www.samajalive.in
Sunday, December 7, 2025
23.1 C
Bhubaneswar

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ: ନ୍ୟାୟାଳୟରେ ବିଚାରାଧୀନ ରହିଛି ୨୯ ହଜାର ୬୪୪ ଗୋଟି ମାମଲା

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବର୍ତ୍ତମାନ ବିଭିନ୍ନ ନ୍ୟାୟାଳୟରେ ୨୯ ହଜାର ୬୪୪ ଗୋଟି ମାମଲା ବିଚାରାଧୀନ ଅଛି। ବିଗତ ୨୦୧୮ ମସିହାରୁ ଇଣ୍ଟିଗ୍ରେଟେଡ୍‌ ଲିଗାଲ୍‌ ମନିଟରିଂ ସିଷ୍ଟମ୍‌ (ଆଇଏଲ୍‌ଏମ୍‌ଏସ୍‌) ଜରିଆରେ ବିଭିନ୍ନ କେଶଗୁଡ଼ିକରେ ରିଅଲ୍‌ ଟାଇମ୍‌ ଷ୍ଟାଟସ୍‌, ବ୍ଲକ୍‌ ଶିକ୍ଷା ଅଧିକାରୀଠାରୁ ବିଭାଗ ପର୍ଯ୍ୟନ୍ତ ଅପ୍‌ଡେଟ୍‌କରାଯାଉଛି। ଏହି ସମୟୋଚିତ ପଦକ୍ଷେପ ଯୋଗୁଁ ବିଭାଗର କେଶ୍‌ ସଂଖ୍ୟା ମାତ୍ର ଦୁଇ ବର୍ଷ ମଧ୍ୟରେ ୬୫ ହଜାରରୁ ୨୯ ହଜାର ୬୪୪କୁ କମାଯାଇ ପାରିଛି। ମାତ୍ର ଗତ ସପ୍ତାହରେ କିଛି ଅଧିକାରୀଙ୍କର ଅବହେଳା ବଶତଃ ଅଦାଲତ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ଗୁରୁତ୍ୱର ସହ ବିଚାରକୁ ନେଇ ବିଭାଗୀୟ ସଚିବ ସତ୍ୟବ୍ରତ ସାହୁ ସମସ୍ତ ବିଭାଗୀୟ ପଦାଧିକାରୀ, ସରକାରୀ ଓକିଲ ଓ ଜିଲ୍ଲା ଶିକ୍ଷାଧିକାରୀମାନଙ୍କର ସାପ୍ତାହିକ ବୈଠକ କରିବାକୁ ନିଷ୍ପତ୍ତି ନେଇଥିଲେ। ସେହି ନିଷ୍ପତ୍ତି ଅନୁସାରେ ନଭେମ୍ବର ୮ରେ ଭର୍ଚୁଆଲ୍‌ ମୋଡ୍‌ରେ ଏକ ବୈଠକ କରାଯାଇଥିଲା। ସଚିବ ସତ୍ୟବ୍ରତ ସାହୁଙ୍କ ସମୀକ୍ଷା ସମୟୋପଯୋଗୀ ହୋଇଥିବାରୁ ବିଭାଗର ମକଦ୍ଦମା ପରିଚାଳନା ଠିକ୍‌ ଭାବେ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ପ୍ରକାଶ କରାଯାଇଛି।
ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ କହିଥିଲେ ଯେ ଠିକ୍‌ ସମୟରେ ର ଅଦାଲତଙ୍କ ରାୟକୁ କାର୍ଯ୍ୟକାରୀ କରିବାକୁ ଅଗ୍ରାଧିକାର ଦିଆଯିବ। ଆବଶ୍ୟକସ୍ଥଳେ ଆଇନ ବିଭାଗର ମତାମତ ନେଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଯେଉଁ ଅଧିକାରୀମାନେ ମକଦ୍ଦମାଗୁଡ଼ିକୁ ବିଳମ୍ବରେ ଉପସ୍ଥାପନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥି ସହିତ ସରକାରଙ୍କ ‘ମୋ ସରକାର’ ଅଭିଯାନର ନିର୍ଦ୍ଦେଶାନୁଯାୟୀ ସରକାରୀ କାର୍ଯ୍ୟ କରୁନଥିବା ଓ କର୍ତ୍ତବ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କୁ ବରଖାସ୍ତ କରାଯିବ ଓ ଭଲ କାମ କରୁଥିବା ଅଧିକାରୀଙ୍କୁ ସମୟ ଆଗରୁ ପଦୋନ୍ନତି ଦିଆଯିବ ବୋଲି ସଚିବ ଶ୍ରୀ ସାହୁ ପ୍ରକାଶ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories