ରୋଟାରୀ କ୍ଲବରେ ସ୍ୱାସ୍ଥ୍ୟ ଶିବିର : ୧୯୭ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ୧୬୨ ୟୁନିଟ ରକ୍ତ ସଂଗ୍ରହ

ସମ୍ବଲପୁର: ସମ୍ବଲପୁରର ସର୍ବପୁରାତନ ରୋଟାରୀ କ୍ଲବ ତରଫରୁ ୨୦୨୨ – ୨୩ ବର୍ଷର ଦଳ ଇମାଜୀନ ପକ୍ଷରୁ ହୀରାକୁଦ କଲୋନୀ ସ୍ଥିତ କ୍ଲବର କାର୍ଯ୍ୟାଳୟ ଠାରେ ଏକ ବୃହତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଡା. ଅତନୁ ଠାକୁରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ହୋଇଯାଇଛି। ଏହି ଶିବିରରେ ୧୬୨ ୟୁନିଟ ରକ୍ତ ସଂଗ୍ରହ କରାଯିବା ସହିତ ୧୯୭ ଜଣ ବ୍ୟକ୍ତିଙ୍କର ରକ୍ତଚାପ, ମଧୁମେହ, ହେମୋଗ୍ଲୋବିନ ଆଦି ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା ଗାୟତ୍ରୀ କଲେଜ ଅଫ ଫାର୍ମାସୀଙ୍କ ଦ୍ୱାରା କରାଯାଇଥିଲା। କ୍ଲବର ସଭାପତି ରଣଜିତ ସିଂହ ହୁରା ଓ ସମ୍ପାଦକ ଚିନ୍ମୟ ଶତପଥୀଙ୍କ ସହିତ ରକ୍ତଦାନ ଅଧ୍ୟକ୍ଷ ୱାସେ ମଲ୍ଲିକ, ପ୍ରକଳ୍ପ ନିର୍ଦ୍ଦେଶକ ତରଣୀ ଲାଲ ପାଣିଗ୍ରାହୀ, ବରିଷ୍ଠ ଡାକ୍ତର ନାରାୟଣୀ ପଣ୍ଡା, ଡା. ଅଶୋକ ସିଂଙ୍କ ସହିତ କ୍ଲବର ଅନ୍ୟ ସଦସ୍ୟମାନେ ଏହି ଶିବିର ପରିଚାଳନାରେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ। ଶିବିରରେ ବୁର୍ଲା ରକ୍ତ ଭଣ୍ଡାରର ଅଧିକାରୀ ଓ କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିବା ବେଳେ ସମ୍ବଲପୁର ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ବାଟ୍ଟୁଲା ଗଙ୍ଗାଧର ଅତିଥି ରୂପେ ଯୋଗ ଦେଇଥିଲେ।

kalyan agarbati

Comments are closed.