www.samajalive.in
Sunday, December 7, 2025
13.1 C
Bhubaneswar

ସନ୍ଥ ବିନୋବାଜୀଙ୍କ ୧୨୭ତମ ଜନ୍ମ ଜୟନ୍ତୀ ପାଳନ

ଭୂବନେଶ୍ୱର:ବାରଭୂଜା ଗେଷ୍ଟ ହାଉସରେ ସମ୍ମାନୀୟ ଶ୍ରୀଯୁକ୍ତ ଏସକେ ଅବଦୁଲ୍ ଗନି ହାସନଙ୍କ ସଭାପତିତ୍ୱରେ ସନ୍ଥ ବିନୋବାଜୀଙ୍କ ୧୨୭ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଉକ୍ତ ସଭାରେ ଭୂଦାନ ସମିତିର ବିଭିନ୍ନ ଜିଲ୍ଲାରୁ ଆସିଥିବା ଭୂଦାନ କର୍ମ·ରୀ ଓ ଭୂଦାନ ପ୍ରେମୀମାନେ ଯୋଗ ଦେଇ ସର୍ବ ଧର୍ମ ପ୍ରାର୍ଥନା ଓ ବିନୋବାଜୀଙ୍କ ଫଟୋରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ସଭାପତି ଶ୍ରୀଯୁକ୍ତ ହାସନ ବିନୋବାଜୀଙ୍କ ଜୀବନୀ ଓ ଭୂଦାନ ଆନ୍ଦୋଳନ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ ଓ କହିଥିଲେ ବିନୋବାଜୀଙ୍କ ପୁରାନାମ ବିନାୟକ ନରହରି ଭାବେ। ସେ ୧୧ ସେପ୍ଟେମ୍ବର ୧୮୯୫ମସିହାରେ ଜନ୍ମଗ୍ରହଣ କରିଥିଲେ ଓ ୧୫ ନଭେମ୍ବର ୧୯୮୨ମସିହାରେ ଇହଲୀଳା ସମ୍ବରଣ କରିଥିଲେ ଏବଂ ସାରା ଦେଶରେ ୧୯୫୧ମସିହାରେ ଭୂଦାନ ଆନ୍ଦୋଳନ ଆରମ୍ଭ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଜେଡି ମାଇନରିଟି ସେଲ୍ର ଉପସଭାପତି ଏସକେ ଅବଦୁଲ୍ ଗନି ହାସନ, ସରୋଜ କୁମାର ସାମଲ, ଶ୍ୟାମସୁନ୍ଦର ପ୍ରଧାନ, ବିଜୟ କୁମାର ସାହୁ, ଅକ୍ଷୟ କୁମାର ସାହୁ, କାର୍ତିକ ଚନ୍ଦ୍ର ସେଠୀ,ପ୍ରଦୀପ୍ତ କୁମାର ଜେନା, ରବୀନ୍ଦ୍ର କୁମାର ମହାନ୍ତି, ଉମେଶ ଚନ୍ଦ୍ର ପାଣିଗ୍ରାହୀ, ପ୍ରଦୀପ କୁମାର ମହାଳିକ, ଏସ୍. କେ ରାଜୁଦ୍ଦିନ ହୁସେନ୍, ସେଖ୍ ଅଲିମଙ୍କ ସମେତ ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories