www.samajalive.in
Wednesday, November 12, 2025
27.1 C
Bhubaneswar

ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ୟସ ବାତ୍ୟା ପ୍ୟାକେଜକୁ ସ୍ୱାଗତ : ସମାଜବାଦୀ ପାର୍ଟି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୟସ୍ ପ୍ରଭାବିତ ଚାଷୀଙ୍କ ପାଇଁ ଯେଉଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ତାହାକୁ ସମାଜବାଦୀ ପାର୍ଟି ପକ୍ଷରୁ ସ୍ୱାଗତ କରାଯାଇଛି। ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେଉଁଭଳି ପ୍ରଭାବୀ ଢଙ୍ଗରେ ରାଜ୍ୟ ସରକାର ୟସ୍ ବାତ୍ୟାର ମୁକାବିଲା କଲେ ତାହା ଅତ୍ୟନ୍ତ ପ୍ରଶଂସନୀୟ। ରାଜ୍ୟର ଦୁଇ ତିନୋଟି ଜିଲାକୁ ଛାଡ଼ିଦେଲେ ଅନ୍ୟ ଜିଲାଗୁଡ଼ିକର କ୍ଷୟକ୍ଷତି ଅତି ନଗଣ୍ୟ। ତେଣୁ ରାଜ୍ୟ ସରକାର ଘୋଷଣା କରିଥିବା ପ୍ୟାକେଜ କିଭଳି ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ପାଖରେ ପହଞ୍ଚି ପାରିବ, ସେ ଦିଗରେ ପ୍ରତି ଜିଲାରେ ଜଣେ ଜଣେ ନୋଡ଼ାଲ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଉ ଏବଂ ରାଜ୍ୟସ୍ତରରେ ମଧ୍ୟ ସେହିସବୁ ନୋଡ଼ାଲ ଅଧିକାରୀଙ୍କ କାର୍ଯ୍ୟକ୍ରମକୁ ତଦାରଖ କରାଯାଉ। ଏହା ଫଳରେ ଉତ୍ତରଦାୟିତ୍ୱ ନିର୍ଦ୍ଧାରିତ ହେବା ସଙ୍ଗେ ସଙ୍ଗେ ପ୍ରକୃତ ଚାଷୀଙ୍କ ପାଖେ କ୍ଷତିପୂରଣ ପହଞ୍ଚିପାରିବ।

ଏଠାରେ ଉଲ୍ଲେଖଥାଉକି, ୩୩ ପ୍ରତିଶତରୁ ଅଧିକ କ୍ଷୟକ୍ଷତି ହୋଇଥିବା ଫସଲ ପାଇଁ ଅଣସେଚିତ ଅଞ୍ଚଳର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ହେକ୍ଟର ପିଛା ୬୮୦୦ ଟଙ୍କା, ଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଛା ୧୩୫୦୦ ଟଙ୍କା ଓ ସବୁଦିନିଆ ଫସଲ ପାଇଁ ହେକ୍ଟର ପିଛା ୧୮୦୦୦ ଟଙ୍କା ଇନ୍ପୁଟ୍ ସବ୍ସିଡ୍ ଦିଆଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହା ବ୍ୟତୀତ ଆଜି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ôଚ ଯାଇଛି। ଓଡ଼ିଶାର ପାଖାପାଖି ୬୫ରୁ ୭୦ଭାଗ ଜମି ଚାଷବାସ ପାଇଁ ମୌସୁମୀ ବାୟୁ ଉପରେ ନିର୍ଭର କରେ। ରାଜ୍ୟର ଧାନ ଏକ ପ୍ରମୁଖ ଫସଲ ହୋଇଥିବା ବେଳେ ସ୍ୱଳ୍ପ ବୃଷ୍ଟିପାତ ଅଞ୍ଚଳରେ ·ଷୀମାନେ ମାଣ୍ଡିଆ, ମକା, ବାଜରା, ତୈଳବୀଜ ଓ ଅନ୍ୟାନ୍ୟ ଡ଼ାଲିଜାତୀୟ ଫସଲ ଏହି ସମୟରେ ଚାଷ କରିଥାନ୍ତି। କିନ୍ତୁ ଦୁଃଖର କଥା ଏହିସବୁ ଅର୍ଥକାରୀ ଫସଲ ପାଇଁ ଚାଷୀଙ୍କୁ ଉଚିତ୍ ମୂଲ୍ୟ ମିଳିପାରି ନାହିଁ। ଧାନ·ଷ ପାଇଁ ଉନ୍ନତମାନର ବିହନ, ସାର ଓ କୀଟନାଶକ ଔଷଧ ମଧ୍ୟ ·ଷୀ ଠିକ୍ ସମୟରେ ପାଇପାରି ନାହିଁ କିମ୍ବା ବ୍ୟାଙ୍କ ମାନେ ଚାଷୀଙ୍କୁ ଠିକ୍ ସମୟରେ ଋଣ ଯୋଗାଇ ଦେଇନଥାନ୍ତି। ଯାହାଫଳରେ ଧାନ ରୁଆଁ, ବଛା ପାଇଁ ଚାଷୀକୁ ସାହୁକାର ଦୁଆରେ ଗୋଡ଼ଭାଙ୍ଗି ଠିଆ ହେବାକୁ ପଡ଼େ। ରାଜ୍ୟ ସରକାର ଯେହେତୁ ଏବର୍ଷ ଏକ ଅନୁକୂଳ ମୌସୁମୀର ସମ୍ଭାବନା ରହିଛି, ଯାହାକୁ ଆଖି ଆଗରେ ରଖି କୃଷି, ସମବାୟ ବିଭାଗ ସମେତ ବ୍ୟାଙ୍କ ମାନଙ୍କ ସହିତ ଉଚିତ ସମନ୍ୱୟ ରଖି ·ଷୀ କିଭଳି ଉପକୃତ ହୋଇପାରିବ, ସେ ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ଅଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟସ୍ତରରେ କୃଷି ଉତ୍ପାଦନ କମିଶନରଙ୍କୁ ଏଥିପାଇଁ ନୋଡ଼ାଲ ଅଫିସର ଦାୟିତ୍ୱ ଦେଇ ·ଷୀମାନଙ୍କ ପାଖରେ ଠିକ୍ ସମୟରେ ଆବଶ୍ୟକୀୟ ପରିମାଣ ଉନ୍ନତ କିସମର ବିହନ, ସାର ଓ କୀଟନାଶକ କିଭଳି ପହଞ୍ôଚ ପାରିବ, ସେମାନେ ବ୍ୟାଙ୍କ ଋଣ ବିନା ବାଧାବିଘ୍ନରେ ରୁଆଁ ବଛା ସମୟରେ ପାଇପାରିବେ, ଏ ଦିଗରେ ଉତ୍ତରଦାୟିତ୍ୱ ନ୍ୟସ୍ତ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି। ପ୍ରତି ୧୫ ଦିନରେ ଥରେ ରାଜ୍ୟସ୍ତରରେ ଏହିସବୁ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ବୈଠକ କରିବାକୁ ମଧ୍ୟ ଶ୍ରୀ ବେହେରା ପ୍ରସ୍ତାବ ରଖିଛନ୍ତି। ଏହା ଫଳରେ ପ୍ରକୃତ ଚାଷୀ ପାଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ସବ୍ସିଡ୍ ପହଞ୍ଚିବା ସଙ୍ଗେ ସଙ୍ଗେ ରାଜ୍ୟରେ କୃଷି ଉତ୍ପାଦନ ଆହୁରି ଅଧିକ ହୋଇପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

Hot this week

ଏକ୍‌ଜିଟ୍‌ ପୋଲ୍‌କୁ ଖାରଜ କରିଛନ୍ତି ତେଜସ୍ୱୀ ଯାଦବ

ସମାଜ ଲାଇଭ୍ ଡେସ୍କ : ବିହାରରରେ ସମସ୍ତ ପର୍ଯ୍ୟାୟ ମତଦାନ ଶେଷ...

ନୂଆପଡ଼ା ଉପନିର୍ବାଚନରେ ଐତିହାସିକ ୮୩.୪୫% ମତଦାନ

ସମାଜଲାଇଭ ଡେସ୍କ: ନୂଆପଡ଼ା ଉପନିର୍ବାଚନରେ ଏଥର ରେକର୍ଡ ମତଦାନ ହୋଇଛି। ଚଳିତ...

ହସ୍ପିଟାଲରୁ ଡିସଚାର୍ଜ ହେଲେ ଧର୍ମେନ୍ଦ୍ର

ମୁମ୍ବାଇ: ସୁସ୍ଥ ହୋଇ ଘରକୁ ଫେରିଲେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର। ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା...ଆଉ ଗୋଟିଏ ଦିନ ବଢ଼ିଲା ଐତିହାସିକ କଟକ...

ଦିଲ୍ଲୀ ବିସ୍ଫୋରଣ : ଜାନୁଆରୀ ୨୬ରେ ହୋଇଥିଲା ଯୋଜନା

ସମାଜ ଲାଇଭ୍ ଡେସ୍କ : ଦିଲ୍ଲୀ ବିସ୍ଫୋରଣ ଘଟଣାରେ ସାମ୍ନାକୁ ଆସିଲା...

Related Articles

Popular Categories