www.samajalive.in
Sunday, December 7, 2025
14.1 C
Bhubaneswar

ଜଷ୍ଟିସ ବର୍ମାଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ସମାଜ ଡିଜିଟାଲ ଡେସ୍କ: ଘରୁ ଟଙ୍କା ମିଳିବା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟର ବିଚାରପତି ଯଶଓ୍ବନ୍ତ ବର୍ମାଙ୍କ ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। ତାଙ୍କୁ ଦୋଷୀ ବୋଲି ଦର୍ଶାଇଥିବା ତଦନ୍ତ କମିଟିର ରିପୋର୍ଟ ଏବଂ ପ୍ରଧାନ ବିଚାରପତିଙ୍କ ଦ୍ଵାରା ପଦବୀରୁ ତତ୍କାଳ ହଟାଯିବା ଲାଗି ସୁପାରିସକୁ ଚ୍ୟାଲେଞ୍ଜ କରି ବର୍ମା ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲେ। ତଦନ୍ତ କମିଟି ଧାର୍ଯ୍ୟ ପ୍ରକ୍ରିୟାର ଅନୁପାଳନ କରିଥିବା ଦର୍ଶାଇ ସର୍ବୋଚ୍ଚ ନ୍ୟାୟାଳୟ ପିଟିସନକୁ ଖାରଜ କରିଦେଇଥିଲେ।

ସୁପ୍ରିମକୋର୍ଟ ବିଚାରପତି ଦୀପାଙ୍କର ଦତ୍ତ ଏବଂ ବିଚାରପତି ଏ.ଜି. ମସିହଙ୍କ ଖଣ୍ଡପୀଠ ମାମଲାର ଶୁଣାଣି ସମୟରେ ଜଷ୍ଟିସ ବର୍ମାଙ୍କ ଆଚରଣ ବିଶ୍ଵାସଯୋଗ୍ୟ ନୁହେଁ, ତେଣୁ ତାଙ୍କ ପିଟିସନ ଶୁଣାଣି କରାଯାଇପାରିବ ନାହିଁ ବୋଲି କହିଥିଲେ।

- Advertisement -

ଖଣ୍ଡପୀଠ କହିଥିଲେ, ଇନହାଉସ କମିଟିର ଗଠନ ଏବଂ ତା’ର ତଦନ୍ତ ପ୍ରକ୍ରିୟା ଅବୈଧ ନୁହେଁ। ପ୍ରଧାନ ବିଚାରପତି ଏବଂ ତାଙ୍କ ଇନହାଉସ କମିଟି ସମସ୍ତ ପ୍ରକ୍ରିୟାର ପାଳନ କରିଛି। ତତ୍କାଳୀନ ପ୍ରଧାନ ବିଚାରପତି ଏହି ମାମଲାରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଯେଉଁ ପତ୍ର ପଠାଇଥିଲେ ତାହା ଅସାମ୍ବିଧାନିକ ନ ଥିଲା। ସୂଚନାଯୋଗ୍ୟ, ଜଷ୍ଟିସ ବର୍ମାଙ୍କ ଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ଗତ ମାର୍ଚ୍ଚ ୧୪ ତାରିଖରେ ନିଆଁ ଲାଗିଯାଇଥିଲା। ଏହି ଘଟଣା ସମୟରେ ବର୍ମା ଘରେ ନ ଥିଲେ। ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବା ସମୟରେ ଘର ଭିତରୁ ବିପୁଳ ପରିମାଣର ପୋଡ଼ିଯାଇଥିବା ବିଡ଼ା ବିଡ଼ା ଟଙ୍କା ମିଳିଥିଲା।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories