ପୁରୀ : ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ଅନୁଯାୟୀ ଶନିବାର ଏବଂ ରବିବାର ବନ୍ଦ ରହିବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ। ସପ୍ତାହରେ ଏହି ଦୁଇଦିନ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସମେତ ମନ୍ଦିର ପରିସର ବିଶୋଧନ କରାଯିବ।
ନୂଆ ଦର୍ଶନ ବ୍ୟବସ୍ଥା ଜାରି ହେବାଯାଏ ପ୍ରଚଳିତ ବ୍ୟବସ୍ଥା ବଳବତ୍ତର ରହିବ ବୋଲି ଜିଲାପାଳ ସମର୍ଥ ବର୍ମା ବୁଧବାର ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ଶନିବାର ଓ ରବିବାର ସପ୍ତାହାନ୍ତ ତାଲାବନ୍ଦ କଟକଣା ସମ୍ପୂର୍ଣ୍ଣ ଉଠାଇ ଦେଇଥିବାରୁ ଭକ୍ତଙ୍କୁ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ଅନୁମତି ଦିଆଯିବାକୁ କେତେକ ସଙ୍ଗଠନ ଦାବି କରିଥିଲେ । ଏହାଛଡ଼ା ଦର୍ଶନ ସମୟ ରାତି ୧୦ଟା ପର୍ଯ୍ୟନ୍ତ ବୃଦ୍ଧି ପାଇଁ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଛି ।
ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଗୃହୀତ ନିଷ୍ପତ୍ତି ଅନୁଯାୟୀ ଦର୍ଶନ ବ୍ୟବସ୍ଥା ପ୍ରସ୍ତୁତ କରାଯାଇଥିବାରୁ ପୁଣିଥରେ ବୈଠକ ଡକାଯାଇ ବ୍ୟବସ୍ଥାର ସମୀକ୍ଷା କରାଯିବ ବୋଲି ମନ୍ଦିର ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି।
ଶନି ଓ ରବିବାର ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ
Popular Categories



