ଆଠଗଡ : ଆଠଗଡ, ଢେଙ୍କାନାଳ ଓ ଭୁବନେଶ୍ୱର ଆଖପାଖ ଅଞ୍ଚଳର ୮ଜଣ ଅଭାବୀ ବ୍ରାହ୍ମଣ ପିଲାଙ୍କର ସାମୁହିକ ବ୍ରତୋପନୟନ କେତେକ ନିସ୍ୱାର୍ଥପର ସମାଜସେବୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ସଂପୃକ୍ତ ଗରିବ ଶ୍ରେଣୀର ପିଲାମାନେ ଅର୍ଥାଭାବରୁ ବ୍ରତ ହୋଇନପାରି ରହିଥିବା ଜାଣିବା ପରେ ସମାଜସେବୀ ଅଜୟ କୁମାର ପାଢୀ, ବିଭୂତି କୁମାର ନନ୍ଦ, ଦିଲ୍ଲୀପ ମହାପାତ୍ର, ରଞ୍ଜନ କୁମାର ମହାପାତ୍ର, କୃଷ୍ଣଚନ୍ଦ୍ର ସାମନ୍ତରାୟ, ସୁଧାଂଶୁ ପାଲ, ସୂର୍ଯ୍ୟନାରାୟଣ କର ଓ ତୃପ୍ତିକାନ୍ତ ପାଢୀ ନିଜ ପକ୍ଷରୁ ସମସ୍ତ ଖର୍ଚ୍ଚ ବହନ କରି ଏହି ସାମୁହିକ ବ୍ରତୋପନୟନ କାର୍ଯ୍ୟ ସମାପନ କରିଥିଲେ । ଶିଶୁପାଳଗଡ ନିକଟସ୍ଥ ବାଉଁଶଗାଡିଆ ତାରିଣୀ ମନ୍ଦିରରେ ଅନୁଷ୍ଠିତ ଏହି ସାମୁହିକ ବ୍ରତୋପନୟନରେ ବ୍ରତ ହୋଇଥିବା ପିଲାମାନଙ୍କର ପରିବାର ସଦସ୍ୟ ଉପସ୍ଥିତ ରହିବା ସହ ଏହି କାର୍ଯ୍ୟକ୍ରମ ହାତକୁ ନେଇଥିବା ସମାଜସେବୀଙ୍କୁ କୃତଜ୍ଞତା ଜଣାଇଥିଲେ।
Popular Categories



