ରାଜ୍ୟରେ ୧୧,୪୫୬ ପୁଲିସ ପଦ ଖାଲି

ଲକ୍ଷେ ଜନସଂଖ୍ୟା ପାଇଁ ମାତ୍ର ୧୪୬ ପୁଲିସ

-ବାସ୍ତବରେ ନିୟୋଜିତ ୧୨୯,-ଜାତୀୟ ହାରଠାରୁ ଓଡ଼ିଶା‌େ‌ର ୫୦ କମ୍‌

prayash

ଭୁବନେଶ୍ବର : ଅପରାଧ ବା ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ମାତ୍ରେ ପୁଲିସ ସମାଲୋଚନା ସମ୍ମୁଖୀନ ହୋଇଥାଏ। ବର୍ଷକୁ ବର୍ଷ ରାଜ୍ୟରେ ଅପରାଧ ପଞ୍ଜୀକରଣ ସଂଖ୍ୟା ବଢ଼ିବାରେ ଲାଗିଛି। ଅପରାଧ ନିୟନ୍ତ୍ରଣ, ଜନସାଧରଣଙ୍କ ଧନଜୀବନର ସୁରକ୍ଷା ବ୍ୟତୀତ ପୁଲିସର ଦାୟିତ୍ବ ଦିନକୁ ଦିନ ବଢ଼ିବାରେ ଲାଗିଛି। ଅପରାଧ ଓ ଆଇନଶୃଙ୍ଖଳା ଭଳି ଦାୟିତ୍ବ ତୁଲାଇବା ସହିତ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକାରୀ ହେବା ପ‌େର ଜନସାଧାରଣ ପୁଲିସଠାରୁ ତତ୍କାଳ ସେବା ପାଇଁ ଅଧିକ ଆଶାବାଦୀ ହେଇପଡିଛନ୍ତି। ଜନସାଧାରଣଙ୍କ ଆସ୍ଥାଭାଜନ ହେବା ଲାଗି ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବରିଷ୍ଠ ପ୍ରଶାସକମାନେ ସର୍ବଦା ପରାମର୍ଶ ଦେଇ ଆସୁଛନ୍ତି। ‌‌ହେଲେ ଅଧିକାଂଶ ସମୟରେ ପୁଲିସ ତାହାର ମୌଳିକ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରି ପାରୁନାହିଁ। ନିକଟରେ ବିଧାନସଭାର ମୌସୁମି ଅଧିବେଶନରେ ଓଡ଼ିଶା ପୁଲିସର ବାସ୍ତବ ସ୍ଥିତି ପଦାକୁ ଆସିଛି। ରାଜ୍ୟ ପୁଲିସ ବାହିନୀରେ ୧୧,୪୫୬ ପଦ ଖାଲି ପଡିଥିବା ଜଣାପଡିଛି। ସାଧାରଣ ଲୋକଙ୍କୁ ପୁଲିସ ମୌଳିକ ସେବା ଯୋଗାଇବାରେ ବିଫଳ ହେଉଥିବା ଅଭିଯୋଗ ହେଉଛି। ମାନବ ସମ୍ବଳ ଅଭାବ ବିଭାଗର କାର୍ଯ୍ୟଦକ୍ଷତା ଉପରେ ବିଶେଷ ଭାବେ ପ୍ରଭାବ ପକାଉଥିବା ନେଇ ବରିଷ୍ଠ ପୁଲିସ ଅଧିକାରୀ ଏବଂ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ନିକଟରେ ବିଧାନସଭାରେ ବିଧାୟକ ଗଣେଶ ରାମସିଂ ଖୁଣ୍ଟିଆଙ୍କ ଏକ ପ୍ରଶ୍ନର ଉତ୍ତରରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପ୍‌ଟେପ୍‌ ଦିବ୍ୟଶଙ୍କର ମିଶ୍ର ରାଜ୍ୟ‌େ‌ର ୧୧,୪୫୬ ପୁଲିସ ପଦ ଖାଲି ପଡିଥିବା ସୂଚନା ଦେଇଥିଲେ। ଓଡ଼ିଶା ପୁଲିସର ମହାନିରୀକ୍ଷକ ପଦଠାରୁ ଆରମ୍ଭ କରି କନଷ୍ଟେବଳ ପର୍ଯ୍ୟନ୍ତ ସବୁଠି ଶହ ଶହ ପଦ ଖାଲି।
ଗତ ମାର୍ଚ୍ଚ ୨୪ରେ ରାଜ୍ୟସଭାରେ ଏକ ତାରକା ପ୍ରଶ୍ନର ଉତ୍ତରରେ ଗୃହବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜି କ୍ରିଷ୍ଣା ରେଡ୍ଡୀ କହିଥିଲେ, ପୁଲିସ ଗବେଷଣା ଏବଂ ବିକାଶ ବ୍ୟୁରୋ(ବିପିଆର୍‌ଆଣ୍ଡଡି) ସୂଚନା ଅନୁସାରେ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ଜାତୀୟ ସ୍ତରରେ ହାରାହାରି ୧୯୫ ଜଣ ପୁଲିସ ପଦ ମଞ୍ଜୁର କରାଯାଇଛି; କିନ୍ତୁ ବାସ୍ତବରେ ପ୍ରତି ଏକ ଲକ୍ଷ ଜନସଂଖ୍ୟା ପାଇଁ ୧୫୬ ଜଣ ପୁଲିସ ଅଛନ୍ତି। ପୁଲିସ ପଦ ପୂରଣ ଦାୟିତ୍ବ ରାଜ୍ୟଗୁଡ଼ିକର। ତେଣୁ ରାଜ୍ୟ ସରକାରଙ୍କ ପ୍ରଥମ ଦାୟିତ୍ବ ହେଲା ପୁଲିସ ବାହିନୀ‌େ‌ର ଖାଲି ପଦ ପୂରଣ।
ଓଡ଼ିଶାର ୬୧୨ଟି ଥାନାରେ ଏପର୍ଯ୍ୟନ୍ତ ମଞ୍ଜୁର ହୋଇଥିବା ପଦ ପୂରଣ ହୋଇପାରୁନାହିଁ। ରାଜ୍ୟ ପୁଲିସ ବାହିନୀର ୧୫୭ଟି ପଦରେ ମଞ୍ଜୁରୀପ୍ରାପ୍ତ ୬୭ହଜାର୭୬୧ ପୁଲିସବଳର ଆବଶ୍ୟକତା ରହିଛି। ହେଲେ ଗତ ଅଗଷ୍ଟ ମାସ ସୁଦ୍ଧା ରାଜ୍ୟ ପୁଲିସ ବାହିନୀରେ ୫୬ ହଜାର ୩୦୫ ଜଣ ପୁଲିସ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ପୁଲିସ ବାହିନୀର ମଞ୍ଜୁରୀପ୍ରାପ୍ତ ପଦ ଏବେବି ଜାତୀୟ ପୁଲିସ ମଞ୍ଜୁରୀ ପଦ ତୁଳନାରେ କମ। ବିପିଆରଆଣ୍ଡ୍‌ଡି ତଥ୍ୟ ଅନୁସାରେ ଓଡ଼ିଶାରେ ପ୍ରତି ଏକ ଲକ୍ଷ ଜନସଂଖ୍ୟା ପାଇଁ ୧୪୬ ପୁଲିସ ପଦ ମଞ୍ଜୁରୀ କରାଯାଇଛି। ଯାହା ଜାତୀୟ ମଞ୍ଜୁରୀ ପ୍ରାପ୍ତ ପୁଲସ ପଦ ୧୯୫ ଠାରୁ ପ୍ରାୟ ୫୦ କମ୍‌। ହେଲେ ବାସ୍ତବରେ ନିୟୋଜିତ ଅଛନ୍ତି ୧୨୯। ଜାତୀୟ ସ୍ତରରେ ପ୍ରତି ଏକ ଲକ୍ଷରେ ନିୟୋଜିତ ହୋଇଥିବା ୧୫୬ ଜଣଙ୍କଠାରୁ ମଧ୍ୟ ୨୭ କମ। ଦେଶର ୩୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର କାର୍ଯ୍ୟରତ ପୁଲିସ ବାହିନୀ ତାଲିକା‌େ‌ର ଓଡ଼ିଶାର ପୁଲିସ ବାହିନୀ ୩୦ ତମ ସ୍ଥାନରେ ରହିଛି।
ଓଡ଼ିଶା ତୁଳନାରେ ପ୍ରତି ଏକ ଲକ୍ଷ ପୁଲିସ ବାହିନୀରେ ବିହାର, ଡାମନ ଡିଉ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଗୁଜରାଟରେ କମ୍ ପୁଲିସ କର୍ମଚାରୀ ଅଛନ୍ତି।

kalyan agarbati

Comments are closed.