www.samajalive.in
Sunday, December 7, 2025
23.1 C
Bhubaneswar

ରାସ୍ତା ଅବସ୍ଥା ନେଇ ସୋସିଆଲ ମିଡିଆରେ ଅଶ୍ଳିଳ ଭାଷାର ଭିଡିଓ ପୋଷ୍ଟ କରି ଯୁବକ ଗିରଫ

ସମ୍ବଲପୁର: ଯୁବକଙ୍କୁ ସୋସିଆଲ ମିଡିଆରେ ଅଶ୍ଲିଳ ଭାଷାରେ ଭିଡିଓ ପୋଷ୍ଟ କରିଵା ମହଙ୍ଗା ପଡିଲା । ସମ୍ବଲପୁର ସହର ରାସ୍ତା ଅବସ୍ଥା ନେଇ ଭାଲୁପାଲିର ସଦାନନ୍ଦ ବର୍ଦ୍ଧନ ଏକ ରିଲ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ସେ ଭିଡିଓରେ ରାସ୍ତାର ଅବସ୍ଥା ନେଇ ଅଶ୍ଳିଳ ଭାଷାର ଗାଲିଗୁଲଜ କରିଥିଲେ । ଏନେଇ ଜଣେ ମହିଳା ସାଇବର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ସମ୍ପୁକ୍ତ ଯୁବକ ସଦାନନ୍ଦନ ବଦ୍ଧନକୁ ଗିରଫ କରି କୋଟ ଚାଲାଣ କରିଛି  ।

ସୋସିଆଲ ମିଡିଆରେ ଏଭଲି ଅପଶବ୍ଦ ବ୍ୟବହାରକାରୀଙ୍କୁ ନଜର ରଖିବା ପାଇ ସାଇଵର ପୁଲିସ ସ୍ଵତନ୍ତ୍ର ଟିମ ଗଠନ କରାଯାଇଛି । ହ୍ବାଟସପ ଗ୍ରୁପ, ଫେସବୁକ, ଇନଷ୍ଟାଗ୍ରାମ, ୟୁଟ୍ୟୁବ ଭଲି ଅନେକ ସାମାଜିକ ଗଣମାଧ୍ୟମରେ ନଜର ରଖିବେ ଏହି ଟିମ । ଅପଶବ୍ଦ ବ୍ୟବହାର କାରୀ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନେବେ ବୋଲି  ସମ୍ଵଲପୁର ଅତିରିକ୍ତ ଏସପି ସାମ୍ବାଦିକ ସମ୍ମିଲନୀରେ ସୂଚନା ଦେଇଛି । ତେବେ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଥିବା ଯୁବକ ମାନେ ସର୍ତକ ସହ ବ୍ୟବବହାର କରିବାକୁ ସମ୍ବଲପୁର ଏସପି ମୁକେଶ କୁମାର ଭାମୁ କହିଛନ୍ତି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories