www.samajalive.in
Sunday, December 7, 2025
26.1 C
Bhubaneswar

ସାକ୍ଷୀଗୋପାଳ ମନ୍ଦିର ଅସୁରକ୍ଷିତ

ସାକ୍ଷୀଗୋପାଳ: ପ୍ରସିଦ୍ଧ ବୈଷ୍ଣବ ପୀଠ  ସାକ୍ଷୀଗୋପାଳ ମନ୍ଦିର ଅସୁରକ୍ଷିତ ହୋଇପଡିଛି. ମୁଖ୍ୟ ମନ୍ଦିର ଉପରେ ପ୍ରାୟ ୫୦ ରୁ ଉର୍ଦ୍ଧ୍ୱ ବର ଅଶ୍ୱତ୍ଥ ଓ ଡ଼ିମିରି ଗଛ ଉଠିଅଛି . ଏହି ଗଛ ଗୁଡିକର ଚେର ପଥର ଯୋଡ଼େଇ ସ୍ଥାନରେ ପ୍ରବେଶ କରି ପଥର ଗୁଡିକୁ ଅପସାରଣ  କରି ଫାଟ ସୃଷ୍ଟି କରିଅଛି. ଏହି ଫାଟ ମଧ୍ୟ ଦେଇ ବର୍ଷା ଜଳ ମନ୍ଦିର ମଧ୍ୟରେ ପଡୁଅଛି. ଫଳରେ ପଥର ଗୁଡିକ ଦୁର୍ବଳ ହୋଇପଡୁଛି।

ପ୍ରତ୍ନତତ୍ତ୍ୱ ବିଭାଗ ତତ୍ତ୍ୱାବଧାନରେ ରହିଥିବା ଏହି ପ୍ରାଚୀନ ମନ୍ଦିର ପ୍ରତି ବିଭାଗୀୟ ଅବହେଳା ଯୋଗୁ ମନ୍ଦିର ଉପରେ ଉଠିଥିବା ଏହି ଗଛ ଗୁଡିକୁ ଗତ ୨ ବର୍ଷ ହେଲା କଟା ଯାଇନାହିଁ. ପ୍ରାୟ ୧୦ ବର୍ଷ ହେଲାଣି ମୁଖ୍ୟ ମନ୍ଦିରରେ ରାସାୟନିକ ପ୍ରଲେପ ଦିଆ ଯାଇନାହିଁ. ଫଳରେ ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଅଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଅଛି. ଯୁଦ୍ଧ କାଳୀନ ଭିତ୍ତିରେ ମନ୍ଦିର ଉପରୁ ଗଛ କଟାଯିବା ସହିତ ରାସାୟନିକ ପ୍ରଲେପ ଦେବା ନିମନ୍ତେ ସାଧାରଣରେ ଦାବୀ କରାଯାଇଛି।

 

ପ୍ରକାଶ ଥାଉ କି, ହିନ୍ଦୁ ମତବାଦ ଅନୁଯାଇ ଚାରି ଧାମ ଦର୍ଶନ ପରେ ଶେଷରେ  ସାକ୍ଷୀଗୋପାଳ ଠାକୁରଙ୍କୁ ଦର୍ଶନ କରି  ଚାରିଧାମ ଦର୍ଶନର ସାକ୍ଷୀ କରା ନ ଗଲେ ଦର୍ଶନର ପୁଣ୍ୟ ଫଳ ପ୍ରାପ୍ତ ହୁଏ ନାହିଁ ବୋଲି ବିଶ୍ୱାସ ରହିଅଛି। ତେଣୁ ପ୍ରତ୍ୟେହ ଏହି ମନ୍ଦିରକୁ ଦର୍ଶନ ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories