www.samajalive.in
Saturday, December 6, 2025
23.1 C
Bhubaneswar

ଦୋଳବେଦୀରେ ଦର୍ଶନ ଦେଲେ ଶ୍ରୀ ଶ୍ରୀ ସାକ୍ଷୀଗୋପାଳ

ସାକ୍ଷୀଗୋପାଳ:  ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଶ୍ରୀ ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଚଳନ୍ତି ପ୍ରତିମା ଶ୍ରୀ ଶ୍ରୀ ମଦନମୋହନ ଦେବ ମନ୍ଦିରରୁ ବାହାରି ଦୋଳବିମାନରେ ବିରାଜମାନ କରି ଦୋଳବେଦୀରେ  ବିଜେ କରିଥିଲେ । ଏହି ଦୋଳପୂର୍ଣ୍ଣିମା ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁ ସାକ୍ଷୀଗୋପାଳଙ୍କୁ ଦୋଳବେଦୀରେ ଦର୍ଶନ କରିଥିଲେ ।  ପ୍ରଭୁଙ୍କ ପାଖରେ ଶାକର ଓ  ଚଣା ଆଦି ଭୋଗ ଲାଗି କରିଥିଲେ ।  ପୌରାଣିକ ମତବାଦ ଅନୁସାରେ  ଦୋଳବେଦୀ ରେ ଠାକୁରଙ୍କୁ ଦର୍ଶନ କଲେ ପୁନଃଜନ୍ମ ହୁଏନାହିଁ ।  ନୃସିଂହ ଅବତାରରେ ମହାପ୍ରଭୁ ହୋଲିକା ଅସୁରୁଣୀ ଠାରୁ ଭକ୍ତ ପ୍ରହ୍ଲାଦଙ୍କୁ ରକ୍ଷା କରିଥିବାରୁ ସେହି ଦିନକୁ ହୋଲି ପର୍ବ ରୂପେ ପାଳନ କରାଯାଇଥାଏ  । ଏହି ପବିତ୍ର ଦୋଳ ପୁର୍ଣିମାରେ ସମସ୍ତ ଗ୍ରାମର ଦେବାଦେବୀ ମାନେ ଦୋଳବେଦୀରେ ବିଜେ କରି ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories