www.samajalive.in
Sunday, December 7, 2025
26.1 C
Bhubaneswar

ସାନ୍ତାଳୀ ୱିକିପିଡ଼ିଆକୁ ଅନୁମୋଦନ

କଟକ: ଭାରତ, ବାଂଲାଦେଶ ଏବଂ ନେପାଳର ସାନ୍ତାଳୀ ଯୁବକମାନଙ୍କର ସାମୂହିକ ଉଦ୍ୟମ ଏବଂ ଓଡିଆ ଉଇକିପିଡ଼ିଆ, ବାଂଲାଦେଶ ୱିକିମିଡିଆ ଅଧ୍ୟାୟର ସହଯୋଗରେ ସାନ୍ତାଳୀ ଉଇକିପିଡ଼ିଆକୁ ୨ ଅଗଷ୍ଟ ୨୦୨୦ ଉଇକିମିଡ଼ିଆ ଫାଉଣ୍ଡେସନ୍ ପକ୍ଷରୁ ଅନୁମୋଦନ ମିଳିଥିଲା। ସେବେଠାରୁ ଏହା ଏହାର ପୃଷ୍ଠାରେ ବିଭିନ୍ନ ବିଷୟବସ୍ତୁଗୁଡିକୁ ସ୍ଥାନ ଦେବା ସହ ଲେଖାସବୁକୁ ବିସ୍ତାର କରିବାକୁ ଚେଷ୍ଟା କରୁଅଛି। ବିଗତ ବର୍ଷ ଏହା ସାନ୍ତାଳୀ ଉଇକିପିଡ଼ିଆ ବିଷୟରେ ପାଠକମାନଙ୍କୁ ପ୍ରୋତ୍ସାହିତ ତଥା ସଚେତନ କରିବା ପାଇଁ କର୍ମଶାଳା, ଆଉଟ୍ରିଚ୍ ପ୍ରୋଗ୍ରାମ ଏବଂ ନିଜସ୍ୱ ବାର୍ଷିକ ଏଡିଟ୍-ଏ-ଥନ୍(ଗଣ ସମ୍ପାଦନା) କାର୍ୟ୍ୟକ୍ରମମାନ ଆୟୋଜନ କରିଥିଲା।

କୋଭିଡ୍‌-୧୯ ମହାମାରୀ ମଧ୍ୟରେ ଏ ବର୍ଷ ମଧ୍ୟ ସାନ୍ତାଳୀ ଉଇକିପିଡ଼ିଆର ବିଷୟବସ୍ତୁ ବଢାଇବା ଉର୍ଦ୍ଦେଶ୍ୟରେ ଦୁଇମାସ ଧରି ୧ ଜୁନ୍ ୨୦୨୦ ରୁ ୨ ଅଗଷ୍ଟ ୨୦୨୦ ପର୍ୟ୍ୟନ୍ତ ଏକ ଏଡିଟ୍-ଏ-ଥନ୍ କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଏଡିଟ୍-ଏ-ଥନ୍ ମାଧ୍ୟମରେ ଏହି ଦୁଇ ମାସରେ ମୋଟ ୮୬୫ ଟି ପ୍ରବନ୍ଧ ସୃଷ୍ଟି କରାଯାଇଥିଲା ଯେଉଁଥିରେ ଝାଡଖଣ୍ଡର ରମେଶ ମୁର୍ମୁ ସର୍ବାଧିକ ୧୭୪ ଗୋଟି ବିଷୟବସ୍ତୁ ଯୋଗଦାନ କରିଥିଲେ ଏବଂ ତାଙ୍କ ପଛକୁ ଓଡ଼ିଶାର ରାମଜିତ୍ ଟୁଡୁ, ଝାଡଖଣ୍ଡର ବିଜନ୍ଦ୍ର ହାଁସଦା, ପଶ୍ଚିମବଙ୍ଗର ବୋଦି ବାସ୍କି ଏବଂ ଓଡିଶାର ଆର୍ୟ୍ୟନ୍ ମୁର୍ମୁ ଶ୍ରେଷ୍ଠ ପାଞ୍ଚଜଣ ମଧ୍ୟରେ ଥିଲେ । ବାଂଲାଦେଶ ଏବଂ ନେପାଳର ଆଲବେଟସ୍ ଟୁଡୁ ଏବଂ ଶିବୁ ମୁର୍ମୁ ଏବଂ ମହିଳା ଯୋଗଦାନକାରୀଙ୍କ ମଧ୍ୟରେ ଓଡିଶାର ମାଇନ ଟୁଡୁ ପ୍ରମୁଖ ଅବଦାନ ଦେଇଥିଲେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories