙ୍ଗଠନର ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି।
୫ ବର୍ଷରେ ଥରେ ରାଜ୍ୟ ପରିଷଦର ସଭ୍ୟଙ୍କ ମନୋନୟନ ପ୍ରକ୍ରିୟା ହୋଇଥାଏ। ବିଧାୟକ ଅତନୁ ସବ୍ୟସାଚୀ ନାୟକ ରାଜ୍ୟ ସଭାପତି ଭାବରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ସେହିପରି ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ଉପସଭାପତି ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ, ବିଧାୟକ ସାରଦା ପ୍ରସାଦ ନାୟକ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ, ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଡ. ମିନତି ବେହେରା, ଅବସରପ୍ରାପ୍ତ ନ୍ୟାୟାଧୀଶ ମନୋରଞ୍ଜନ ମହାନ୍ତି, ଅନ୍ତର୍ଜାତୀୟ ସମବାୟ ମତ୍ସ୍ୟ ସଙ୍ଗଠନ ଉପାଧ୍ୟକ୍ଷ ଟି. ପ୍ରସାଦ ରାଓ ଦୋରା ରାଜ୍ୟ ଉପସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଡ. କାଳିପ୍ରସାଦ ମିଶ୍ର ୯ମ ଥର ପାଇଁ ରାଜ୍ୟ ମୁଖ୍ୟ ଆୟୁକ୍ତ ଭାବରେ ନିର୍ବାଚିତ ହୋଇଛନ୍ତି।
ନବନିର୍ବାଚିତ ସଭାପତି ଶ୍ରୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ମୁଖ୍ୟ ଆୟୁକ୍ତ ତଥା ଜାତୀୟ ଉପସଭାପତି ଡ. କାଳିପ୍ରସାଦ ମିଶ୍ର, ଡ. ଧ୍ରୁବଚରଣ ପରିଡ଼ା, ଡ. ସିପ୍ରା ନାୟକ, ବିଭିନ୍ନ ଜିଲାର ଶିକ୍ଷାଧିକାରୀଙ୍କ ସମେତ ରାଜ୍ୟ ତଥା ଜିଲାସ୍ତରୀୟ ରାଜ୍ୟପରିଷଦର ବହୁ ପଦାଧିକାରୀ ଯୋଗଦେଇଥିଲେ। ଦିବଂଗତ ସ୍କାଉଟ୍‌ ଓ ଗାଇଡ୍ସ ବ୍ୟକ୍ତିତ୍ୱଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ରାଜ୍ୟ ମୁଖ୍ୟ ଆୟୁକ୍ତ ଡ. ମିଶ୍ର ସ୍ୱାଗତ ଭାଷଣରେ ବିଗତ ଦିନରେ ରାଜ୍ୟ ସଂସ୍ଥାର ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ନିଜର ପ୍ରତିଷ୍ଠା ଲାଭ କରିଥିବା ଅବତାରଣା କରି ସଦସ୍ୟଙ୍କ ସକ୍ରିୟ ସହଯୋଗର ପ୍ରଶଂସା କରିଥିଲେ।
ଗତବର୍ଷର ଆୟ ବ୍ୟୟର ଅଟକଳ ପରିଷଦ ଦ୍ୱାରା ଅନୁମୋଦନ ଲାଭ କରିଥିଲା। ଏତଦ୍‍ବ୍ୟତୀତ ବିଭିନ୍ନ କମିଟି ତଥା କାର୍ଯ୍ୟନିର୍ବାହୀ କମିଟି ଦ୍ୱାରା ଆଗତପ୍ରସ୍ତାବ ବିଷୟରେ ଆଲୋଚନା କରାଯାଇ ସର୍ବସମ୍ମତିକ୍ରମେ ଅନୁମୋଦିତ ହୋଇଥିଲା। ରାଜ୍ୟ ସଙ୍ଗଠନ କମିସନର (ଗାଇଡ୍‍) ଅନାମିକା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories