ଭୁବନେଶ୍ୱର: ଆଜି ପବିତ୍ର ସାବିତ୍ରୀ ବ୍ରତ । ଏହି ଅବସରରେ ରାଜ୍ୟର ବିଭିନ୍ନ ମନ୍ଦିରରେ ସଧବା ନାରୀମାନେ ବ୍ରତ ପାଳନ କରୁଥିବା ବେଳେ ଭୁବନେଶ୍ୱରରେ କିନ୍ନର ମାନେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ନିଜର ଗୁରୁଙ୍କ ପାଇଁ କିନ୍ନର ମାନେ ସାବିତ୍ରୀ ଵ୍ରତ ମହା ଆଡ଼ମ୍ବରରେ ପାଳନ କରିଛନ୍ତି। ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ମଧ୍ୟ ଓଡ଼ିଶା କିନ୍ନର ଆଖାଡା ତରଫରୁ ଭୁବନେଶ୍ୱର ସ୍ଥିତ ପଳାସପଲ୍ଲୀ ବ୍ରିଜ୍ ନିକଟରେ ସାବିତ୍ରୀ ବ୍ରତ ଯଥା ରୀତିନୀତି ଅନୁଯାୟୀ ପାଳନ କରିଛନ୍ତି । ବିଧି ଅନୁଯାୟୀ ଗୁରୁ ପୂଜନ, ବୃକ୍ଷ ପୂଜା ମଧ୍ୟ କରାଯାଇଛି ।
Popular Categories



