କେନ୍ଦୁଝରଗଡ : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କେନ୍ଦୁଝରଗଡର ପ୍ରାକ୍ତନ ଛାତ୍ର ଅଟଳକୃଷ୍ଣ ଖଟୁଆ ଚନ୍ଦ୍ରାୟନ-୩ ସଫଳତାର ଅନ୍ୟତମ ସଦସ୍ୟ ହୋଇଥିବାରୁ ସଫଳତା ଲାଭ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଆଚାର୍ଯ୍ୟ ଆଚାର୍ଯ୍ୟା, ଅଭିଭାବକ ଓ ପରିଚାଳନା ସମିତି ମହଲରେ ଖୁସିର ଲହରୀ ଖେଳିଯାଇଛି। ଅଟଳ ରସାୟନ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ ପରେ୨୦୧୨ ମସିହାରୁ ଇସ୍ରୋ ବୈଜ୍ଞାନିକ ଭାବେ ଯୋଗଦାନ କରିଥିଲେ। ଇସ୍ରୋରେ ୧୦ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବା ଅବସରରେ ସେ କ୍ରାଏଜୋନିକ ଷ୍ଟେଜ ଓ ଥର୍ମାଲ ପ୍ରୋଟେକ୍ସନ ସିଷ୍ଟମରେ ସ୍ପେସସ୍କ୍ରାପ୍ଟ କିପରି ବିଭିନ୍ନ ତାପମାତ୍ରାରେ ସଠିକ୍ ଭାବେ କାର୍ଯ୍ୟ କରିବ ସେହି ଦାୟିତ୍ୱ ତୁଲାଇଥିଲେ, ଯାହାକି ଚନ୍ଦ୍ରାୟନ-୩ ଯାତ୍ରା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା। ଇଂ ଅମରବର ଖଟୁଆ ଓ ଅଧ୍ୟାପିକା ସରୋଜିନୀ ଖଟୁଆଙ୍କ ସୁପୁତ୍ର ଅଟଳ ପିଲାଟିଦିନୁ ବିଜ୍ଞାନ ପ୍ରତି ରୁଚି ଥିବାରୁ ବିଦ୍ୟାଳୟସ୍ତରରେ ବିଜ୍ଞାନମେଳାରେ ପ୍ରତିବର୍ଷ କୃତିତ୍ୱରେ ସହ ସଫଳ ହୋଇଥାନ୍ତି । ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀ, ଆଚାର୍ଯ୍ୟ, ଆଚାର୍ଯ୍ୟା ଓ ପରିଚାଳନା ସମିତି ପକ୍ଷରୁ ଶୁଭେଚ୍ଛା ଜଣାଇବା ସହିତ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାମନା କରିଥିଲେ।
Popular Categories



