ସତ୍ୟବାଦୀ ବିକାଶ ପରିଷଦର ବୈଠକ

ସାକ୍ଷୀଗୋପାଳ: ସତ୍ୟବାଦୀ ବିକାଶ ପରିଷଦର ଏକ ବୈଠକ ସ୍ଥାନୀୟ ପଞ୍ଚସଖା ସମାଧି ପୀଠ ପରିସରରେ ଅନୁଷ୍ଠିତ ହୋଇଥିଲା। ସତ୍ୟବାଦୀରେ ଶୀତଳ ଭଣ୍ଡାର ପ୍ରତିଷ୍ଠା, ସାକ୍ଷୀଗୋପାଳ ରେଳ ଷ୍ଟେସନରେ ସମସ୍ତ ରେଳର ରହଣି, ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠା ଓ ମହିଳା ମହାବିଦ୍ୟାଳୟ ସ୍ଥାପନ ନିମନ୍ତେ ପ୍ରସ୍ତାବ ଗୃହୀତ ହୋଇଥିଲା। ଅନୁଷ୍ଠାନର ସଭାପତି ଗୁଣ୍ଡିଚା ବରାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସମ୍ପାଦକ ଅମର ନନ୍ଦ, ବିଶ୍ୱଜିତ ଶତପଥି, ସୁଶାନ୍ତ କୁମାର ରଥ, ଉମା ବଲ୍ଲଭ ରଥ, ରାମ ଶଙ୍କର ନନ୍ଦ, ଅବସରପ୍ରାପ୍ତ ଶିକ୍ଷକ ବନମାଳୀ ବେହେରା ପ୍ରମୁଖଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ।

kalyan agarbati

Comments are closed.