www.samajalive.in
Wednesday, December 10, 2025
18.1 C
Bhubaneswar

ବାଣୀକଣ୍ଠନଗରରେ ଶିରିଡି ସାଇ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

ଆଠଗଡ : ଆଠଗଡ ସହରର ବାଣୀକଣ୍ଠନଗରସ୍ଥିତ ସାଇଉଦୟନଗର ଠାରେ ନବନିର୍ମିତ ଶିରିଡି ସାଇ ମନ୍ଦିର ଏବଂ ଶିରିଡି ସାଇଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଶିରିଡିସାଇଙ୍କର ପରମଭକ୍ତ ତଥା ଗୁରୁ ଡଃ ଚନ୍ଦ୍ରଭାନୁ ଶତପଥୀ ଯୋଗଦେଇ ପୂର୍ଣ୍ଣାହୁତିରେ ଅର୍ଘ୍ୟ ପ୍ରଦାନ ସହିତ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ କରିଥିଲେ । ଡଃ ଶତପଥୀ ଶିରିଡିସାଇଙ୍କ ମହିମା, ବାଣୀ ଏବଂ ପ୍ରଦର୍ଶିତ ମାର୍ଗ ସଂପର୍କରେ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ଉଦବୋଧନ ଦେଇଥିଲେ। ଶନିବାର କଳସାଧିବାସ ଓ ଅଙ୍କୁରାରୋପଣ ପରେ ରବିବାର ସୂର୍ଯ୍ୟପୂଜା ଏବଂ ଘୃତଯଜ୍ଞ ଆରମ୍ଭ ହୋଇଥିଲା। ସୋମବାର ଶ୍ରୀ ଗୁରୁ ଭାଗବତ ଟୁଙ୍ଗି ପ୍ରତିଷ୍ଠା, ମନ୍ଦିର ପ୍ରତିଷ୍ଠା ଓ ଶ୍ରୀ ସାଇନାଥଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବ ସହିତ ଯଜ୍ଞର ପୂର୍ଣ୍ଣାହୁତି ହୋଇଥିଲା । ଯଜ୍ଞରେ ପ୍ରାକ୍ତନ ବିଚାର ବିଭାଗୀୟ ଅଧିକାରୀ ଶୁଭେନ୍ଦୁ ମହାନ୍ତି ଓ ତାଙ୍କ ସହଧର୍ମିଣୀ ମିତାଞ୍ଜଳି ମହାନ୍ତି କର୍ତ୍ତାଭାବେ ଏବଂ ମୁଖ୍ୟ ପୁରୋଧା ଆଦିତ୍ୟ କୁମାର ଆଚାର୍ଯ୍ୟ ଓ ସହଯୋଗୀ ପଣ୍ଡିତ ବସନ୍ତ, ଅନିତ୍ୟ ଆଚାର୍ଯ୍ୟ, ପର୍ଶୁରାମ ଦାସ ଓ ଶ୍ରୀମନ୍ତ ମହାପାତ୍ର ଯଜ୍ଞ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବାଣୀକଣ୍ଠନଗର ସମେତ ଆଠଗଡ ଓ ଅନ୍ୟାନ୍ୟ ଅଞ୍ଚଳରୁ ଶହ ଶହ ସାଇ ଭକ୍ତ ଯୋଗଦାନ କରିଥିଲେ । ଶିରିଡି ସାଇବାବା ଶ୍ରଦ୍ଧାସବୁରୀ ଟ୍ରଷ୍ଟର ସଭାପତି ସଂଜୟ ମହାନ୍ତି, ସଂପାଦକ ଦେବଦର୍ଶିନୀ ପ୍ରଧାନ, ଟ୍ରଷ୍ଟର ସଭ୍ୟ ଚନ୍ଦନ ମିଶ୍ର, ସନ୍ତୋଷ କୁମାର ଦୋରା, ରତିକାନ୍ତ ପାଇକରାୟ, ବିଦ୍ୟୁଲତା ପରିଡା, ଜିତେନ୍ଦ୍ର କୁମାର ପରିଡା ଏବଂ ରିତା ରାୟ ପ୍ରମୁଖଙ୍କ ସମେତ ବହୁ ଶ୍ରଦ୍ଧାଳୁ ସମସ୍ତ କାର୍ଯ୍ୟକ୍ରମ ସୂଚାରୁ ରୂପେ ପରିଚାଳନା କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories