www.samajalive.in
Tuesday, December 9, 2025
26.1 C
Bhubaneswar

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି ପାଇଛି। ବାଚସ୍ପତିଙ୍କ ଦରମା ୪୦ ହଜାର ୫୦୦ ବଦଳରେ ୯୮ ହଜାରକୁ ବୃଦ୍ଧି ପାଇଥିବାବେଳେ ଉପବାଚସ୍ପତିଙ୍କ ଦରମା ୩୮ ହଜାରରୁ ୯୪ ହଜାରରୁ ବଢ଼ିଛି।

ପୂର୍ବରୁ ବାଚସ୍ପତି ୪୦ ହଜାର ୫୦୦ ଟଙ୍କା ଦରମା ବାବଦରେ ପାଉଥିଲେ। ଏବେ ତାଙ୍କୁ ୯୮ ହଜାର ଟଙ୍କା ମିଳିବ। ବୈଠକ ଭତ୍ତା ୮୦୦ ଟଙ୍କା ବଦଳରେ ୨୦୦୦ ଟଙ୍କା ମିଳିବ। ସେହିପରି କାର ଭତ୍ତା ମାସିକ ୧୭ ହଜାର ବଦଳରେ ୮୯ ହଜାର ପାଇବେ। ବ୍ୟକ୍ତିଗତ ବ୍ୟୟ ଭତ୍ତା ୪୦ ହଜାର ଟଙ୍କା ବଦଳରେ ୧ ଲକ୍ଷ ୮୧ ହଜାର ଟଙ୍କା ପାଇବେ। ବାସଗୃହ ଭତ୍ତା ମାସିକ ୧ ଶହ ଟଙ୍କା ବଦଳରେ ଦୈନିକ ୨୦୦୦ ଟଙ୍କା ପାଇବେ। ବୈଠକ ଭତ୍ତାକୁ ଛାଡ଼ି ଅନ୍ୟାନ୍ୟ  ଭତ୍ତା ସହିତ ମୋଟ ୪ ଲକ୍ଷ ୨୮ ହଜାର ଟଙ୍କା ଦରମା ବାବଦରେ ପାଇବେ।

- Advertisement -

ସେହିପରି ଉପବାଚସ୍ପତି ବି ବୈଠକ ଭତ୍ତା ବାବଦରେ ୮୦୦ ବଦଳରେ ୨୦୦୦ ଟଙ୍କା ପାଇବେ। କାର ଭତ୍ତା ୧୭ ହଜାର ବଦଳରେ ୮୫ ହଜାର, ବ୍ୟକ୍ତିଗତ ଭତ୍ତା ୪୦ ହଜାର ବଦଳରେ ୧ ଲକ୍ଷ ୭୭ ହଜାର ଏବଂ ବାସଗୃହ ଭତ୍ତା ବାବଦକୁ ପୂର୍ବରୁ କିଛି ଟଙ୍କା ମିଳୁ ନ ଥିବା ବେଳେ ଏଣିକି ଦୈନିକ ୨୦୦୦ ଟଙ୍କା ମିଳିବ। ଉପବାଚସ୍ପତି ବୈଠକ ଭତ୍ତା ଛାଡ଼ି ଅନ୍ୟାନ୍ୟ ଭତ୍ତା ସହିତ ମୋଟ ୪ ଲକ୍ଷ ୧୬ ହଜାର ଟଙ୍କା ଦରମା ବାବଦରେ ପାଇବେ।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

Related Articles

Popular Categories