ସମ୍ବଲପୁର: ସମ୍ବଲପୁର ଜିଲା ଅର୍ନ୍ତଗତ ରାଣିଖିଣ୍ଡା ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ଓ ଶାସନ ଉଚ୍ଚ ବିଦ୍ୟାଳୟରେ ଏଲ ଆଣ୍ଡ ଟି କମ୍ପାନୀ ପକ୍ଷରୁ ପାରିପାଶ୍ୱର୍ିକ ବିକାଶ ପାଣ୍ଠି ଜରିଆରେ ବିକାଶମୂଳକ କାର୍ଯ୍ୟ କରାଯାଇଛି। ରାଣିଖିଣ୍ଡା ବିଦ୍ୟାଳୟ ପରିସରରେ ୩ ଲକ୍ଷ ୫୮ ହଜାର ଟଙ୍କା ଖର୍ଚ୍ଚ କରାଯାଇ ୩ଟି ଶୌଚାଳୟ ନିର୍ମାଣ ସହିତ ପାନୀୟ ଜଳର ସୁବ୍ୟବସ୍ଥା କରାଯାଇଛି। ସେହିପରି ଶାସନ ଉଚ୍ଚ ବିଦ୍ୟାଳୟରେ ବିଶୁଦ୍ଧା ପାନୀୟ ଜଳ ନିମନ୍ତେ ଏକ ଆରଓ ପ୍ଲାଣ୍ଟ ୨ ଲକ୍ଷ ୧୫ ହଜାର ଟଙ୍କା ଖର୍ଚ୍ଚ କରାଯାଇ ସ୍ଥାପିତ କରାଯାଇଛି।
ଏହି ପ୍ରକଳ୍ପ ଦ୍ୱୟକୁ ଶୁକ୍ରବାର ପୂର୍ବତନ ସ୍ୱତନ୍ତ୍ର ଭୂ ଅର୍ଜନ ଅଧିକାରୀ ସୀତାଂଶୁ ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ଏଲ ଆଣ୍ଡ ଟି ପକ୍ଷରୁ ଅଧିକାରୀ ରବି ପାଣ୍ଡେ, ମନୋଜ ପଟ୍ଟନାୟକ, ସିଦ୍ଧାର୍ଥ ଗୌତମ ଉପସ୍ଥିତ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଶାସନ ସରପଞ୍ଚ ଗୋପାଳ ଅଗ୍ରୱାଲ, କୁନ୍ଦନମଲ ରତାୱା, ଶାନ୍ତାନୁ ହୋତା, ସୁନୀଲ ମିଶ୍ର, ଶାସନ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଓ ରାଣିଖିଣ୍ଡା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୀମା ପଟ୍ଟନାୟକ ଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ।



