www.samajalive.in
Monday, December 8, 2025
14.1 C
Bhubaneswar

ଏସ୍‍ସିବି ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ସ୍ୱୟଂଶାସିତ ମାନ୍ୟତା

କଟକ : କଟକ ବଡ଼ ଡାକ୍ତରଖାନା ପରିସରସ୍ଥ ଜାତୀୟ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ରାଜ୍ୟ ସରକାର ସ୍ୱୟଂଶାସିତ ମାନ୍ୟତା ପ୍ରଦାନ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ପରେ ଏଣିକି ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ସମସ୍ତ ନନକ୍ଲିନିକାଲ ବିଭାଗ ସହିତ ୩ୟ ଓ ୪ର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ନିର୍ଦେଶକଙ୍କ ଅଧିନରେ ରହିବ। ଏହାଦ୍ୱାରା ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ରୋଗୀସେବାଠାରୁ ଆରମ୍ଭକରି ଗବେଷଣା କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ। ମାନସିକ ସ୍ୱାସ୍ଥ୍ୟପ୍ରତିଷ୍ଠାନର ଦ୍ୱିତୀୟ କ୍ୟାମ୍ପସ ବାରଙ୍ଗରେ ନିର୍ମାଣ କରାଯିବ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ଜମି ଯୋଗାଇ ଦିଆଯାଇଥିବାବେଳେ ରାଜ୍ୟ ସରକାର ୫କୋଟି ଟଙ୍କା ବ୍ୟୟ ବରାଦ କରିଥିବା ଜଣାପଡିଛି। ଦ୍ୱିତୀୟ କ୍ୟାମ୍ପସରେ ଚିକିତ୍ସା ପରେ ସୁସ୍ଥ ହେଉଥିବା ରୋଗୀଙ୍କ ଥଇଥାନ ସହିତ ଏକ ନିଶାମୁକ୍ତି କେନ୍ଦ୍ର ରହିବ।
କେନ୍ଦ୍ର ସରକାରଙ୍କ ସହାୟତାରେ ଏସ୍‍ସିବି ମାନସିକ ରୋଗ ବିଭାଗରେ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ସ୍ଥାପନ କରାଯାଇଛି। ବର୍ତ୍ତମାନ ଏହି କେନ୍ଦ୍ର ଏସ୍‍ସିବି ମେଡିକାଲ କଲେଜ ଦ୍ୱାରା ପରିଚାଳିତ ହେଉଛି। କଲେଜ ଅଧ୍ୟକ୍ଷଙ୍କ ଅଧିନରେ କାର୍ଯ୍ୟ କରୁଥିବାରୁ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ବିକାଶ ବାଧାପ୍ରାପ୍ତ ହେଉଥିଲା। ଏଥିନେଇ ମାନସିକ ରୋଗ ବିଭାଗର ବିଭାଗୀୟମୁଖ୍ୟ ତଥା ପ୍ରତିଷ୍ଠାନର ଅଧ୍ୟକ୍ଷ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ସ୍ୱୟଂଶାସିତ ମାନ୍ୟତା ଦେବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ସ୍ୱାସ୍ଥ୍ୟ ବିଭାଗ ଏହାକୁ ମଞ୍ଜୁର କରିବା ସହିତ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ସ୍ୱୟଂଶାସିତ ମାନ୍ୟତା ପ୍ରଦାନ କରିଛନ୍ତି। ସ୍ୱୟଂଶାସିତ ମାନ୍ୟତା ପାଇବା ପରେ କ୍ଲିନିକାଲ ବିଭାଗ ପୂର୍ବପରି ମେଡିକାଲ କଲେଜ ଅଧିନରେ ରହିବ। ତେବେ ସୋସିଆଲ ସାଇକୋଲୋଜି, ସାଇକୋଲୋଜିକାଲ ନର୍ସିଂ ଓ କ୍ଲିନିକାଲ ସାଇକୋଲୋଜି ପରି ବିଭାଗ ପ୍ରତିଷ୍ଠାନ ନିର୍ଦେଶକଙ୍କ ଅଧିନରେ ରହିବ। ଏଥିସହିତ ତୃତୀୟ ଓ ୪ର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ସେ କରିବେ। ପ୍ରତିଷ୍ଠାନ ସ୍ୱୟଂଶାସିତ ମାନ୍ୟତା ପାଇବା ପରେ ସରକାର ଦ୍ୱିତୀୟ କ୍ୟାମ୍ପସ ସ୍ଥାପନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ବାରଙ୍ଗ ଥାନା ନିକଟରେ ପ୍ରତିଷ୍ଠାନର ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ ହେବ। ଏଠାରେ ନିଶାମୁକ୍ତି କେନ୍ଦ୍ର ଓ ମାନସିକ ରୋଗୀଙ୍କ ଥଇଥାନ କେନ୍ଦ୍ର ସ୍ଥାପନ ହେବ। ସ୍ୱୟଂଶାସିତ ମାନ୍ୟତା ପାଇବା ପରେ ଜଣେ ସ୍ଥାୟୀ ନିର୍ଦେଶକ ନିଯୁକ୍ତି ହେବ। ଜଣେ ବିଶେଷଜ୍ଞ ଡାକ୍ତରଙ୍କୁ ହିଁ ନିର୍ଦେଶକ ପଦରେ ଅବସ୍ଥାପିତ କରାଯିବ। ଏଥିସହିତ ପ୍ରତିଷ୍ଠାନ କାର୍ଯ୍ୟକୁ ଶୃଙ୍ଖଳିତଭାବେ ପରିଚାଳନା କରିବା ପାଇଁ ହେଡସ ଅଫ ଆକାଉଣ୍ଟ ବିଭାଗ ଖୋଲାଯିବ। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ଅର୍ଥ ବିଭାଗକୁ ପ୍ରସ୍ତାବ ଦେଇଥିବା ବିଭାଗୀୟମୁଖ୍ୟ ପ୍ରଫେସର ଡାକ୍ତର ସାରଦାପ୍ରସନ୍ନ ସ୍ୱାଇଁ ସୂଚନା ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories