କମିଶନରଙ୍କ ନାଗରିକ କମିଟିର ଦାବି ଅନୁଧ୍ୟାନ
ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅର୍ନ୍ତଗତ ସମନ୍ୱୟ ନାଗରିକ କମିଟି ଧନୁପାଲି ତରଫରୁ କରାଯାଇଥିବା ବିଭିନ୍ନ ଦାବିର ଅନୁଧ୍ୟାନ କମିଶନର ପ୍ରଦୀପ କୁମାର ସାହୁ ଗୁରୁବାର କରିଛନ୍ତି। ସହକାରୀ କମିଶନର, ଯନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଧନୁପାଲି ଅଞ୍ଚଳର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଜନତାଙ୍କ ସମସ୍ୟା ସହିତ ଅବଗତ ହୋଇ ଅନୁଧ୍ୟାନ କରିଥିଲେ। ପରିଦର୍ଶନ ସମୟରେ ଧନୁପାଲି ଅଞ୍ଚଳରେ ରହିଥିବା ନାଳ, ଗୋପାଲଜୀ ମନ୍ଦିର ବନ୍ଧ, ମନ୍ଦିର ପରିସରରେ କଲ୍ୟାଣ ମଣ୍ଡପ ନିର୍ମାଣ, ମହାବୀରପଡା ଖେଳ ପଡିଆ, ମହାନଦୀ ବିହାରର ପରିମଳ ବ୍ୟବସ୍ଥା, ଖଣ୍ଡୁଆଳ ଠାରେ ନିର୍ମିତ ବଜ୍ୟବସ୍ତୁ ପ୍ରକ୍ରିୟା କରଣ ପ୍ଲାଣ୍ଟ, ଗିରିଜା ନଗର ରେ ପାର୍କ ନିର୍ମାଣ, ଶୌଚାଳୟ ପାଇଁ ସ୍ଥାନ ଚିହ୍ନଟ, ରାସ୍ତା ଆଲୁଅ ସମସ୍ୟା ଆଦି ଉପରେ ସ୍ଥାନୀୟ ଲୋକେ ଅବଗତ କରାଇଥିଲେ। ଏହି ଅବସରରେ କମିଟିର ସଭାପତି ରାଜେନ୍ଦ୍ର ପଣ୍ଡା, ସମ୍ପାଦକ, କୋଷାଧ୍ୟକ୍ଷ, ଉପ ସଭାପତି ଙ୍କ ସମେତ ଅନେକ ସଦସ୍ୟ ଓ ଜନତା ଉପସ୍ଥିତ ରହିଥିଲେ। ଅନୁଧ୍ୟାନ ପରେ ଅନେକ କାର୍ଯ୍ୟ ହାତକୁ ଶିଘ୍ର କରାଯିବାର ପ୍ରତିଶୃତି ସହିତ ସମସ୍ୟା ଗୁଡିକର ସମାଧାନ ଦିଗରେ ପ୍ରଭାବୀ ପଦକ୍ଷେପ ନିଆଯିବ ବୋଲି କମିଶନର ସାହୁ ଅଞ୍ଚଳବାସୀଙ୍କୁ କହିଛନ୍ତି।
Comments are closed.