ଦୋଳବେଦୀରେ ଦର୍ଶନ ଦେଲେ ଶ୍ରୀ ଶ୍ରୀ ସାକ୍ଷୀଗୋପାଳ

ସାକ୍ଷୀଗୋପାଳ:  ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଶ୍ରୀ ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଚଳନ୍ତି ପ୍ରତିମା ଶ୍ରୀ ଶ୍ରୀ ମଦନମୋହନ ଦେବ ମନ୍ଦିରରୁ ବାହାରି ଦୋଳବିମାନରେ ବିରାଜମାନ କରି ଦୋଳବେଦୀରେ  ବିଜେ କରିଥିଲେ । ଏହି ଦୋଳପୂର୍ଣ୍ଣିମା ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁ ସାକ୍ଷୀଗୋପାଳଙ୍କୁ ଦୋଳବେଦୀରେ ଦର୍ଶନ କରିଥିଲେ ।  ପ୍ରଭୁଙ୍କ ପାଖରେ ଶାକର ଓ  ଚଣା ଆଦି ଭୋଗ ଲାଗି କରିଥିଲେ ।  ପୌରାଣିକ ମତବାଦ ଅନୁସାରେ  ଦୋଳବେଦୀ ରେ ଠାକୁରଙ୍କୁ ଦର୍ଶନ କଲେ ପୁନଃଜନ୍ମ ହୁଏନାହିଁ ।  ନୃସିଂହ ଅବତାରରେ ମହାପ୍ରଭୁ ହୋଲିକା ଅସୁରୁଣୀ ଠାରୁ ଭକ୍ତ ପ୍ରହ୍ଲାଦଙ୍କୁ ରକ୍ଷା କରିଥିବାରୁ ସେହି ଦିନକୁ ହୋଲି ପର୍ବ ରୂପେ ପାଳନ କରାଯାଇଥାଏ  । ଏହି ପବିତ୍ର ଦୋଳ ପୁର୍ଣିମାରେ ସମସ୍ତ ଗ୍ରାମର ଦେବାଦେବୀ ମାନେ ଦୋଳବେଦୀରେ ବିଜେ କରି ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ ।

kalyan agarbati

Comments are closed.