www.samajalive.in
Sunday, December 7, 2025
14.1 C
Bhubaneswar

ଏସସିବିରେ କୋଭିଡ୍‌-୧୯ ଚିକିତ୍ସା ଶିବିର : ତାଲିମ ନେଲେ ୨୪୯ ଡାକ୍ତର, ୨୭୩ ସେବିକା

କଟକ : କରୋନା ଆକ୍ରାନ୍ତଙ୍କୁ ସଠିକ ଚିକିତ୍ସା ଯୋଗାଇ ଦେବା ନେଇ କଟକ ବଡ଼ ଡାକ୍ତରଖାନାରେ ଦୀର୍ଘ ୪୫ଦିନ ଧରି ଚାଲିଥିବା ତାଲିମ ଶିବିର ରବିବାର ଉଦ୍‍ଯାପିତ ହୋଇଯାଇଛି। ଏହି ଶିବିରରେ ୩୦ଟି ଜିଲାର ୨୪୯ଜଣ ଡାକ୍ତର ଓ ୨୭୩ଜଣ ସେବିକାଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ରାଜ୍ୟର ବିଭିନ୍ନ ଜିଲାରେ ଖୋଲିଥିବା କୋଭିଡ ହସ୍ପିଟାଲର ଡାକ୍ତରଙ୍କ ସମେତ ଅଶ୍ୱିନୀ ହସ୍ପିଟାଲ, ଏମସ, ସମ, କିମସ, ଆପୋଲୋ, ଆମ୍ରି, କେୟାର ହସ୍ପିଟାଲର ଡାକ୍ତରଙ୍କ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବହୁ ବିଶେଷଜ୍ଞ ଯୋଗଦେଇ କୋଭିଡ-୧୯ ଆକ୍ରାନ୍ତ ଏବଂ ଗୁରୁତର ରୋଗୀଙ୍କ ଚିକିତ୍ସା ପ୍ରଣାଳୀ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ।
ସ୍ୱାସ୍ଥ୍ୟ ବିଭାଗ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ ସହୟତାରେ ଚାଲିଥିବା ଏହି ଶିବିରର ଉଦ୍‍ଯାପନୀ ଦିବସରେ ଜଷ୍ଟିସ ସଞ୍ଜୀବ ପାଣିଗ୍ରାହୀ ମୁଖ୍ୟଅତିଥିଭାବେ ଯୋଗଦେଇ ଏଭଳି ଶିବିର ଆୟୋଜନ ଦ୍ୱାରା ରାଜ୍ୟରେ କୋଭିଡ-୧୯ଆକ୍ରାନ୍ତଙ୍କ ଚିକିତ୍ସା ସେବା ତ୍ୱରାନ୍ୱିତ ହୋଇପାରିଥିବା କହିଥିଲେ। ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଅତିଥିଭାବେ ଯୋଗଦେଇ କୋଭିଡ-୧୯ ଚିକିତ୍ସା ସମ୍ପୃକ୍ତ ଡାକ୍ତର, ସେବିକା ଓ ପାରାମେଡିକାଲ କର୍ମଚାରୀଙ୍କୁ ଉତ୍ସାହିତ କରିବା ସହିତ ରୋଗରୁ ଦୂରେଇ ରହିବା ନିଜକୁ ସୁସ୍ଥ ରଖିବା ଜରୁରୀ ବୋଲି କହିଥିଲେ। ଡିଏମିଟି ପ୍ରଫେସର ଡାକ୍ତର ସିବିକେ ମହାନ୍ତି ଏହି ତାଲିମ ଶିବିରର ଅସଲ ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ମଞ୍ଚାସୀନ ଅତିଥିଭାବେ ଏସସିବିରେ ଏଭଳି ଶିବିର ଦ୍ୱାରା କୋଭିଡ ହସ୍ପିଟାଲରେ ନିୟୋଜିତ ଡାକ୍ତର ଓ ସେବିକାମାନେ ବିଶେଷ ଉପକୃତ ହୋଇଥିବା ମତ ଦେଇଥିଲେ। ଏସସିବି ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଡା. ଜୟଶ୍ରୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ପ୍ରଫେସର ଡା. ନିବେଦିତା ପାଣି, ପ୍ରଫେସର ଡା. ମନୋରଞ୍ଜନ ପଟ୍ଟନାୟକ, ପ୍ରଫେସର ଦୈତାରୀ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଶିବିରରେ ତାଲିମ ପ୍ରଦାନ କରିଥିବା ପ୍ରଫେସର ଡା. ବସନ୍ତ ପ୍ରଧାନ, ଡା. ପିକେ. ଥାଟୋଇ, ଡା. ଦେବାଶିଷ ସ୍ୱାଇଁ, ଡା. ପିକେ ମିଶ୍ରଙ୍କ ସମେତ ନର୍ସିଂ କଲେଜର ସଂଯୁକ୍ତା ମଲ୍ଲିକ, ଅନୁଭା ରାଉତ, ମାଳତୀ ତ୍ରିପାଠୀ, ବିଜୟଲକ୍ଷ୍ମୀ ଦାସ, ଅଞ୍ଚନାବାଳା ବେଉରା, କମଳିନୀ ମହାନ୍ତିଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଏହି ଶିବିରକୁ କ୍ରିଟିକାଲ କେୟାରର ନୋଡାଲ ଅଫିସର ପ୍ରଫେସର ଡା. ଜୟନ୍ତ ପଣ୍ଡାଙ୍କ ଏବଂ ତାଙ୍କ ସହଯୋଗୀ ପରିଚାଳନା କରିଥିଲେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories