www.samajalive.in
Sunday, December 7, 2025
18.1 C
Bhubaneswar

ବାଲିଯାତ୍ରା ପଡିଆରେ ‘ସମାଜ’ ଶତବାର୍ଷିକ ସାଂସ୍କୃତିକ ସମାରୋହ

କଟକ : ଓଡ଼ିଆ କଳା ସଂସ୍କୃତିର ସୁରକ୍ଷା ପାଇଁ ଅନନ୍ୟ ପ୍ରୟାସ ସ୍ବରୂପ ଆରମ୍ଭ ହୋଇଛି ‘ସମାଜ’ ଶତବାର୍ଷିକ ସାଂସ୍କୃତିକ ସମାରୋହ । ମଙ୍ଗଳବାରଠାରୁ ଏହି ୩ ଦିନିଆ କାର୍ଯ୍ୟକ୍ରମ  ପୁରୀରୁ ଆରମ୍ଭ ହୋଇଛି । ବୁଧବାର ୨ୟ ସନ୍ଧ୍ୟାରେ କଟକ ବାଲିଯାତ୍ରା ଉପର ପଡିଆରେ ସାଂସ୍କୃତିକ କାର୍ଯ୍ୟକ୍ରମର ଅନୁଷ୍ଠିତ ହେଉଛି ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରହୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ‘ସମାଜ’ କେବଳ ଏକ ଖବର କାଗଜ ନୁହେଁ ବଂର ଏକ ଜନ ଆନ୍ଦୋଳନ ବୋଲି କହିଥିଲେ। ସାଂସଦ ତଥା ପ୍ରସିଦ୍ଧ ଅଭିନେତା ଅନୁଭବ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜକୁ ‘ସମାଜ’ ପରିବାରର ଜଣେ ସଦସ୍ୟ ଭାବେ ବର୍ଣ୍ଣନା କରି ‘ସମାଜ’ର ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କୁ ସାମିଲ କରାଯାଉଥିବାରୁ ଅନୁଷ୍ଠାନକୁ ଧନ୍ୟବାଦ ଜଣାଇଥିଲେ।।  ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ‘ସମାଜ’ ଭଳି ଅନୁଷ୍ଠାନର ସେବା ଏବଂ ଖବର ପ୍ରକାଶନରେ ନିରପେକ୍ଷତା ଏବଂ ଓଡ଼ିଆ ଭାଷାର ସୁରକ୍ଷା ଓ ତାକୁ ସମୃଦ୍ଧ କରିବାରେ ଯୋଗଦାନ ବିଷୟରେ ଆଲୋକପାତ କରିଥିଲେ। ବିଧାୟକ ମହମ୍ମଦ ମୋକିମ ମଧ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ‘ସମାଜ’ ଆଗାମୀ ଦିନରେ ୨୦୦ ବର୍ଷ ପୂରଣ କରି ଲୋକଙ୍କ ସେବା କରି ଚାଲିଥାଉ ବୋଲି କହିଥିଲେ।


ଲୋକ ସେବକ ମଣ୍ଡଳର ସଭାପତି ଓ ସମାଜ ପରିଚାଳନା ମଣ୍ଡଳୀର ଅଧ୍ୟକ୍ଷ ଦୀପକ ମାଲବ୍ୟ, ଲୋକ ସେବକ ମଣ୍ଡଳର କୋଷାଧ୍ୟକ୍ଷ ଓ ସମାଜ ପରିଚାଳନା ମଣ୍ଡଳୀର କାର୍ଯ୍ୟନିର୍ବାହୀ ସମ୍ପାଦକ ଭୀମସେନ ଯାଦବ, ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଏବଂ ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ,‘ସମାଜ’ର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି ଓ ‘ସମାଜ’ର କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ‘ସମାଜ’ ରିଲିଫ କମିଟି ସମ୍ପାଦକ ଡଃ ପ୍ରଭାସ ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

- Advertisement -

 

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories