www.samajalive.in
Sunday, December 7, 2025
26.1 C
Bhubaneswar

ଶନିବାର ରାଶିଫଳ ୧୨.୦୨.୨୦୨୨

ମେଷ: ପ୍ରତିଯୋଗିତାରେ ବିଜୟୀ ହୋଇ ସମ୍ମାନିତ ହେବେ। ସଶକ୍ତ ଆତ୍ମବଳରେ ବଳୀୟାନ ହୋଇପାରନ୍ତି। ମନୋବଳ ଦୃଢ଼ ରହିବ। ଭାଷା ଓ ବ୍ୟବହାର ମାର୍ଜିତ ହେବ। ପ୍ରେମୀ ଓ ସାହସୀ ହେବେ।
ବୃଷ: ଭାଗ୍ୟ ବଳରେ ବଳୀୟାନ୍‌ ହେବେ। ମଧୁରଭାଷୀ ହେବେ। ସହିବାର ଗୁଣ ଅଧିକ ରହିବ। ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ରଙ୍କଠାରୁ ସହାୟତା ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ମିଥୁନ: ଶ୍ରୀଚନ୍ଦ୍ର ଭୋଗ ହେତୁ କର୍ମଚଞ୍ଚଳ ରହିବେ। ରୋଜଗାର ଆଶାନୁରୂପ ହେବ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ଜିଣିବେ ଓ ଧନଲାଭ ହେବ। ପ୍ରୀତିଭୋଜନରେ ଆପ୍ୟାୟିତ ହେବେ।
କର୍କଟ: କର୍ମଚଞ୍ଚଳ ରହିବେ। ଚକ୍ଷୁରେ ସାମୟିକ ଭାବେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ନିରୋଳା ସ୍ଥାନରେ କିଛି ସମୟ ବିତାଇବାକୁ ଇଚ୍ଛା ପ୍ରକାଶ କରିବେ। ସାଧୁସଙ୍ଗ ପାଇଁ ଆଗ୍ରହୀ ହେବେ।
ସିଂହ: ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଧନ ପ୍ରାପ୍ତିର ସୂଚନା ମିଳୁଛି। କରିତ୍‌କର୍ମା ହେବେ।
କନ୍ୟା: ଶ୍ରମ ସାର୍ଥକ ହେବ। ମନ ପ୍ରସନ୍ନ ରହିବ। କୁଳ ଉଳକାରୀ ହେବେ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ସୁଖୀ ହେବେ।
ତୁଳା: ସତ୍‌ସଙ୍ଗୀ ହେବେ। ଦୈବୀ ବଳରେ ବଳୀୟାନ ହୋଇପାରନ୍ତି। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ବିଳାସ-ବ୍ୟସନ କରିପାରନ୍ତି। ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ପୁଣ୍ୟପ୍ରଭା ପତ୍ନୀଙ୍କ ସାନ୍ନିଧ୍ୟ ମିଳିବ।
ବିଛା: ଧୈର୍ଯ୍ୟ ଓ ସାହସର ସହିତ ସମସ୍ୟାର ମୁକାବିଲା କରିପାରନ୍ତି। ସାଧନାରୁ ଶାଶ୍ବତ ସୁଖର ସନ୍ଧାନ ପାଇବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ନାହିଁ। ଯାନବାହନ ଚଳାଚଳରେ ସତର୍କ ରହିବେ।
ଧନୁ: କାର୍ଯ୍ୟ କ୍ଷେତ୍ରରେ ସହଯୋଗ ମିଳିବ। ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ବ୍ୟବସାୟ ଲାଭଜନକ ହେବ। ପୂର୍ଣ୍ଣତା ଦିଗରେ ସପତ୍ନୀକ ଅଗ୍ରସର ହେବେ।
ମକର: ଆତ୍ମବଳ ଜାଗ୍ରତ ହେବା ସହିତ ମନରେ ଅହଂ ଭାବ ଉଦ୍ରେକ ହୋଇପାରେ। ଭ୍ରାତୃଭାବ ଅତୁଟ ରହିବ। ସୁସ୍ଥ ରହିବେ। ଶତ୍ରୁହନ୍ତା ହୋଇପାରନ୍ତି। ଚାକିରିରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ।
କୁମ୍ଭ: ଶବ୍ଦ ଭଣ୍ଡାରକୁ ନମନୀୟ ଓ କମନୀୟ କରିପାରନ୍ତି। ଓଁର ଚିନ୍ତନ ଓ ମନନରେ ବ୍ରତୀ ହୋଇପାରନ୍ତି। ଦାନଧର୍ମରେ ଦୀକ୍ଷିତ ହେବେ। ପ୍ରେମୀ ଓ ଜ୍ଞାନ-ବିଜ୍ଞାନର ଅଧିକାରୀ ହେବେ।
ମୀନ: ଉଦାର ପ୍ରକୃତିର ହେବେ। ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। କୃଷି କର୍ମରୁ ଲାଭବାନ୍‌ ହେବେ। ଯାନ-ବାହନ ସୁଖ ମିଳିବ। ଦଳ ପ୍ରତି ଆଦର, ସହିଷ୍ଣୁ ଓ ବୁଦ୍ଧିମାନ୍‌ ହେବେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories