ସମ୍ବଲପୁର : ରାଜ୍ୟର ପାରାଦ୍ୱୀପ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ସୁନ୍ଦରସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ସମ୍ବଲପୁରକୁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ ହୋଇଛି। ସମ୍ବଲପୁର ଏମେଚର ବଡିବିଲଡିଂ ଏସୋସିଏସନ ତରଫରୁ ଉଭୟ ପୁରୁଷ ଓ ମହିଳା ବର୍ଗରେ ଖେଳାଳି ମାନେ ଭାଗ ନେଇଥିଲେ। ମହିଳା ବର୍ଗରେ ଉର୍ମିଳା ବେହେରା, ୬୦ କିଗ୍ରା ପୁରୁଷ ବର୍ଗରେ ରାକେଶ ବାଗଙ୍କୁ ସ୍ୱର୍ଣ୍ଣ ଓ ୮୦ କିଗ୍ରା ପୁରୁଷ ବର୍ଗରେ ସଞ୍ଜୟ ବାନାର୍ଜୀଙ୍କୁ ରୌପ୍ୟ ପଦକ ମିଳିଛି। ସ୍ୱର୍ଣ୍ଣ ପଦକ ବିଜେତା ରାକେଶ ବାଗ ଆଗାମୀ ଏପ୍ରିଲ ୧୪ ଓ ୧୫ ତାରିଖରେ ଉତ୍ତରାଖଣ୍ଡରେ ଆୟୋଜିତ ହେବାକୁ ଥିବା ଜାତୀୟ ଚାମ୍ପିୟନସିପରେ ଓଡିଶା ଦଳକୁ ପ୍ରତିନିଧିତ୍ୱ କରିବେ। ସମ୍ବଲପୁର ଦଳର ଏହି ସଫଳତା ପାଇଁ ସଂଘର ସଭାପତି ବିଶ୍ୱମ୍ବର ବହିଦାର, ସମ୍ପାଦକ ଶିଶିର ବହିଦାର, କୋଚ ସୋମନାଥ ପଟ୍ଟନାୟକ ଓ କ୍ରିଡାପ୍ରେମୀ ମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
Popular Categories



